ଗଛରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା,ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

କଳାହାଣ୍ଡି,୯|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବେଲପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁରୁବାର ସକାଳୁ ସକାଳୁ କଲମପୁର ବେଲପଡାର ଏକ ଚାଷଜମିର ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଥିବା ଦେଖିବାକୁ ମିଳିଥିଲା। ଏନେଇ କଲମପୁର ପୁଲିସ ସୂଚନା ପାଇବା ପରେ ଥାନା ଅଧିକାରୀ ସୁନିଲ କୋଣ୍ଡାଗୋରୀ ଙ୍କ ନେତୃତ୍ବରେ ଏ.ଏସ.ଆଇ ନାନକ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ଥିଲେ। ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ବ୍ୟକ୍ତି ଟି କଲମପୁର ଠାରେ ଏକ ଜଳଖିଆ ଦୋକାନରେ କାମ କରୁଥିବା ଜୁନାଗଡ ଥାନା ଚିଲିଗୁଡା ଫାଣ୍ଡି ଅଧିନସ୍ତ କୋଟେନ ଗାଁର ୨୫ ବର୍ଷିୟ ଅଶୋକ ଭାଟି ବୋଲି ଚିହ୍ନଟ କରାଯାଇଥିଲା। ଅଶୋକ ଙ୍କ କେହି ନିଜର ଲୋକ ନଥିବାରୁ କଲମପୁର ଠାରେ ଥିବା ତାର ସମ୍ପର୍କୀୟଙ୍କ ଦୋକାନରେ କାମ କରୁଥିଲା। ପୁଲିସ ତାର ସମ୍ପର୍କୀୟ ମାନଙ୍କୁ ଘଟଣା ସମ୍ବନ୍ଧରେ ସୂଚନା ଦେଇଥିଲେ। ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସ‌ହଯୋଗ ରେ ଗଛରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ କଲମପୁର ଥାନାରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରାଯାଇ ପ୍ରାଥମିକ ତଦନ୍ତ କରାଯାଇଥିଲା। ଏହାପରେ ସକାଳ ସାଢେ ୧୦ଟା ବେଳେ ଶବ ବ୍ୟବଚ୍ଛେଦ୍ ପାଇଁ ଶବବାହକ ଗାଡ଼ିରେ ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଥିଲା।

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page