ୟୁଜର ଫି ନାଁରେ ବେଆଇନ ଜିଜିଆକର ତୁରନ୍ତ ବନ୍ଦ ନହେଲେ ଜୋରଦାର ଆନ୍ଦୋଳନ : ଭୁବନେଶ୍ୱର ଉନ୍ନୟନ ପରିଷଦ

ଭୁବନେଶ୍ୱର ତା 5 ରିଖ l ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଳିଆ ସଫା ଓ ପରିମଳ ସେବା ଆଳରେ ଜନସାଧାରଣଙ୍କ ଠାରୁ ଜୋର ଜବରଦସ୍ତ ଭାବେ “ୟୁଜର ଫି” ଆଦାୟ କରୁଛି। ଏହା ସମ୍ପୂର୍ଣ୍ଣ ବେଆଇନ ଓ ଅନ୍ୟାୟ l ଭୁବନେଶ୍ୱର ଉନ୍ନୟନ ପରିଷଦ ଏହି ବେଆଇନ ଓ ମନୋମୁଖୀ କାର୍ଯ୍ୟର ଦୃଢ଼ ବିରୋଧ କରୁଛି l କାରଣରୁ ଏହl ସମ୍ପୂର୍ଣ ଅଗଣତାନ୍ତ୍ରିକ lମାନ୍ୟବର ଓଡ଼ିଶା ହାଇକୋର୍ଟ ଚାରିବର୍ଷ ପୂର୍ବରୁ ଏହି ବେଆଇନ ଆଦାୟକୁ ରହିତାଦେଶ ଦେବା ପରେ ବି ଏମ ସି ସ୍ଥଗିତ କରି ୟୁଜର ଫି ଆଦାୟ ବନ୍ଦ କରିଦେଇଥିଲା। ହାଇକୋର୍ଟ ବିଏମ୍‌ସି ଓ ନଗର ଉନ୍ନୟନ ବିଭାଗରୁ ସ୍ପଷ୍ଟୀକରଣ ମାଗିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ମାନ୍ୟବର ହାଇ କୋର୍ଟରେ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି।  ମୁନିସିପାଲିଟିରୁ ଭୁବନେଶ୍ୱର ମହାନଗର ନିଗମ ହେବା ପରେ ସମସ୍ତ ସମ୍ପତ୍ତିର ମୂଲ୍ୟାୟନ କରି ପ୍ରପର୍ଟି ଟାକ୍ସ ଆଦାୟ କରିବା କଥା। କିନ୍ତୁ ବିଏମ୍‌ସି ଏପର୍ଯ୍ୟନ୍ତ ସମ୍ପତ୍ତି ମୂଲ୍ୟାୟନ କରିନାହିଁ ଏବଂ ପୂର୍ବ ଭଳି ହୋଲଡିଂ ଟାକ୍ସ ଆଦାୟ କରୁଛି। ହୋଲଡିଂ ଟାକ୍ସରେ ଡ୍ରେନ, ଅଳିଆ ସଫା ଓ ପରିମଳ ସେବା ଯୋଗାଇବା ବାଧ୍ୟତାମୂଳକ । ତେଣୁ ଅଲଗା ଭାବେ ୟୁଜର ଫି ଆଦାୟ କରିବାର କୌଣସି ଅଧିକାର ବିଏମ୍‌ସିର ନାହିଁ। ମୁନିସିପାଲିଟି ଓ ମୁନିସିପାଲ କର୍ପୋରେସନ ର ନିୟମ ଭିନ୍ନ l ଏକା ସାଙ୍ଗରେ ଦୁଇଟି ଆଇନ ଲାଗୁ ହୋଇ ପାରିବ ନାହିଁ l ଏହାର ସଠିକ ବିସ୍ଲେସଣ ହେଵା ଆବଶ୍ୟକ lବିଏମ୍‌ସିର ଫନ୍ଦି କରି ଜୋର ଜବରଦସ୍ତି ୟୁଜର ଫି ଆଦାୟ  କରୁଛି l ମହିଳା ଓ ମା’ମାନଙ୍କ ସଂଗଠନ ସମେତ ଅନ୍ୟାନ୍ୟ ସଂସ୍ଥା ଓ ସ୍ଥାନୀୟ ଯୁବକଙ୍କ ମାଧ୍ୟମରେ ଜନସାଧାରଣ ଙ୍କୁ ଡରାଇ,ସମ୍ମାନ ହାନୀ ଭଳି କାର୍ଯ୍ୟକ୍ରମ ଆପଣାଇ ମାନସିକ ଯନ୍ତ୍ରଣା ଦେଇ ଜୋର ଜବରଦସ୍ତ ଫି ଆଦାୟ କରୁଛିl  ଟେଲିକମ୍ କମ୍ପାନୀ ଯେପରି ମାଗଣା ଡାଟା ଦେଇ ଲୋକଙ୍କୁ ଅଭ୍ୟସ୍ତ କରାଇ ପରେ ଲୁଟୁଛି, ସେହିପରି ବିଏମ୍‌ସି ମାଗଣା ଅଳିଆ ଗ୍ରହଣର ସେବା ଦେଇ ଲୋକଙ୍କୁ ଅଭ୍ୟସ୍ତ କରାଇ ବର୍ତ୍ତମାନ ଲୁଟୁଛି। ଅଳିଆକୁ ପ୍ରକ୍ରିୟାକରଣ କରି ବିଏମ୍‌ସି  ଜୈବିକ ଖତ, ଧୂପକାଠି ପାଇଁ କାଠ ଓ ପତ୍ର ଗୁଣ୍ଡ, ପ୍ଲାଷ୍ଟିକ ଗୁଣ୍ଡ, କାଗଜ ପେଡ଼ି ଆଦି ଉପକରଣ ବିକ୍ରୀ କରି କୋଟି କୋଟି ଟଙ୍କା ରାଜସ୍ବ ପାଉଛି। ଅଳିଆ ଆବର୍ଜନାରୁ ଗ୍ୟାସ ଉତ୍ପାଦନ ପାଇଁ ONGC ସହ ଏମଓୟୁ ମଧ୍ୟ କରିଛି।  ତଥାପି ସାଧାରଣ ଲୋକଙ୍କ ଠାରୁ ବେଆଇନ ଭାବେ ଜବରଦସ୍ତ ଫି ଆଦାୟ କରୁଛି। ୟୁଜର ଫି ତୁରନ୍ତ ବନ୍ଦ ହେଉ। ଆଇନ ତଃ ହୋଲଡିଂ ଟାକ୍ସରେ ସମସ୍ତ ପରିମଳ ସେବା ଅନ୍ତର୍ଭୁକ୍ତ ରହୁ। ହାଇକୋର୍ଟ ଆଦେଶର ସଠିକ ଅନୁ ପାଳନ ହେଉl l ଏହି ଜିଜିଆ କର ବିରୋଧରେ ଜୋରଦାର ପ୍ରତିବାଦ ପାଇଁ  ସମସ୍ତ ଆପାର୍ଟମେଣ୍ଟ କମିଟି ସଦସ୍ୟ, ନଗର କମିଟି ସଦସ୍ୟ, କଲୋନି କମିଟି, ୟୁନିଟ୍ କମିଟି, ଗ୍ରାମ କମିଟି, ପୂଜା କମିଟି, ବଜାର କମିଟି, ବସ୍ତି କମିଟି, ଆବାସ କମିଟି, ହାଉସିଂ ସୋସାଇଟି କମିଟି, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କୁ ନିବେଦନ କରିଛି ଭୁବନେଶ୍ୱର ଉନ୍ନୟନ ପରିଷଦ l ଏହି ପରିପ୍ରେକ୍ଷୀରେ ଆସନ୍ତା ୯ ତାରିଖ ସକାଳ 10:30ରେ ଭୁବନେଶ୍ୱରର ବୁଦ୍ଧ ମନ୍ଦିର ଠାରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସାମାଜିକ ସଂଗଠନ ସମେତ ଜନସାଧାରଣକୁ ନେଇ ଏକ ବିଚାର ବିମର୍ଶ ବୈଠକ ଡକା ଯାଇଛି l ସେହି ବୈଠକର ନିଷ୍ପତି ଅନୁଯାଇ ପରବର୍ତୀ ପଦକ୍ଷେପ ନିଆଯିବ l ଭୁବନେଶ୍ୱର ର ଜନସାଧାରଣ ଏଥିରେ ଯୋଗ ଦେଇ ନିଜର ମନ୍ତବ୍ୟ ପ୍ରଦାନ ପାଇଁ ସଭାପତି ବାସୁଦେବ ଭଟ୍ଟ, ଉପଦେଷ୍ଟା ମନୋଜ ଜେନା, ପ୍ରଦୀପ ପ୍ରଧାନ ଓ ସଂଯୋଜକ ପ୍ରସନ୍ନ ବିଷୋୟୀ କହିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page