ଚିଲିକା, ୩୧।୮: ବାବା ଉମା ମହେଶ୍ୱରଙ୍କ ପ୍ରତି ଅପାର ଭକ୍ତି । ବାଲୁଗାଁ ପାଟଣାସାହିର ୪ କାଉଡ଼ିଆ ୨ ମାସ ୯ଦିନ ଧରି ପାଦରେ ଚାଲି ଚାଲି ଗଙ୍ଗୋତ୍ରୀରୁ ଜଳ ଆଣି ଆଜି ବାଲୁଗାଁ ଉମାମହେଶ୍ୱର ଦେବଙ୍କପୀଠରେ ଜଳ ଢାଳିଛନ୍ତି ।ଜଙ୍ଗଲ, ପାହାଡ, ଅନେକ ରାଜ୍ୟ ଅତିକ୍ରମ କରି ସେମାନେ ବାଲୁଗାଁରେ ଆସି ଆଜି ପହଞ୍ଚିଥିଲେ ।ଆଜି ସେମାନେ ବାଲୁଗାଁରେ ପହଞ୍ଚି ବାବା ଉମା ମହେଶ୍ୱରଙ୍କ ପୀଠରେ ଜଳ ଢାଳି ପୂଜାର୍ଚ୍ଚନା କରିଥିଲେ ।ବାବାଙ୍କ ପ୍ରତି ଏତେ ଭକ୍ତି ଯେ ତାଙ୍କୁ ମନରୁ ଡାକିଲେ ସେ ମନସ୍କାମନା ପୂରଣ କରନ୍ତି ବୋଲି କାଉଡ଼ିଆମାନେ ବିଶ୍ୱାସ ପ୍ରକଟ କରିଛନ୍ତି ।ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରୁ କାଉଡ଼ିଆମାନେ ଆସି ବାବାଙ୍କ ପୀଠରେ ଜଳ ଢାଳିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି