ସାନହନ୍ତୁଆଡ଼ରେ ଶ୍ରୀରାମ ନବମୀ ଉତ୍ସବ ସମାପନ I

ଚିଲିକା, ୪। ୪:ଓଡିଶାର ପୂରପଲ୍ଲୀରେ ଚୈତ୍ରମାସ ଶୁକ୍ଳ ନବମୀ ଦିନଟିକୁ ଶ୍ରୀରାମନବମୀ ଭାବେ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସାନହନ୍ତୁଆଡ଼ ଗ୍ରାମରେ ଶ୍ରୀରାମ ନବମୀ ଠାରୁ ୯ ଦିନ ବ୍ୟାପି ଏହି ପୂଜା ମହାଡ଼ମ୍ବରରେ ପାଳନ ହେଉଛି।ଗ୍ରାମର ବହୁ ମହିଳା ଓ ପୁରୁଷ ନିଜ ନିଜର ମାନସିକ କରି ରାମନବାମୀ ଦିନ ସଂକଳ୍ପ କରି କୁମ୍ଭ ଧାରଣ ପୂର୍ବକ ନଗର ପରିକ୍ରମା କରିଥିଲେ।ପ୍ରତ୍ୟେକ ଦିନ ହବିଷ୍ୟlଦି ଗ୍ରହଣ କରି ମାନସିକ ଧାରୀ ମାନେ ରାମାୟଣ ପୁସ୍ତକ ପଠନ ଓ ଶ୍ରବଣ କରି ଶ୍ରୀରାମଙ୍କର ଲୀଳାକୁ ସ୍ମରଣ କରିଥାନ୍ତି।ରାମ ନବମୀର ଅଷ୍ଟମୀ ଦିନରେ ରାବଣ ପୋଡି ଉତ୍ସବର ଆୟୋଜନ କରାଯାଇଥାଏ।ଏଥିରେ ବିରାଟକାୟ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯାଇ ତାକୁ ବଧ କରାଯାଇଥାଏ।

ଏହି ରାବଣ ପୋଡି ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।ଅତ୍ୟାଚାରୀ ରାବଣକୁ ବଧ କରିବା ସହିତ ବିଭନ୍ନ ଅତ୍ୟାଚାରରୁ ସୃଷ୍ଟିକୁ ରକ୍ଷା କରିବା ଏବଂ ସତ୍ୟ ଧର୍ମର ରକ୍ଷା କରିବା ନିମିତ୍ତ ଏ ଧରାଧାମରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆବିର୍ଭାବ ହୋଇଥିଲା।ତେଣୁ ପ୍ରତ୍ୟେକ ହିନ୍ଦୁ ସନାତନ ଧର୍ମୀ ଲୋକମାନଙ୍କ ପାଇଁ ଆଜିର ଦିନଟି ହେଉଛି ଏକ ପବିତ୍ର ଦିନ।ପୂଜାର ଶେଷ ଏବଂ ଅନ୍ତିମ ଦିନରେ ପୂର୍ଣ୍ଣାହୁତି କରାଯାଇ ରାମାୟଣ ପୁସ୍ତକ ପଠନ ସମ୍ପୂର୍ଣ୍ଣ କରାଯିବାର ଵିଧି ପ୍ରଚଳିତ ଅଛି।ଗ୍ରାମରେ ଉକ୍ତ ନବ ଦିନ ବ୍ୟାପି ଗ୍ରାମବାସୀମାନେ ଆମିଷ ଭକ୍ଷଣ ଠାରୁ ଦୂରରେ ରହି ଶ୍ରୀରାମଚନ୍ଦ୍ରଙ୍କର ଗୁଣ ଗାନ କରିଥାନ୍ତି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା, ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page