ଗହନାମୁଣ୍ଡା ଠାରେ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

କଳାହାଣ୍ଡି,୫|୪ (ପ୍ୟାରିଲାଲ ଦୁର୍ଗା ):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଶାପାଲି ପଞ୍ଚାୟତ ଗହନାମୁଣ୍ଡାରେ ସୋମବାର ସକାଳୁ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ |ଏଥିପାଇଁ ରବିବାର କଳସ ଶୋଭା ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ କରାଯାଇଛି |ଆଜି ଅପରାହ୍ନ ରେ ପ୍ରହର ମଣ୍ଡପ ଠାରୁ ଶତାଧିକ ମହିଳା କଳସ ଯାତ୍ରାରେ ବାହାରି ସ୍ଥାନୀୟ ତଳ ବନ୍ଧ ପୋଖରୀ ଠାରେ ପହଂଚି ଥିଲେ |ପଣ୍ଡିତ ସିମାଞ୍ଚଳ ମୁଣ୍ଡ ପୂଜାର୍ଚନା କରିବା ପରେ ପୁରୁନ୍ଧର ବିଶି ଏବଂ ତାଙ୍କର ପତ୍ନୀ ଶ୍ରୀମତୀ ଚମ୍ପା ବିଶି ପ୍ରଥମେ ପୁର୍ଣାଜଳ କଲସି ଉଠାଣ କରିଥିଲେ |ଏହାପରେ ଅନ୍ୟ ମାନେ କଲସି ଉଠାଣ କରିଥିଲେ |କୀର୍ତନ ଦଳର ତାଳେ ତାଳେ ଘଣ୍ଟ ଦଳ ଶଙ୍ଖର ଧ୍ବନିରେ ବିରାଟ ଶୋଭାଯାତ୍ରା ଆସି ନଗର ପରିକ୍ରମା କରି ପ୍ରହର ମଣ୍ଡପ ରେ ପହଞ୍ଚି କଲସ ସ୍ଥାପନ କରିଥିଲେ | ଏହି ନାମଯଜ୍ଞ ଟି ୬ ତାରିଖ ରୁ ୮ତାରିଖ ପର୍ଯନ୍ତ ଅନୁଷ୍ଠିତ ହେବ ଏବଂ ୮ତାରିଖ ଦିନ ପୂର୍ଣାହୂତି ହେବ ବୋଲି ପୂଜା କମିଟି ତରଫରୁ ସୂଚନା ମିଳିଛି ।

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page