ବାଳକାଟିରେ ଉମା ମାର୍ଶାଲ ଆର୍ଟ ଆନୁକୂଲ୍ୟରେ ବାର୍ଷିକ ବେଲ୍ଟ ପରୀକ୍ଷା ଅନୁଷ୍ଠିତ, ୨୦ ପ୍ରତିଯୋଗୀ ଅଂଶଗ୍ରହଣ

ବାଲିଅନ୍ତା, ୧୦/୦୫: ବାଳକାଟି ଅଞ୍ଚଳର ଅଗ୍ରଣୀ ମାର୍ଶାଲ ଆର୍ଟ ପ୍ରଶିକ୍ଷଣ କେନ୍ଦ୍ର ଉମା ମାର୍ଶାଲ ଆର୍ଟ ପକ୍ଷରୁ ଆଜି ସ୍ଥାନୀୟ ମେଳନ ପଡ଼ିଆ ଠାରେ ବାର୍ଷିକ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବେଲ୍ଟ ପରୀକ୍ଷାରେ ବିଭିନ୍ନ ବୟସ ବର୍ଗର ୨୦ ଜଣ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।ପ୍ରତିଯୋଗୀମାନେ କାଟା, କିକ୍, ପଞ୍ଚ, ସେଲ୍ଫ ଡିଫେନ୍ସ ଟେକନିକ୍, ଶାରୀରିକ କ୍ଷମତା ଓ ଅନୁଶାସନ ଆଦି ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଲ୍ଟ ଟେଷ୍ଟ କରାଯାଇଥିଲା । ଏଥିରେ ୟେଲୋ ବେଲ୍ଟ – ୮, ଅରେଞ୍ଜ – ୭, ବ୍ଲୁ ବେଲ୍ଟ-୩ , ଗ୍ରୀନ ବେଲ୍ଟ ୩ଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଶ୍ରୀ ବେହେରା ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ କରି ଉତ୍ସାହିତ କରିଥିଲେ । ମାର୍ଶାଲ ଆର୍ଟ କେବଳ ଆତ୍ମରକ୍ଷା କୌଶଳ ନୁହେଁ, ଏହା ଅନୁଶାସନ, ଏକାଗ୍ରତା, ଆତ୍ମବିଶ୍ୱାସ ଓ ଶାରୀରିକ-ମାନସିକ ବିକାଶର ଏକ ଉତ୍ତମ ମାଧ୍ୟମ । ଆଜିର ପିଲାମାନେ ମୋବାଇଲ ଓ ଖେଳଠାରୁ ଦୂରେଇ ଯାଉଥିବା ବେଳେ ମାର୍ଶାଲ ଆର୍ଟ ସେମାନଙ୍କୁ ସୁସ୍ଥ ଜୀବନଶୈଳୀ ଆଡକୁ ଆକୃଷ୍ଟ କରୁଛି । ବାଳକାଟି ଅଞ୍ଚଳରୁ ଆହୁରି ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳାଳି ବାହାରିବେ ବୋଲି ମୋର ବିଶ୍ୱାସ ପ୍ରଶିକ୍ଷକ ଉମାକାନ୍ତ ନିଜର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅଭିଭାବକମାନେ ଉମା ମାର୍ଶାଲ ଆର୍ଟର ପ୍ରଶିକ୍ଷଣ ପଦ୍ଧତି ଓ ପିଲାମାନଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ।
ଉମା ମାର୍ଶାଲ ଆର୍ଟ ବାଳକାଟି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କୁ କାରାଟେ, କୁଙ୍ଗ-ଫୁ ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଇ ଆସୁଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page