ୟୁଜର ଫି କେହି ନଦେବାକୁ ନିଷ୍ପତି, ଦଶହଜାର ଭୁବନେଶ୍ଵରିଆଙ୍କୁ ନେଇ ଆନ୍ଦୋଳନ ଡାକରା ଦେଲା ଭୁବନେଶ୍ୱର ଉନ୍ନୟନ ପରିଷଦ
ଭୁବନେଶ୍ୱର ତା 9 ରିଖ lବିଏମ୍ସିର ଅଳିଆ ଉଠାଇବା ଆଳରେ ଜୋର ଜବରଦସ୍ତ ବେଆଇନ “ୟୁଜର ଫି” ଆଦାୟ ବିରୁଦ୍ଧରେ ଭୁବନେଶ୍ୱର ଉନ୍ନୟନ ପରିଷଦ ଓ ଜନ ଜାଗରଣ ବୁଦ୍ଧ ମନ୍ଦିର ଠାରେ ଏକ ବିଚାର ବିମର୍ଶ ସଭା ଆୟୋଜନ କରିଥିଲା l ମାନ୍ୟବର ହାଇକୋର୍ଟଙ୍କ ଚାରିବର୍ଷ ପୂର୍ବରୁ ଏହି ବେଆଇନ ଆଦାୟର ରହିତାଦେଶରେ ବିଏମସି ସ୍ଥଗିତ ରଖିବା ପରେ ଏବେ ପୁଣି ୟୁଜର ଫି ଆଦାୟ କରି ଚାଲିଛନ୍ତି । ହାଇକୋର୍ଟଙ୍କ ବିଏମ୍ସି ଓ ନଗର ଉନ୍ନୟନ ବିଭାଗକୁ ମାଗିଥିବା ସ୍ପଷ୍ଟୀକରଣ ଆଜି ପର୍ଯ୍ୟନ୍ତ ହାଇକୋର୍ଟରେ ଅlଫିଡ଼ିଭିଟି ଦେଇ ନାହାନ୍ତି ସରକାର l ସେପଟେ କୋର୍ଟ ଙ୍କ ନିର୍ଦେଶ ଅବମାନନା କରୁଥିବାରୁ କଣ୍ଟେମ୍ପଟ ଅଫ କୋର୍ଟ ବିରୁଦ୍ଧରେ ଆଇନଗତ ଲଢେଇ ହେବ l ଭୁବନେଶ୍ୱର ମହାନଗର ନିଗମ ହେବା ପରେ ସମ୍ପତ୍ତିର ପ୍ରପର୍ଟି ଟାକ୍ସ ଆଦାୟ ନ କରିବା ପୂର୍ବ ଭଳି ହୋଲଡିଂ ଟାକ୍ସ ଆଦାୟ କରୁଛି। ହୋଲଡିଂ ଟାକ୍ସରେ ଡ୍ରେନ, ଅଳିଆ ସଫା ଓ ପରିମଳ ସେବା ଯୋଗାଇବା ବାଧ୍ୟତାମୂଳକ । ତେଣୁ ୟୁଜର ଫି ଆଦାୟ କରିବା lବିଏମ୍ସିମହିଳା ଓ ମା’ମାନଙ୍କ ସଂଗଠନ ସମେତ ଅନ୍ୟାନ୍ୟ ସଂସ୍ଥା ଓ ସ୍ଥାନୀୟ ଯୁବକଙ୍କ ମାଧ୍ୟମରେ ଜନସାଧାରଣ ଙ୍କୁ ଡରାଇ,ସମ୍ମାନ ହାନୀ ଭଳି କାର୍ଯ୍ୟକ୍ରମ ଆପଣାଇ ମାନସିକ ଯନ୍ତ୍ରଣା ଦେଇ ଜୋର ଜବରଦସ୍ତ ଫି ଆଦାୟକୁ ସମସ୍ତେ ଦୃଢ଼ ବିରୋଧ କରିଛନ୍ତି l ଟେଲିକମ୍ କମ୍ପାନୀ ଭଳି ମାଗଣା ଡାଟାରେ ଅଭ୍ୟସ୍ତ କରାଇ ଏବେ ଲୁଟୁଛି, ବିଏମ୍ସି l ଅଳିଆକୁ ପ୍ରକ୍ରିୟାକରଣ କରି ବିଏମ୍ସି ଜୈବିକ ଖତ, ଧୂପକାଠି ପାଇଁ କାଠ ଓ ପତ୍ର ଗୁଣ୍ଡ, ପ୍ଲାଷ୍ଟିକ ଗୁଣ୍ଡ, କାଗଜ ପେଡ଼ି ଆଦି ଉପକରଣ ବିକ୍ରୀ କରି କୋଟି କୋଟି ଟଙ୍କା ରାଜସ୍ବ ପାଉଛି। ଅଳିଆ ଆବର୍ଜନାରୁ ଗ୍ୟାସ ଉତ୍ପାଦନ ପାଇଁ ONGC ସହ ଏମଓୟୁ ମଧ୍ୟ କରିଛି। l ଯୋଗ ଦେଇଥିବା ଆପାର୍ଟମେଣ୍ଟ କମିଟି ସଦସ୍ୟ, ନଗର କମିଟି ସଦସ୍ୟ, କଲୋନି କମିଟି, ୟୁନିଟ୍ କମିଟି, ଗ୍ରାମ କମିଟି, ପୂଜା କମିଟି, ବଜାର କମିଟି, ବସ୍ତି କମିଟି, ଆବାସ କମିଟି, ହାଉସିଂ ସୋସାଇଟି କମିଟି, ବୁଦ୍ଧିଜୀବି ବୈଠକରେ ୟୁଜର ଫି ନଦେବା ସହ ଜୋରଦାର ପ୍ରତିବାଦ ପାଇଁ ନିଷ୍ପତି ନେଇଛନ୍ତି lଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ ବୈଠକର ଉଦେଶ୍ୟ ଉପସ୍ଥାପନା କରିଥିଲେ l ପୂର୍ବତନ ମୁଖ୍ୟ ସଚିବ ତଥା ଜନ ଜାଗରଣର ମୁଖ୍ୟ ବିଜୟ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା ସହ ଏହି ସମସ୍ୟା ଉପରେ ସମସ୍ତେ ଅବଗତ ସହ ପ୍ରତିବାଦ ପାଇଁ ଅପିଲ କରିଥିଲେ l ଉପଦେଷ୍ଟା ତଥା ଏନ ଏଚ ଆର ସି କୋର ମେମ୍ବର ମନୋଜ ଜେନା ଭୁବନେଶ୍ୱର ପ୍ରତିଷ୍ଠା ଦିବସ କମିଟି ସାମିଲ ହେବାକୁ ମତ ରଖିଥିଲେ l ଅନ୍ୟତମ ଉପଦେଷ୍ଟା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଟାକ୍ସ ଆଦାୟ ଯୁକ୍ତି ସଂଗତ ଓ ଖର୍ଚ୍ଚର ହିସାବର ସ୍ୱଚ୍ଛତା ଉପରେ ସୂଚନା ସାର୍ବଜନୀନ ପାଇଁ କହିଥିଲେ, ସଂଯୋଜକ ପ୍ରସନ୍ନ ବିଷୋୟୀ ଭୁବନେଶ୍ୱର ବାସୀ କୌଣସି ସମସ୍ୟା ନେଇ ଏକତ୍ରିତ ହେଵା ଓ ଖବର କାଗଜରୁ ସୂଚନା ପାଇ ଯୋଗ ଦେବା ସହର ଉନ୍ନତି ପାଇଁ ଶୁଭ ସୂଚନା l ଭୁବନେଶ୍ଵରିଆଙ୍କୁ ଏହି ଜିଜିଆ କର ବିରୁଦ୍ଧରେ ପରିଜନଙ୍କୁ ସାମିଲ ସହ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ପାଇଁ କହିଥିଲେ l ଭୁବନେଶ୍ୱର ସହରରେ 2 ଲକ୍ଷ 50 ହଜାର ଘରେ ପ୍ରାୟ 12 ଲକ୍ଷ ଲୋକ ରୁହନ୍ତି , ହେଲେ ଏପର୍ଯ୍ୟନ୍ତ 1ଲକ୍ଷ 22 ହଜାର ଘରୁ ହୋଲଡିଂ ଟାକ୍ସ ଆଦାୟ ହେଉଛି l ବସ୍ତିରେ 3ଲକ୍ଷ ଲୋକଙ୍କ ହୋଲଡିଂ ଟାକ୍ସରୁ ବାଦ l ସବୁ ମିଶି ସମୁଦାୟ 15 ଲକ୍ଷ ଲୋକ ରହନ୍ତି l ବିଏମସିର 2006 ଆଇନ ରେ ପରିମଳ, ସ୍ୱଚ୍ଛତା ସେବା ଯୋଗାଉଥିଲା ହେଲେ 2018 ରେ ୟୁଜର ଫି ପାଇଁ ଏକ ସାଧାରଣ ରିଜଳୁଶନ ଆଣି ଆଦାୟ କରୁଛନ୍ତି ଏହା କେତେ ଦୂର ଆଇନତଃ ବୈଧ ସେ ସଂକ୍ରାନ୍ତରେ ଆଲୋଚନା ହେଵା ଉଚିତ l ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଗୁଣ୍ଡା ଗର୍ଦୀ କରି ବେଆଇନ ଯୁଜର ଫି ଆଦାୟକୁ ଲୋକଙ୍କ ଦ୍ୱାରା ନିର୍ବାଚିତ କର୍ପୋରେଟର କେମିତି ଆଖି ବୁଜି ବସିଛନ୍ତି ବୋଲି ପ୍ରଶ୍ନ କରିବା ସହ ନିଜ ପାଖରେ ଥୁବା ମୋବାଇଲରେ ଜୋରଦାର ଜନମତ ସୃଷ୍ଟି କରି ସରକାରଙ୍କୁ ନିଷ୍ପତି ପ୍ରତ୍ୟାହାର ପାଇଁ ବାଧ୍ୟ କରିବାକୁ କହିଥିଲେ l ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ପୂର୍ବରୁ କୋଉ ଗ୍ରାଣ୍ଟ ରେ ସଫେଇ ହେଉଥିଲା ଏବେ ସେହି ଗ୍ରାଣ୍ଟ ପଇସା କେଉଁଠି ଖର୍ଚ୍ଚ ହଉଛି l କିଏ ଏ ନିଷ୍ପତି ନେଲା ଓ କୋଉ ଆଇନରେ ତାର ହିସାବ ମାଗିବା ଦରକାର l ବରିଷ୍ଠ ନାଗରିକ ସଙ୍ଘ ସଭାପତି କୃପାସିନ୍ଧୁ ସାହୁ ମିଳିତ ଭାବେ ସବୁ ବର୍ଗର ସଂଗଠନ ମିଶି ଲଢ଼ିବାକୁ କହିବା ସହ ହାଇକୋର୍ଟରେ ଅପିଲ ପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଥିଲେ l ଭସାଣି କମିଟି ମୁଖ୍ୟ ମଧୁମାଧବ ଜେନା କେହି ୟୁଜର ଫି ନଦେବା ସହ ମେୟର ଓ କମିଶନରଙ୍କୁ ପ୍ରଶ୍ନ ପାଇଁ ପ୍ରତିନିଧି ମଣ୍ଡଳୀ ଭେଟିବାକୁ କହିଥିଲେ l ପୂର୍ବତନ କରପୋରେର୍ଟର ରାଜେନ୍ଦ୍ର ସମର୍ଥl ଜୋର ଜବରଦସ୍ତ ଆଦାୟକୁ ଜୋରଦାର ପ୍ରତିବାଦ ପାଇଁ ଆହ୍ୱାନ ଦେଇଥିଲେ l ପୂର୍ବତନ ପ୍ରଶାସକ ଆଡ଼ଭୋକେଟ ଜୟନ୍ତ ଦାସ ସବୁ ଫି ଆଦାୟ ପାଇଁ ଯେମିତି ତତ୍ପର ସେପରି ସେବା ଦେବାକୁ ତତ୍ପର ଓ ଆଇନ ମାନିବା ଆବଶ୍ୟକ କହିଥିଲେ l ଆମ ଆଦମୀ ପାର୍ଟି ସମ୍ପାଦକ ସନ୍ଦୀପ୍ତ ଦାସ ନିଜ ଘର ସାମ୍ନାରେ ନୋ ୟୁଜର ଫି ଲେଖି ବିରୋଧ ପାଇଁ ପ୍ରସ୍ତାବ ଦେଇଥିଲେ l ଆଜିର ନିଷ୍ପତି ମୁତାବକ ଭୁବନେଶ୍ୱର ବାସୀ ୟୁଜର ଫି କେହି ନଦେବାକୁ ନିଷ୍ପତି ହୋଇଛି, ମେୟର ଓ କମିଶନରଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି ୟୁଜର ଫି ଆଦାୟର ଆଇନ ଗତ ବୈଧତା ଓ ଯୁକ୍ତିଯୁକ୍ତତା ନେଇ ଆଲୋଚନା ପରେ ସାମ୍ବାଦିକ ସମ୍ମିଳନୀ, ହାଇକୋର୍ଟଙ୍କ ନିର୍ଦେଶ ର ଅବମାନନା ନେଇ ମାମଲା ଓ ସାତ ଦିନ ଭିତରେ ୟୁଜର ଫି ଆଦାୟ ବନ୍ଦ ନହେଲେ ଦଶ ହଜାର ଭୁବନେଶ୍ୱରିଆଙ୍କୁ ନେଇ ଆନ୍ଦୋଳନ ପାଇଁ ନିଷ୍ପତି ହୋଇଛି l ବୈଠକ ଆଲୋଚନାରେ, ପୂର୍ବତନ ଅଧିକାରୀ ବିନାୟକ ରଥ,ବିଜେପି ଓବିସି ସମ୍ପାଦକ ଜଗଦିଶ ପ୍ରଧାନ,ସତ୍ୟନଗର ଲେଡ଼ିଜ ଫୋରମର ଅନୁରାଧା ଦଶ, ଡିସଟ୍ରିକ୍ଟ ସେଣ୍ଟର ଆସୋସେସନ ସମ୍ପାଦକ ସରୋଜ କାନ୍ତ, ଶିକ୍ଷକ ନେତା ସଚିତ୍ର ପାତ୍ର, ପୂର୍ବତନ କର୍ପୋରେଟର ମୋହନ ହେମ୍ବ୍ରମ, କୃଷ୍ଣ ସେଠୀ,ବିଜେଡି ନେତା ଦୁର୍ଗା ସାମନ୍ତରାୟ, ପ୍ରଦ୍ୟୁମ୍ନ ମହାନ୍ତି,କ୍ଷୀରୋଦ ସାହୁ,ଆଡ଼ଭୋକେଟ ମନମୋହନ ଅଗ୍ରୱାଲ, ଅଳିଆ ଗଦା ହଟାଅ ଅଭିଯାନର ଭିକ୍ଷାକାରୀ ତ୍ରିପାଠୀ,ଅଶୋକ ପାଇକରାୟ,ଲଲାଟ ଜେନା, ଆମ ଆଦମୀ ପାର୍ଟି ଭୁବନେଶ୍ୱର ସଭାପତି ଜୟସୂର୍ଯ୍ୟ କାନୁନଗୋ,ଭୁବନେଶ୍ୱର ସି ପି ଆଇ ସହ ସମ୍ପାଦକ ଶଙ୍କର୍ଷଣ ବାରିକ,ନିରୁପମା ରଥ, ଆଡ଼ଭୋକେଟ ମୋନାଲିସା,ଖଣ୍ଡଗିରି ହାଉସିଂ ସୋସାଇଟିର ତପନ ମହାନ୍ତି, ଗିରିଶ ଦାସଙ୍କ ସମେତ ପ୍ରାୟ ତିନି ଶହରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ l ଆଜିର ଏ ବୈଠକ ଭୁବନେଶ୍ୱର ସହର ପାଇଁ ବେଶ ଗୁରୁତ୍ୱପୂର୍ଣ ଓ ସ୍ବେଛାକୃତ ଯୋଗଦାନ ଏକ ଶୁଭ ସୂଚନା l ସେଥି ପାଇଁ ପରିଶେଷରେ ସମସ୍ତଙ୍କୁ ସଂଯୋଜକ ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଦେଇଥିଲେ l