ଚିଲିକା, ୭।୭: ବୋଲଗଡ଼ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,କାଉତରା ରେ ସସ୍ମିତା ସାହୁଙ୍କ ତତ୍ୱାବଧାନରେ ସୋମବାର ଦିନ ବନମହୋତ୍ସବ ପାଳନ କରାଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁର ଅଧକ୍ଷ ଗଙ୍ଗାଧର ନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟ କୁମାର ନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଭା ର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଓ ସ୍ୱତନ୍ତ୍ର ଅତିଥି ବୃକ୍ଷ ର ବିଭିନ୍ନ ଉପାଦାୟତା ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ଉକ୍ତ ସଭାକୁ ସହକାରୀ ଶିକ୍ଷକ ଜନ୍ମେଜୟ ମାଝୀ ପରିଚାଳନା କରିଥିଲେ। ଏହାପରେ ମୁଖ୍ୟଅତିଥି ତଥା ସ୍ୱତନ୍ତ୍ର ଅତିଥି ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାୟ ୨୦୦ଟି ବିଭିନ୍ନ କିସମର ଉପାଦେୟ ବୃକ୍ଷ ଯଥା ପିସ୍ତା, କାଜୁ, ଲେମ୍ବୁ, ଡାଳିମ୍ବ, ପଟାସ, ସଜନା, ଆକାସିଆ, ସାଗୁଆନ ଇତ୍ୟାଦି ବୃକ୍ଷ ରୋପଣ କରା ଯାଇଥିଲା

।ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ନିତ୍ୟାନନ୍ଦ ଜେନା,ହେମନ୍ତ କୁମାର ପରିଡା,ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, ଗଣେଶ ବେହେରା, ସୂର୍ଯ୍ୟକାନ୍ତ ନାୟକ, ରଶ୍ମିତା ମଣ୍ଡଳ, ବିକାଶ କୁମାର ପରିଡା, ରାମଦାସ ମୁର୍ମୁ,ମଧୁସ୍ମିତା ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି