କଳାହାଣ୍ଡି, ୧୫/୪ (ପ୍ୟାରିଲାଲ ଦୁର୍ଗା): ବାବା ସାହେବ ନାମରେ ଜଣାଶୁଣା ଭୀମରାଷ୍ଟ୍ର ରାମଜୀ ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ତଥା ଆଧୁନିକ ବୌଦ୍ଧ ଆନେ୍ଦାଳନର ସେନାପତି କୁହାଯାଏ । ସେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ । ମଉ (ଆଧୁନିକ ମ୍ମ ପ୍ରଦେଶ ଅନ୍ତର୍ଗତ ସହର)ର ସେନା ଛାଉଣିରେ ୧୮୯୧ ଏପ୍ରିଲ ଆଜିର ଦିନରେ, ପରାଧୀନ ଭାରତରେ ଅଛୁଆଁ କୁହାଯାଉଥିବା ମହାର ଜାତିରେ ଜନ୍ମ ହୋଇ ଶୈଶବରେ ସେ ନିର୍ଯାଚିତ ହୋଇଥିଲେ । ଅକଥନୀୟ ନିର୍ଯାତନା ହିଁ ତାଙ୍କୁ କରିଥିଲା ସାହସୀ ଓ ଦାମୀକ ଏବଂ ତାଙ୍କ ମ୍ମରେ ସୃଷ୍ଟି କରିଥିଲା ନେତୃତ୍ୱ ନେବାର ଶକ୍ତି । ‘ଳରେ ସେ କେବଳ କୌଣସି ଏକ ସ’ପ୍ରଦାୟର ନୁହେଁ ଭାରତୀୟ ଜାତିର ନେତୃତ୍ୱ ନେବାରେ ସ‘ଳ ହୋଇଥିଲେ । ବହୁ ବାଧାବିଘ୍ନ ସତ୍ତ୍ୱେ ବାବାସାହେବ ହାଇ ସ୍କୁଲ ଶିକ୍ଷା ସାରି ବିବାହ କରିଥିଲେ । ମୁମ୍ବାଇର ଏକ ହାଟ ମ୍ମରେ ଦୋକାନ ବଜାର ବନ୍ଦ ହେବା ପରେ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ଏଲ୍ଫିନ୍ଷ୍ଟୋନ୍ କଲେଜରେ ଉଚ୍ଚ ଶିକ୍ଷା । ତାହା ପରେ ଯୁକ୍ତରାଷ୍ଟ୍ର ଆମେରିକା ଗବେଷଣା ଏବଂ ଲଣ୍ଡନରେ ଆଇନ ପାଠ । ବିଦ୍ୟାସାରି ବହୁ କୃତିତ୍ରର ଅଧିକାରୀ ହୋଇ ଭାରତ େ‘ରିବା ପରେ ସୁଦ୍ଧା ଜାତି ଜନିତ ଅପ୍ରୀତିକର ପରିସ୍ଥିତିରୁ ମୁକ୍ତି ପାଇପାରି ନଥିଲେ ।ଏକ ସମୟରେ ଅଧିସ୍ଥଳ କର୍ମଚାରୀମାନେ ତାଙ୍କ ହାତରେ ‘ାଇଲ, କାଗଜପତ୍ର ଆଦି ନଦେଇ ଟେବୁଲ ଉପରେ େ‘ାପାଡ଼ୁଥିଲେ । ଅପମାନିତ ହୋଇଚାଲିବାରୁ ଜାତିଆଣ ପ୍ରଥା ବିରୋଧରେ ସଂଗ୍ରାମ କରିବା ପାଇଁ ପ୍ରତିଜ୍ଞା
କରି ଶେଷରେ ସ‘ଳ ହୋଇଥିଲେ । ଏକଦା ସେ ଲେଖିଥିଲେ, ଭାରତ ହେଉଛି ଅସମାନତାର ଦେଶ । ଏବଂ ଅସ୍ପୃଶ୍ୟତା ନିବାରଣ ମୋର ଜନ୍ମଗତ ଅଧିକାର । ଶୋଷଣମୁକ୍ତ ଶ୍ରେଣୀ ସମାଜ ପାଇଁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଅବଦାନ ଯୁଗ ଯୁଗ ପାଇଁ ଅମର । ପିଲାଦିନରୁ କଠୋର ଅ୍ମବସାୟ ଦ୍ୱାରା ଜୀବନକୁ ଗଡି ତୋଳିବା ଆମ୍ବେଦକର ସେହି ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ତିଆରି କରିଥିଲେ ଯାହାକି ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଆଗରେ ସ୍ୱତନ୍ତ୍ରତା ରଖିଛି । ସମଗ୍ର ବିଶ୍ୱର ସର୍ବବୃହତ୍ତ ଗଣତାତ୍ତ୍ୱିକ ରାଷ୍ଟ୍ରର ମର୍ଯ୍ୟାଦା ପାଇଥିବା ଆମ ଭାରତ ସବୁଦିନ
ପ୍ୟାରିଲାଲ ଦୁର୍ଗା, କଳାହାଣ୍ଡି