ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ଚିଲିକା, ୨୯। ୮: ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଭାତ କୁମାର ନିଶଙ୍କଙ୍କ ତତ୍ୱାବଧାନରେ ଏବଂ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କ୍ରୀଡା ଉତ୍ସବକୁ ଉଦ୍ଘାଟନ କରିଥିଲେ ।ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଶିକ୍ଷକ ସୌମ୍ୟରଞ୍ଜନ ସାହୁ ଓ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ ବାଳିକା ଦୌଡ଼ ପ୍ରତିଯୋଗିତାର କୃତୀ ପ୍ରତିଯୋଗିନୀ ଚୟନ କରିଥିଲେ ଏଥିରେ ନମିତା ବିଶ୍ୱାଳ ପ୍ରଥମ, ସାସ୍ବତୀ ପ୍ରିୟଦର୍ଶିନୀ ସାହୁ ଦ୍ଵିତୀୟ ଏବଂ ସୁଚିତ୍ରା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ଏବଂ ଶିକ୍ଷୟିତ୍ରୀ ଆଶା ମୁର୍ମୁ ବାଳକ ଖୋଖୋ ପ୍ରତିଯୋଗିତାର କୃତୀ ଦଳ ଚୟନ କରିଥିଲେ ।ଏଥିରେ ଅଷ୍ଟମକୁ ଷଷ୍ଠ ଓ ସପ୍ତମ ମିଳିତ ଭାବେ ହରାଇଥିଲେ ।କ୍ରିକେଟ ଖେଳରେ ନବମ ଓ ଦଶମ ବାଳକ ପରସ୍ପରକୁ ଭେଟିଥିଲେ । ଉକ୍ତ ପ୍ରତିଯୋଗତାରେ ଶିକ୍ଷକ ଜ୍ଞାନରଞ୍ଜନ ମହାଳିକ ଓ ଶିକ୍ଷୟିତ୍ରୀ ମୋହିନିକାନ୍ତି ଦାଶ ଦଶମ ଦଳକୁ ବିଜୟୀ ଦଳ ରୂପେ ଘୋଷଣା କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ବେହେରା କ୍ରୀଡାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟ ନିରାପତ୍ତା ସମ୍ପର୍କରେ ଶିକ୍ଷୟିତ୍ରୀ ସୁନିତା ପୃଷ୍ଟି ଶପଥ ପାଠ କରାଇବା ପରେ ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।. ଉକ୍ତ କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ସାହୁ, ସନ୍ତୋଷ ଗୁମାନସିଂହ ଏବଂ ବିଶ୍ୱରଂଜନ ପରିଡ଼ା ସହଯୋଗ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page