ଗ୍ରୀଷ୍ମକାଳିନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ


ଆଜି ସ୍ଥାନୀୟ ଟାଉନ୍ ବାଳିକା ହାଇସ୍କୁଲ ପରିସରରେ ଅସିମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଙ୍ଘର ମିଳିତ ଉଦ୍ୟମରେ ଆତ୍ମରକ୍ଷା ତାଲିମ ଶିବିର ଉଦଘlଟିତ ହୋଇଯାଇଛି । ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ସଙ୍ଗଠନ ବଲାଙ୍ଗିର ଜିଲ୍ଲା କରାଟେ ଓର୍ଗlନାଇଯେଶନ ର ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ କରାଟେ ମାଷ୍ଟର୍ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିର ଆସନ୍ତା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି । ଏହି ସମର କ୍ୟାମ୍ପରେ କରାଟେ, ଟାଇକଣ୍ଡୋ, ଅଗ୍ନିବିର୍ ଟ୍ରେନିଂ, ଯୋଗ, ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ, ଜୁମ୍ବା, ଲାଠି ଚାଳନା, ନାନଚାକୁ, ଅସ୍ତ୍ରଚାଳନା, ୱେଟ ଲୁଜ ପ୍ରଭୃତି ଟ୍ରେନିଂ ଦିଆଯାଉଥିବା କୋଚ ଅସୀମ କୁମାର ଭୋଇ ପ୍ରକାଶ କରିଛନ୍ତି । ଏହି ଶିବିରରେ କିଶୋରୀ ବାଳିକା ଓ ମହିଳା ମାନଙ୍କ ପାଇଁ ନିଃ ଶୁଳ୍କ ଆତ୍ମରକ୍ଷା ପ୍ରଶିକ୍ଷଣର ବ୍ୟବସ୍ଥା ଥିବା ସଙ୍ଗଠନ ତରଫରୁ ସୁଚନା ଦିଆ ଯାଇଛି l ଏଥିରେ 4 ବର୍ଷରୁ 53 ବର୍ଷ ପର୍ଯ୍ୟନ୍ତ ସମସ୍ତ ମହିଳା ଓ ପୁରୁଷ ପ୍ରଶିକ୍ଷଣ ନେଇ ପାରିବେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page