ଭୁବନେଶ୍ୱର,ଶିଳାଶ୍ରୀ ପତ୍ରିକା ଓ ଅନୁଷ୍ଠାନର
ଊନବିଂଶତମ ବାର୍ଷିକ ଉତ୍ସବ ତା-୧୧-୦୪-୨୦୨୬ ରିଖ ବୁଦ୍ଧମନ୍ଦିର,ଭୁବନେଶ୍ୱର ଠାରେ ସମ୍ପାଦିକା-ବାସନ୍ତୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥିଭାବେ ଯୋଗଦେଇଥିଲେ ସଭାପତି,ଡ଼. ଶ୍ରୀକାନ୍ତ ମିଶ୍ର (ସାହିତ୍ୟିକ ଓ ସମାଜସେବୀ),ମୁଖ୍ୟ ଅତିଥି ଡ଼.ବିଜୟାନନ୍ଦ ସିଂହ(ପ୍ରାକ୍ତନ ପ୍ରଫେସର ଓ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ),ମୁଖ୍ୟ ଵକ୍ତା ଶ୍ରୀ ରବିନାରାୟଣ ନନ୍ଦ (ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଓ ସାହିତ୍ୟିକ) ସମ୍ମାନିତ ଅତିଥି ଡ଼. ଭାରତୀ ପାଲ, (ରାଜ୍ୟ ସଂଗ୍ରହାଳୟ ଅଧ୍ୟକ୍ଷା ତଥା ଶିଳାଲିପି ଗବେଷିକା)। ଶିଳାଶ୍ରୀ ପତ୍ରିକାର ବିଷୁବ ସଂଖ୍ୟା “ଆମେ ଓ ଆମ ସଂମ୍ପର୍କ “ଅତିଥି ମାନେ ଉନ୍ମୋଚନ କରିଥିଲେ।ଶିଳାଶ୍ରୀ ସାହିତ୍ୟ ପତ୍ରିକା ଓ କବିତାୟନ ନିୟମିତ ଉଣେଇଶ ବର୍ଷ ହେଲା ପ୍ରକାଶ ପାଇ ଅନେକ ସାହିତ୍ୟିକ ସୃଷ୍ଟି କରିଥିବା ବେଳେ ବିଭିନ୍ନ ସମୟରେ ସାହିତ୍ୟ ସଭାମାନ ଅନୁଷ୍ଠିତ କରି ଓଡ଼ିଆ ସାହିତ୍ୟ ଓ ଭାଷା ପାଇଁ ଉତ୍ସର୍ଗୀକୃତ ବୋଲି ଅତିଥି ମାନଙ୍କ ମତ ପ୍ରକାଶ କରିବା ସହ ଏହିପରି ସାହିତ୍ୟ ଉତ୍ସବ ଆଗାମୀ ପୀଢ଼ିଙ୍କ ପାଇଁ ପ୍ରେରଣା ଯୋଗାଇବା ସହିତ ସାହିତ୍ୟ ଆଗକୁ ଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଚାରି ସାରସ୍ୱତ ପ୍ରତିଭାଧାରିଙ୍କୁ ସମ୍ମାନିତ କରାଯାଇଥିଲା l

ଶିଳାଶ୍ରୀ ସମ୍ମାନ ସମାଜସେବା ପାଇଁ ଶ୍ରୀ ବରଦା ପ୍ରସାଦ ମହାପାତ୍ର, ପ୍ରବନ୍ଧ ପାଇଁ ଶ୍ରୀ କାମଦେବ ମହାପାତ୍ର, ଗୀତି କବିତା ପାଇଁ ଶ୍ରୀ ବସନ୍ତ କୁମାର ଦାସ, ଶିଶୁ ସାହିତ୍ୟ ପାଇଁ ତନୟା ଦାସ ଗୋସ୍ୱାମୀ ଓ କବିତା ପାଇଁ ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ବିଶ୍ଵମିତ୍ରା ମିଶ୍ର,ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦିକା ବାସନ୍ତୀ ଦାସ।ସଭା ଆରମ୍ଭରୁ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସାହିତ୍ୟ ପକ୍ଷ ପାଇଁ ଏଥିରେ କେବଳ କାଳଜୟୀ କବିତାକୁ କବିମାନେ ଆବୃତ୍ତି କରିଥିଲେ। ସଭା ଶେଷରେ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ଉପଦେଷ୍ଟା ସୁଶାନ୍ତ ସ୍ୱାଇଁ