ଭୁବନେଶ୍ୱର ତା 19/08/26 ବହୁମୁଖୀ ପ୍ରତିଭାଦୀପ୍ତ,ବିଶିଷ୍ଟ ସମାଜସେବୀ, ପରିବେଶବିତ ତଥା ବିଜୁପଟନାୟକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ କାଳୀପ୍ରସାଦ ସାମନ୍ତରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବିଜୁ ପଟନାୟକ କମ୍ପୁଟର ଏକାଡେମୀ ପକ୍ଷରୁ ସ୍ଥାନୀୟ ବମିଖାଲସ୍ଥିତ ବିଜୁପଟନାୟକ କମ୍ପ୍ୟୁଟର ଏକାଡେମୀ ଠାରେ ସଭାପତି ତଥା ଶିକ୍ଷାବିତ ସୀତା ବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ବ ଓ ବରିଷ୍ଠ ସାମ୍ବାଦିକ, ତଥା ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଶହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଓଡିଶାର ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ସମ୍ମାନନିତ ଅତିଥି ଭାବେ ଯୋଗଦେବା ସହିତ ଶିକ୍ଷା, ସମାଜସେବା, ରକ୍ତଦାନ, ବୃକ୍ଷରୋପଣ, ପୁଜ୍ୟପୂଜା ପ୍ରମୁଖ କାର୍ଯ୍ୟକ୍ରମ ଦୀର୍ଘ ବର୍ଷଧରି କାଳୀ ପ୍ରସାଦ କରିଆସିବା ଶହ ଅସହାୟ, ଗରିବ ବ୍ୟକ୍ତି ବିଶେଷଙ୍କୁ ସହାୟତାର ହସ୍ତ ବଢ଼ାଇଥିଲେö ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାö ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ଦେବା ସହିତ ଭାଷା ଆନ୍ଦୋଳନର ପ୍ରମୁଖ କାଣ୍ଡାରୀ ଥିଲେ ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ l ଆଜିର ଯୁବପୀଢ଼ି ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ lଅନୁଷ୍ଠାନ ପକ୍ଷରୁ ସୁଜାତା ସାମନ୍ତରାୟ ସ୍ମରଣିକା ମଲ୍ଲିକ, ଗୀତାରାଣୀଙ୍କ ସହିତ ବିଦ୍ୟାର୍ଥୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟକ୍ଷ ରାଷ୍ଟ୍ର ରଞ୍ଜନ ମହାନ୍ତିö
ଅରବିନ୍ଦ ତ୍ରିପାଠୀ