କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା ର ଆରମ୍ଭ କରୁଛି ତଦନ୍ତ

ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ତନାଘନା ଆରମ୍ଭ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ଟିମ୍, ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ଦୁଇଟି ଟିମ୍ ଘଟଣାରେ ତଦନ୍ତ ଜାରି ରଖୁଛନ୍ତି। ଗୋଟିଏ ଟିମ୍ ଥାନାରେ ପହଞ୍ଚି ଥାନା ଅକାରୀଙ୍କଠାରୁ ତଥ୍ୟ ନେଉଥିବାବେଳେ ଦ୍ୱିତୀୟ ଟିମଟି କ୍ରାଇମ୍ ସ୍ପଟରେ ପହଞ୍ଚି ତନାଘନା କରୁଛି।ସେପଟେ ଏହି ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ୧୧ ଜଣ ଗିରଫ ହୋଇଥିବା ବେଳେ, ଏହି ‘ମବ୍ ଲିଭିଂ’ ପଛରେ ଥୁବା ପ୍ରକୃତ କାରଣ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ବାଲିଅନ୍ନା ଘଟଣାରେ ୪ ପୋଲିସ ସସପେଣ୍ଡ ଭୁବନେଶ୍ବର: ବାଲିଅନ୍ତା ଭିଡ ହତ୍ୟା ଘଟଣାରେ ୪ ପୋଲିସ ସସପେଣ୍ଡ । ଜଣେ ଏସଆଇ, ଜଣେ ଏଏସଆଇ, ଜଣେ ଓଏପିଏଫଙ୍କୁ ସସପେଣ୍ଡ କରାଯାଇଛି । ଜଣେ କନଷ୍ଟେବଲ ସସପେଣ୍ଡ ସହ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର କରାଯାଇଛି । ସୂଚନା ଥାଉକି, ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପୋଲିସ ଉପସ୍ଥିତିରେ ଏକ ପଡିଆକୁ ନେଇ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ ।ଯାହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଯାହାକି ରାଜ୍ୟବାସୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ଘଟଣାସ୍ଥଳକୁ ଯାଇ ଡିଜିପି, ମହିଳା କମିଶନ ଅଧ୍ଯକ୍ଷା ପରିଦର୍ଶନ କରିଥିଲେ । ୨ ପୀଡିତାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଥିଲେ । ଆଜି କ୍ରାଇମବ୍ରାଞ୍ଚ ମଧ୍ୟ ୨ ଟିମ ଗଠନ କରି ୧୦ ପୋଲିସ ଅକାରୀଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପରିବାର ଲୋକେ ଉଚ୍ଚସ୍ତରୀୟ ଏବଂ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି । ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି ହୋଇଛନ୍ତି।ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ ଦିଆଯାଇଛି।

ସେହିପରି ଜଣେ ଏଆଇ, ଜଣେ ଏଏସ୍ଥାଇ, ଜଣେ ଓଏପିଏଫ୍ ଙ୍କୁ ନିଲମ୍ବନ କରାଯାଇଛି। ଜଣେ କନଷ୍ଟେବଲ ଏବଂ ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସୂଚନା ମିଳିଛି। ସେପଟେ ଆଜି ଘଟଣାର ଅଧୂକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍, ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚି ଥିଲେ । ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ ହୋଇଛି। ଗୋଟିଏ ଟିମ୍ ଥାନାରେ ପହଞ୍ଚି ଥାନା ଅକାରୀଙ୍କଠାରୁ ତଥ୍ୟ ନେଉଥିବାବେଳେ ଦ୍ଵିତୀୟ ଟିମଟି କ୍ରାଇମ୍ ସ୍ପଟରେ ପହଞ୍ଚି ତନାଘନା କରୁଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page