ଭୁବନେଶ୍ୱର ତା ୯।୧୦, ( ଏ ନ . ସି. ଇ.ଆର.ଟି )ପରିଚାଳିତ ଭୁବନେ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହିତ ଅନୁ ବନ୍ଧିତ୍
ପୂର୍ବାଞ୍ଚଳ ପାଇଁ ସର୍ବ ଭାରତୀୟ ସ୍ଥର ରେ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ବାଧ୍ୟତାମୂଳକ ଆବାସିକ ମାନ୍ୟତା ହେତୁ ପରିସର ରେ ଥିବା ଛଅ ଗୋଟି ଛାତ୍ରାବାସ ମହାପୁରୁଷ ମାନକ ନାମ ରେ ନମିତା ହୋଇଛି, ଯଥା ଗୋପବନ୍ଧୁ ଛାତ୍ରାବାସ, ରାମାନୁଜ , ଆଶୁତୋଷ , ହୋମୀ ଭାବା , ସରୋଜିନୀ ଓ ଲକ୍ଷ୍ମୀ ବାଇ ।ପୁରାତନ ଛାତ୍ର ସଂସଦ ଓ ଗୋପବନ୍ଧୁ ଛାତ୍ରୀ ନିବାସ ଅନ୍ତେବାସୀ ମାନଙ୍କ ମିଳିତ ଉଦ୍ୟମ ରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଓ ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ନିମନ୍ତେ ଉକ୍ତ ମହାପୁରୁଷ ମାନଙ୍କର ଧରା ଅବତରଣ ଓ ସ୍ବର୍ଗ ଆରୋହଣ ଉତ୍ସବ ପରମ୍ପରା ଅନୁଯାୟୀ ପାଳନ କରାଯାଏ। ଏହି ଅବସର ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀଧର ବେହେରା ପୁଷ୍ପ ମାଲ୍ୟା ଅର୍ପଣ ସହିତ ଦୀପ ପ୍ରଜ୍ଜ୍ୱଳନ ପରେ ଉତ୍ସବ ର ଶୁଭାରମ୍ଭ କରାଯାଇ ଥିଲା। ପ୍ରଫେସର ବେହେରା ତାଙ୍କ ବାର୍ତ୍ତା ରେ ଉତ୍କଳମଣି ଙ୍କ ଆଧୁନିକ ଯୁଗ ନିର୍ମାଣ ରେ ତାଙ୍କର ମହନୀୟତା ଅବର୍ଣ୍ଣନୀୟ ବୋଲି ପ୍ରକାଶ କରିଥିଲେ ଓ ତାଙ୍କର ଜନ୍ମ ସ୍ଥାନ ସୁଆଣ୍ଡ ଗ୍ରାମ ତାଙ୍କ ଜନ୍ମ ସ୍ଥାନ ର ଅତି ନିକଟ ରେ ଅବସ୍ଥିତ। ସେଠୀ ନିମନ୍ତେ ସେ ଗୌରବନିତ୍ଵ।ପଣ୍ଡିତ ଗୋପବନ୍ଧୁ ଦାସ ସବୁ ବେଳେ ମାନବ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା, ନିରାଶ୍ରୟ ଓ ନିସହାୟ ବ୍ୟକ୍ତି ମାନଙ୍କ ସେବା କରିଁ ନିଜର ସେବା ମନ ବୃତିଁ କୁ ଯେଭଳି ଚରିତାର୍ଥ କରି ଥିଲେ, ସେଭଳି ଯୁବସମାଜ କୁ ଆଦର୍ଶ ମାର୍ଗ ରେ ଗଢି ତୋଳିବା ଲାଗି ସଦା ତତ୍ପର ଥିଲେ। ପଣ୍ଡିତ ଗୋପବନ୍ଧୁ ଦାସ ବନ୍ୟା,ବାତ୍ୟା,ମରୁଡି,ଦୁର୍ବିପାକ ରେ ନିରାଶ୍ରୟ ଜନ ସାଧାରଣ କୁ ନି ସ୍ବାର୍ଥ ସେବା ସହାୟତା ଯୋଗାଇ ମାନବୀୟ ଗୁଣ ଏବଂ ନିଜର ଚେତନା ରେ ଉତ୍କଳୀୟ ଭାବନା ରଖି ଜାତୀୟତା ର ନିଛକ ନିଦର୍ଶନ ରଖି ଯାଇ ଛନ୍ତି।ତାଙ୍କର ଅନୁଗାମୀ ହେଲେ ଆମ୍ଭେ ସମସ୍ତ ବିକାଶ ରେ ସହାୟକ ହୋଇ ପାରିବା ର ପ୍ରେରଣା ଉପସ୍ଥିତି ଗୋପବନ୍ଧୁ ପ୍ରେମୀ ମାନଙ୍କୁ ଯୋଗାଇ ଥିଲେ। ଏହି ଅବସର ରେ ପୂରାତନ ଛାତ୍ର ସଂସଦ ପକ୍ଷରୁ ସଭାପତି ଡ଼ା. ହାଡିବନ୍ଧୁ ପଟ୍ଟନାୟକ ମୁଖ୍ୟ ଅତିଥି,ଏବଂ ଉପସ୍ଥିତ ଅତିଥି ଓ ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ। ତାଙ୍କ ସ୍ଵାଗତ ବାର୍ତା ରେ ଉତ୍କଳମଣି ଙ୍କ ଦେଶ ନିର୍ମାଣ ରେ ଯୋଗଦାନ ଓ ମାନବ ଜୀବନ ର ମାନଦଣ୍ଡ କର୍ମ,ଏହା ଗୋପବନ୍ଧୁ ଙ୍କ ଅନୁଭବ ର ଉକ୍ତି ବୋଲି ପ୍ରକାଶ କରିଥିଲେ। ଉତ୍କଳ ମଣି ଙ୍କ ଲିଖିତ କବିତା ଉଦ୍ଧାର କରି ମନ ରେ ଶ୍ରଦ୍ଧା ଭାବ ରହିଲେ ବିଶ୍ଵ ଏକ ପରିବାର ମାନେ ହେବ ଓ ବର୍ତ୍ତମାନ ର ଯୁଦ୍ଧର ଭି ବି ଶି କା ଅଛି ରେ ଦୂର ହୋଇ ଯିବ। ପୁରାତନ ଛାତ୍ର ସଂସଦ ପକ୍ଷରୁ ସଭାପତି ଡ଼ା ହାଡିବନ୍ଧୁ ପଟ୍ଟନାୟକ, ସମ୍ପାଦକ ରମେଶ ଚନ୍ଦ୍ର ପାତାଳ ସିଂହ, ପୂର୍ବତନ ସମ୍ପାଦକ ସହଦେଵ ମଲ୍ଲିକ,କାର୍ଯ ନିର୍ବାହୀ ସଦସ୍ୟ ପ୍ରଫେସର ଧୃବାନନ୍ଦ୍ ବେହେରା,ପୂର୍ବତନ ମାର୍ଗ ଦର୍ଶକ ପ୍ରସନ୍ନ କୁମାର ଭଞ୍ଜ,ମାର୍ଗ ଦର୍ଶକ ପ୍ରଦୀପ କୁମାର ବେହେରା, ସମ୍ପ୍ରସାରିତ କାର୍ଯୟନିର୍ବାହୀ ସଦସ୍ୟ ଅରୁଣ କୁମାର ପତି, ଓ ମାର୍ଗ ଦର୍ଶକ ଓ ପ୍ରତିଷ୍ଠାନ ର ପୁରାତନ ଛାତ୍ର ଆ ଏ ଏସ (ସେବା ନିବୃତ) ସନ୍ତୋଷ କୁମାର ଶତପଥୀ ପ୍ରମୁଖ ବହୁ କର୍ମକର୍ତ୍ତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ବ୍ୟକ୍ତିତ୍ଵ ର ଆଲୋକପାତ କରି ସ୍ମୃତି ଚାରଣ କରି ଥିଲେ। ପ୍ରତିଷ୍ଠାନ ପକ୍ଷ ରୁ ପ୍ରଫେସର ରଶ୍ମି ରେଖା ସେଠୀ, ଡ. ସୌରଭ କପୂର୍, ଡ. ଦେବାଶିଷ ମହାପାତ୍ର , ଡ. ପୁଷ୍ପ ଲତା ନେଗି ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ। ଛାତ୍ରୀ ନିବାସ ର ୱର୍ଡନ ଡ. ଶଶିକଳା ସମ୍ଭାଷଣ ରେ ଉପସ୍ଥିତ ଅତିଥି ଓ ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ। ଛାତ୍ରାବାସ ର ଅନ୍ତେବାସୀ ଗଣ ମହାପୁରୁଷ ଙ୍କୁ ଭକ୍ତିପୁତ୍ତ ଶ୍ରଦ୍ଧା ସୁମନ ଅର୍ପଣ ସହିତ ସମବେତ କଣ୍ଠ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରି ଥିଲେ। ଶେଷ ରେ ସମ୍ପାଦକ ରମେଶ ଚନ୍ଦ୍ର ପାତାଳ ସିଂହ ପ୍ରତିଷ୍ଠାନ ର ଅଧିକାରୀ ମାନଙ୍କୁ ଉତ୍ସବ ପରିଚାଳନା ରେ ପ୍ରେରଣା ଏବଂ ସହାୟତା ହେତୁ କୃତଜ୍ଞତା ଜ୍ଞାପନ କରିଥିଲେ।