ଚିଲିକା ନିର୍ବାଚ଼ନ ମଣ୍ଡଳୀରେ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳିତ ।

ଚିଲିକା, ୮।୧୦:ଓଡ଼ିଶା ରାଜ୍ୟ କଂଗ୍ରେସ ଦଳର ଆହ୍ବାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳିତ ହୋଇଯାଇଅଛି । ଚିଲିକା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଇଥିଲା। ବାଣପୁର ପେଟ୍ରୋଲ ପମ୍ପ ଠାରୁ ଏକ ବିଶାଳ ବଇକି ରାଲି କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା ସେବାଦଳର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସ୍ବାଇଁଙ୍କ ନେତୃତ୍ୱରେ ବାହାରିଥିଲା । ଏଥିରେ କର୍ମୀମାନେ ଯୋଗ ଦେଇ ଦୋକାନ,ବ୍ୟାଙ୍କ, କଲେଜ, ଓ ସ୍କୁଲ ଆଦି ବିଭିନ୍ନ ସରକାରୀ ଓ ବେସର କାରି କାର୍ଯ୍ୟାଳୟ ବନ୍ଦ କରିବାକୁ ଅନୁରୋଧ କରୁଥିବା ବେଳେ ବାଣପୁର, ବାଲୁଗାଁ, ନାଚୁଣୀ ଓ ଗମ୍ଭାରୀମୁଣ୍ଡା ବଜାର ଆଦି ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ କଂଗ୍ରେସ କର୍ମୀମାନେ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥିଲା ।

କଂଗ୍ରେସ କର୍ମୀମାନେ ବାଣପୁର ଦୋଳବେଦୀ ଛକ ଓ ଗାନ୍ଧୀ ଛକ ଠାରେ ଟାୟାର ଜାଳି ବନ୍ଦକୁ ସମର୍ଥନ ଜଣାଇ ରାସ୍ତା ଅବରୋଧ କରିଥିଲେ I କଂଗ୍ରେସ ନେତା ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୪ ଟି ଦାବି ଯଥା (୧)ଏମ ଏମ ଡିଆର ନୂଆ ଆଇନକୁ ପ୍ରତ୍ୟାହାର ଦାବି (୨) ଇଲେକ୍ସନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବି (୩) ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନ ଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ବକ୍ତାମାନେ ଭାଷଣରେ କହିବା ସହ ଏହା ଉପରେ ସରକାରଙ୍କ ଉପରେ ବର୍ଷୀଥିଲେ I ଏଥିରେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ I ସେହିପରି ବେଗୁନିଆ , ଜଟଣୀ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳନ କରାଯାଇଥିଲା ।

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page