ଚିଲିକା, ୨୫ ।୮: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ବ୍ଲକ କୋଶରଡା ସଂରକ୍ଷିତ ଜଙ୍ଗଲରେ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବଡ ଧରଣର ମିଳିତ ଚଢାଉ କରାଯାଇଛି ।ଖବର ଅନୁଯାୟୀ ଜଙ୍ଗଲ ଭିତରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଗୁପ୍ତ ସୂଚନା ପାଇ ବାଲୁଗାଁ, ଟାଙ୍ଗୀ, ଜଟଣୀ, ବେଗୁନିଆ ଓ ଜିଲ୍ଲା ମୋବାଇଲ ୟୁନିଟକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।

ଏହି ଟିମ୍ ଜଙ୍ଗଲର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରି ପାର୍ଶ୍ୱରେ ଏକକାଳୀନ ଚଢାଉ କରିଥିଲା. ଚଢାଉ ବେଳେ ମଦ ଭାଟି ମାଲିକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ କେହି ଗିରଫ ହୋଇନାହାନ୍ତି.ଏହି ଚଢାଉରେ ମୋଟ ୮ଟି କେସ୍ (P.R No.133 ରୁ 136/26-27 ବାଲୁଗାଁ, 50/26-27 ଟାଙ୍ଗୀ, 209 ରୁ 211/26-27 ମୋବାଇଲ ୟୁନିଟ) ରେ ୨୫,୦୦୦ କେଜି ପୋଚ ୱାସ୍ ଏବଂ ୩୦୯୦ ଲିଟର ପ୍ରସ୍ତୁତ ଦେଶୀ ମଦ (IDL) ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି.ଏହାର ବଜାର ମୂଲ୍ୟ ପ୍ରାୟ ୧୮ ଲକ୍ଷ ୬୮ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ରେଡ୍ ରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ପ୍ରଭା ମିଶ୍ର, ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଲୁଗାଁ OIC ସୌମ୍ୟ ରଞ୍ଜନ ବେହେରା ଓ ସମସ୍ତ ଷ୍ଟାଫ ସାମିଲ ଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି