ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ ମିଳିତ ସହଯୋଗ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ଅଡିଟୋରିୟମ ଗୃହରେ ସାଂସ୍କୃତିକ ଓ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା । ନିମନ୍ତ୍ରିତ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ପ୍ରାକ୍ତନ ମୁଖ୍ୟ ଲିପିକ ତଥା ବରିଷ୍ଠ ମଞ୍ଚ କଳାକାର ତ୍ରିବିକ୍ରମ ପଣ୍ଡା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯୁବ ସମାଜ ସେବୀ ବିକ୍ରମ ପଲେଇ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ବିଶିଷ୍ଟ ଓଡ଼ିଶୀ ଗାୟିକା ତଥା ମା ଭଗବତୀ କଳା ନିକେତନର ସମ୍ପାଦିକା ବିଷ୍ଣୁପ୍ରିୟା ବାରିକ ପ୍ରମୁଖ ଯୋଗଦେଇ ଭଗବାନ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ମହିମା ବର୍ଣ୍ଣନା କରିବା ସହ ସମାଜକୁ ଆଧ୍ୟାତ୍ମିକ ଦିଗ ଦର୍ଶନ ଦେବାରେ ଵ୍ରହ୍ମକୁମାରୀ ସଂସ୍ଥାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ମା’ ଭଗବତୀ କଳା ନିକେତନର ଶିଳ୍ପୀ ମାନେ ରାଧାକୃଷ୍ଣଙ୍କ ଲୀଳା ସମ୍ବନ୍ଧିତ ନୃତ୍ୟ ପରିବେଷଣ କରିଥିଲେ। ନବଜାତ ଶିଶୁ ଶ୍ରୀକୃଷ୍ଣ ତଥା ରାଧାକୃଷ୍ଣଙ୍କ ଯୁଗଳ ଭୂମିକାରେ ଶିଳ୍ପୀଙ୍କୁ ସୁସଜ୍ଜିତ ଝୁଲଣରେ ଉପବେଶନ କରାଯାଇ ଝୁଲାଇ ଦିଆ ଯାଇଥିଲା। ମଞ୍ଚ ର ସମସ୍ତ କାର୍ଯ୍ୟକ୍ରମକୁ ବିକେ ସୁରେନ୍ଦ୍ର ନାଥ ଗୈ।ଡ଼ ଭାଇ ସଂଯୋଜନା କରିଥିଲେ। ସମସ୍ତ ଭାଇ ଓ ମା’ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ପରେ ସମସ୍ତଙ୍କୁ ବ୍ରହ୍ମା ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page