ରାଜଧାନୀ ଭୁବନେଶ୍ୱର ରେ 37ଟି ନୂଆ ରାସ୍ତା ପ୍ରକଳ୍ପ ହବାକୁ ଯାଉଛି

ଭୁବନେଶ୍ୱର 25ମାର୍ଚ୍ଚ :Priyabrata Barik: ଆଇନୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ପ୍ରେସ ବିଜ୍ଞପ୍ତି ଜାରୀ କରି କହିଛନ୍ତି ଯେ ଦିନକୁ ଦିନ ରାଜଧାନୀ ରେ ଟ୍ରାଫିକ ସମସ୍ୟା ବଢ଼ିଗଲାଣି, ଜନସାଧାରଣ ନାହିଁ ନଥିବା ଯାତାୟାତ ଗାଡି ପର୍କିଂ ରେ ଅନେକ ଅସୁବିଧା ସମ୍ମୁଖୀନ ହବାକୁ ପଡିଛି l ଭିଡ଼ ଓ ଟ୍ରାଫିକ ସମସ୍ୟାକୁ ନଜରରେ ରଖି କିପରି କିପରି ଭିଡ଼ ନିୟନ୍ତ୍ରଣ କରିହବ ସେ ବିଷୟରେ ସମାଧାନର ବାଟ ବାହାରିଛି, ତେଣୁ ସହରକୁ ଜାମ ମୁକ୍ତ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି l ଆସନ୍ତା ପଚାଷ ବର୍ଷ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି 37ଟି ନୂଆ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ମିଳିଚି l ଏଥି ମଧ୍ୟରେ ନୂଆ ରିଙ୍ଗ ରୋଡ଼ ଏବଂ ଫ୍ଲାଏ ଓଭର ବ୍ରିଜ ସାମିଲ ଅଛି l ପ୍ରଥମ ପର୍ଯ୍ୟାୟରେ 20ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବଂ ଫ୍ଲାଏ ଓଭର ବ୍ରିଜ କୁ ପ୍ରାଥମିକ ଦିଆଯିବ l ସାଲିଆ ସାହି ବସ୍ତି ରୁ ଚୂନକୋଳି ବସ୍ତି କୁ ସଂଯୋଗ କରୁଥିବା


ରାସ୍ତା କୁ ଖୁବ ଶୀଘ୍ର ସାରିବାକୁ ହବ l ଏବଂ ଦ୍ୱିତୀୟ ରାସ୍ତା ବାରଙ୍ଗରୁ ଜଟଣୀ ପର୍ଯ୍ୟନ୍ତ 38କିଲୋମିଟର ଏକ ଲମ୍ବା ରାସ୍ତା ତିଆରି ହବ l ଏହି ରାସ୍ତା ଭୁବନେଶ୍ୱର, କଟକ ଓ ଜଟଣୀ ମଧ୍ୟରେ ଏକ ମିନି ରିଙ୍ଗ ରୋଡ଼ କାମ ହବ ଏବଂ ଭୁବନେଶ୍ୱର ସହର ବାହାରେ 140କିଲୋମିଟର ଏକ ବିଶିଷ୍ଟ ବଡ଼ ରିଙ୍ଗ ରୋଡ଼ ତିଆରି ହବାକୁ ଯାଉଛି l ପଟିଆ, ଇନ୍ଫୋସିଟି, KIIT ଅଞ୍ଚଳରେ ଉତ୍ତମ ସଂଯୋଗୀକରଣ କରାଯିବ l AG ଛକରେ ଅଣ୍ଡରପାସ, AIIMS ପାଖରେ ପ୍ରଶସ୍ତିକରଣ ଭାରୀ ଯାନ ଗୁଡିକ ସହର ଭିତରକୁ ନଆସି ବାହାରେ ବାହାରେ ଯାଇପାରିବେ l ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page