ମହାନଦୀ ବଞ୍ଚାଓ ଆନ୍ଦୋଳନର ସାମ୍ବାଦିକ ସମ୍ମିଳନୀ l

ପ୍ରେସ୍ ବିଜ୍ଞପ୍ତି

*ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ l

*ଆସନ୍ତାକାଲି ଶୁଣାଣି ସମୟରେ ଆନ୍ତରୀଣ ରାୟ ପାଇଁ ଟ୍ରିବୁନାଲ ପାଖରେ ଦାବି ରଖନ୍ତୁ *ଆଡ଼ଭୋକେଟ ଜେନେରାଲ ଆସନ୍ତା ଏପ୍ରିଲ 13 ତାରିଖରେ ଟ୍ରିବୁନାଲର ଭବିଷ୍ୟତ ଓ ମହାନଦୀର ଭାଗ୍ୟ କୁ ନେଇ ଆୟୋଜିତ ହେବ ବିଚାର ମନ୍ଥନ l

ଭୁବନେଶ୍ୱର ତା 10 l 04 l ମହାନଦୀ ଟ୍ରିବୁନାଲର ସମୟସୀମା ଆସନ୍ତା ଏପ୍ରିଲ 13 ତାରିଖରେ ସରିବ l 9 ମାସର ସମୟ ବୃଦ୍ଧି ନହେଲେ ଆସନ୍ତା କାଲି ଟ୍ରିବୁନାଲର ହେବ ଶେଷ ଶୁଣାଣି l ଏହି ଶୁଣାଣି ସମୟରେ ଏକ ଆନ୍ତରୀଣ ରାୟ ପାଇଁ ଦାବି କରିଛି ମହାନଦୀ ନଞ୍ଚାଓ ଆନ୍ଦୋଳନ l ଟ୍ରିବୁନାଲର ଅଧ୍ୟକ୍ଷଙ୍କୁ ଏକ ପତ୍ର ମାଧ୍ୟମରେ ଅଣ ମୌସୁମୀ ସମୟରେ ମହାନଦୀରେ ଓଡ଼ିଶାର ଆବଶ୍ୟକତା ଅନୁସାରେ ପାଣି ଛାଡିବାକୁ ଦାବି କରାଯାଇଛି l ଆସନ୍ତାକାଲି ଶୁଣାଣି ସମୟରେ ଓଡିଶାର ଆଡ଼ଭୋକେଟ ଜେନେରାଲ ଏହି ଦାବିକୁ ପ୍ରଭାବି ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି l ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିଲା ମହାନଦୀ ଜଳ ବିବାଦ ଟ୍ରିବୁନାଲ l 2018 ମାର୍ଚ୍ଚ 11 ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା ଏହି ଟ୍ରିବୁନାଲକୁ 8 ବର୍ଷ ପୁରିଛି l ଓଡିଶା ତହବିଲରୁ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ ହୋଇଛି l କିନ୍ତୁ ଓଡିଶା ପାଇଲା କଣ? କେବଳ ପ୍ରତାରଣା ବ୍ୟତୀତ ଅନ୍ୟ କିଛି ନୁହଁ l ଖରାଦିନେ ଛତିଶଗଡ଼ ସମ୍ପୂର୍ଣ ଭାବରେ ମହାନଦୀର ଜଳ ପ୍ରବାହକୁ ରୋକି ଦେଉଛି l କଲମା ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରିଦେଉଛି l ଫଳରେ ଓଡିଶା ପଟକୁ ପାଣି ଆଦୌ ଆସୁନାହିଁ l ଏହା ଫଳରେ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର କମିବା ସହିତ ତଳ ମୁଣ୍ଡରେ ପିଇବା ପାଣି ଅଭାବ ସାଙ୍ଗକୁ ଜଳ ସେଚନରେ ସଙ୍କଟ ଦେଖା ଦେଉଛି l ମହାନଦୀରୁ ମାଛ ମାରି ବଂଚୁଥିବା ଧୀବର ମାନେ ଜୀବିକା ହରାଉଛନ୍ତି l ମହାନଦୀ ଉପରେ ନିର୍ଭର କରୁଥିବା ପର୍ଯ୍ୟାବରଣ ନଷ୍ଟ ହେବାରେ ଲାଗୁଛି l ଚିଲିକା, ସାତକୋଶିଆ, ଭିତର କନିକା ଆଦି ପ୍ରାକୃତିକ ବିଭବର କ୍ଷେତ୍ର ଗୁଡିକ ଗଭୀର ଭାବରେ ପ୍ରଭାବିତ ହେଉଛି l ଟ୍ରିବୁନାଲ ଓଡ଼ିଶାର ଏହି ଗମ୍ଭୀର ସମସ୍ୟା ପ୍ରତି ଆଖି ବୁଜିଦେବା ଏବଂ ଆଠ ଵର୍ଷ ଭିତରେ ଏକ ଆନ୍ତରୀଣ ରାୟ ମାଧ୍ୟମରେ ଓଡିଶାକୁ ଏହି ସଙ୍କଟରୁ ସୁରକ୍ଷା ନଦେବା ପାଇଁ ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଆମେ ବିଚାର କରୁ l ଓଡିଶା ଆଜି ଏକ ତ୍ରିଶଙ୍କୁ ଅବସ୍ଥାରେ l ଗୋଟିଏ ପଟେ ଟ୍ରିବୁନାଲର ଜର୍ଯ୍ୟକlଳ ସରୁଛି, ଅନ୍ୟପଟେ ତଥାକଥିତ ଆପୋଷ ଆଲୋଚନା ପ୍ରକ୍ରିୟା ଆଗକୁ ବଢ଼ି ପାରୁନାହିଁ l ଜଳ ବିବାଦର ସାନଧାନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଢି ସରକାର ଖୁବ ବାହାବା ନେଲେ l ହେଲେ କଣ ଅଗ୍ରଗତି ହୋଇଛି ଏ ଦିଗରେ l ଏପରିକି ଏହି କମିଟି କଣ କରିବ ତାହା ମଧ୍ୟ ଓଡ଼ିଶାବାସୀ ଆଜି ପର୍ଯ୍ୟନ୍ତ ଜାଣି ପାରିଲେ ନାହିଁ l ଜାନୁଆରୀ 31 ଓ ଫେବୃଆରୀ 1 ତାରିଖରେ ଏହି କମିଟି ଛତିଶଗଡ଼ ଗସ୍ତ କରି ଛତିଶଗଡ଼ ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବାର ଥିଲା l ତାହା ହେଲା ନାହିଁ l ସରକାର ଜାନୁଆରୀ 25 ତାରିଖରେ ଏକ ସର୍ବଦଳୀୟ ବୈଠକ ଡାକିବେ ବୋଲି ଘୋଷଣା କରିଥିଲେ l ତାହା ମଧ୍ୟ ହେଲା ନାହିଁ l ଏହା ସରକାରଙ୍କ ଅପାରଗତା ନା ସମ୍ବେଦନ ହୀନତା? ଏହି ତ୍ରିଶଙ୍କୁ ଅବସ୍ଥାରୁ ମୁକୁଳିବା ପାଇଁ ଓଡ଼ିଶର ବୁଦ୍ଧିଜୀବୀ, ରାଜନୈତିକ ଦଳ, ସାମାଜିକ ସଂଗଠନ ମାନେ ଆଗେଇ ଆସିବାକୁ ଆମେ ନିବେଦନ କରୁଛୁ l ଏହି ପରିପ୍ରେକ୍ଷୀରେ ଆସନ୍ତା 13 ତାରିଖରେ ଏକ ବିଚାର ବିମର୍ଶ ସଭା ଆୟୋଜିତ ହେବ l “ମହାନଦୀ ଟ୍ରିବୁନାଲର ଭବିଷ୍ୟତ ଓ ମହାନଦୀର ଭାଗ୍ୟ ” ଶୀର୍ଷକ ଏହି ଆଲୋଚନା ସଭା ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ପୂର୍ବାହ୍ନ 10 ଘଟିକା ସମୟରେ ଆରମ୍ଭ ହେବ l ଏଥିରେ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ନଦୀ ଓ ମହାନଦୀ ଉପରେ ଜର୍ଯ୍ୟ କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷ ତଥା ବୁଶେଷଜ୍ଞ ମାନଙ୍କୁ ଆମନ୍ତ୍ରଣ ଜରାଯିବ l ମହାନଦୀ ର ସୁରକ୍ଷା ଓ ଓଡ଼ିଶାର ସ୍ୱାର୍ଥ ରକ୍ଷା ଦିଗରେ ଆଗାମୀ ପଦକ୍ଷେପ ବିଷୟରେ ସେଠାରେ ନିଷ୍ପତି ନୂଆଯିବ l ଆଜିର ସାମ୍ବାଦିକ ସମ୍ମିଳନୀରେ, ସୁଦର୍ଶନ ଦାସ, ଆବାହକ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ବାସୁଦେବ ଭଟ୍ଟ, ସହ ଆବାହକ ମନୋଜ ଜେନା, ସଂଯୋଜକ ପ୍ରସନ୍ନ ବିଶୋଇ, ପ୍ରବକ୍ତା ପ୍ରଭାସିନୀ ରାଉତ, ସଂଯୋଜକ ଉପସ୍ଥିତ ଥିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page