ଧର୍ମପ୍ରାଣ ବ୍ୟକ୍ତିତ୍ୱ ପ୍ରେମମୟୀ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର ତା 07/10/26 ରିଖ ବ୍ରହ୍ମେସ୍ୱର ପାଟଣାରେ ବାସ କରୁଥିବା ଧର୍ମପ୍ରାଣ, ପରୋପକାରୀ, ମିଷ୍ଠଭାଷୀ ତଥା ପୁଜ୍ୟପୂଜା ପ୍ରାଣ ଭାବେ ପୁରୀ ଜିଲ୍ଲା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ବେଶ ଜଣାଶୁଣା ଥିବା ପ୍ରେମମୟୀ ମିଶ୍ରଙ୍କ 99 ବର୍ଷ ବୟସରେ ବାର୍ଦ୍ଧକ୍ୟ କାରଣ ପାଇଁ ପରଲୋକ ଘଟିଛି l ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିବା ସହିତ ପୁଜ୍ୟପୂଜା, ସଂସ୍କୃତି, ସଂସ୍କାର ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିଥିଲେ l ଅନ୍ତିମ ଶଯ୍ୟା ନିକଟରେ ଜ୍ୟୋଷ୍ଠ ପୁତ୍ର ଦେବି ପ୍ରସାଦ ମିଶ୍ର, କନିଷ୍ଠ ପୁତ୍ର ଦୁର୍ଗା ପ୍ରସାଦ ମିଶ୍ର, କନ୍ୟା ତିଳୋତମା ମିଶ୍ର, ନିରୁପମା ମିଶ୍ର ପୁତ୍ରବଧୂ ସରିତା ରଥ, ନାତି ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଅଭିଷେକ, ଅମ୍ରିତ,ଅଶୋକ,ଶୁଭ୍ରାଂଶୁ, ସତ୍ୟ ଶଙ୍କର,ଅଂଶୁମାନଙ୍କ ସହିତ ବନ୍ଧୁବାନ୍ଧବ, ଆତ୍ମୀୟସୋଜନ ଉପସ୍ଥିତ ରହିବା ସହ ଅନ୍ତିମ ଦର୍ଶନ କରିଥିଲେ l ସତ୍ୟନଗର ସ୍ଥିତ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page