କଳାହାଣ୍ଡି,୧୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ
ଦିନକୁ ଦିନ ବଢୁଥିବା ଟ୍ରାଫିକ ଜାମ୍ ଓ ସଡ଼କ ସୁରକ୍ଷା ସମସ୍ୟାକୁ ନେଇ ମିଳିତ କ୍ରିୟାନୁଷ୍ଠାନ କର୍ମିଟି ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁଶ୍ରୀ ଭର୍ଷିଥା ଅଡେପୁ (ଆଇପିଏସ) ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହର ମଧ୍ୟରେ ପିକ୍ ସମୟରେ ଭାରୀ ଯାନବାହନ ପ୍ରବେଶ ନିୟନ୍ତ୍ରଣ ସହ ସ୍ପିଡ୍ ଚେକିଂ ଓ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଥିରେ ଦାବି କରାଯାଇଛି। ଦାବିପତ୍ରିରେ ଉଲ୍ଲେଖ ହୋଇଛି ଯେ, ଜୁନାଗଡ଼ ସହରରେ ପିକ୍ ସମୟରେ ଟ୍ରକ୍ ସହ ଭାରୀ ଯାନବାହନ ପ୍ରବେଶ୍ ଯୋଗୁଁ ଟ୍ରାଫିକ ଜାମ୍ ସମସ୍ୟା ଗମ୍ଭୀର ହେଉଛି। ଯୁବକ ମାନଙ୍କ ଦ୍ବାରା ମୋଟରସାଇକେଲରୁ
ଅତ୍ୟଧିକ ବେଗରେ ଚାଳନାଁ ଓ ମଦ୍ୟପାନ କରି ଗାଡ଼ି ଚାଳନାଁ ଯୋଗୁଁ ସଡ଼କ ଦୁର୍ଘଟଣା ଆଶଙ୍କା ବଢୁଛି ଓ ଏହାକୁ ଦୃଷ୍ଟିରେ ରଖି ଜୁନାଗଡ଼ ସହରରେ ସକାଳ ୯ଟାରୁ ୨ଟା ଓ ସନ୍ଧ୍ୟା ୪.୩୦ରୁ ୮.୩୦ ପର୍ଯ୍ୟନ୍ତ ସହର ମଧ୍ୟରେ ଭାରୀ ଯାନବାହନ ପ୍ରବେଶ ନିଷେଧ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ସହିତ ଭୁବାନୀପାଟଣା ପଟୁ ଆସୁଥିବା ଟ୍ରକ୍ଗୁଡ଼ିକୁ ଜାରିଙ୍ଗ ନିକଟସ୍ଥ ଟ୍ରକ୍ ଟର୍ମିନାଲ କିମ୍ବା ଭବାନୀପାଟଣା ବାଇପାସ ରାସ୍ତା ଦ୍ବାରରେ ଅଟକାଇବା ଓ ଧର୍ମଗଡ଼ ପଟୁ ଆସୁଥିବା ଟ୍ରକ ଗୁଡ଼ିକୁ ସହର ପ୍ରବେଶ ପୂର୍ବରୁ ଅଟକାଇବା ପାଇଁ ମଧ୍ୟ
ଅନୁରୋଧ କରାଯାଇଛି। ସହରରେ ମୋଟର ସାଇକେଲ ଓ ଅନ୍ୟାନ୍ୟ ଯାନବାହନର ନିୟମିତ ସ୍ପିଡ୍ ଚେକିଂ କରିବା ସହ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ କଠୋର ଯାଞ୍ଚ କରିବାକୁ ମଧ୍ୟ ଦାବି କରାଯାଇଛି। ଏହିପରି ବ୍ୟବସ୍ଥା ନେଲେ ସହରରେ ଟ୍ରାଫିକ ସମସ୍ୟା କମିବା ସହ ସଡ଼କ ଦୁର୍ଘଟଣା ରୋକିବା ଓ ପଦଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ନିଶ୍ଚିତ ହେବ ବୋଲି ଦାବିପତ୍ରରେ କୁହାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ତଥା ସିଟିଜେନ୍ ଫୋରମ୍ ଜୁନାଗଡ଼ ସଭାପତି ଅଶୋକ କୁମାର ପାତ୍ର,ଜୁନାଗୁଡ଼`ସାମ୍ବାଦିକ ସଙ୍ଘ ସଭାପ୍ରତି ସନ୍ତୋଷ କୁମାର ସିଂହଦେଓ ଜୁନାଗଡ଼ ବଣିକ ସଙ୍ଘ ସମ୍ପାଦକ ପ୍ରଭାତ ଦାସ, ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ତାପସ ସାହୁ ପ୍ରମୁଖ
ଏସ୍ଡିପିଓ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି ପ୍ରତିନିଧି