କୁମାଣ୍ଡୋଳ ପାଟଣା ମହିଳା ସରପଞ୍ଚଙ୍କ ଅକାଳ ବିୟୋଗ |

ଚିଲିକା, ୨୫|୮:ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ସବିତା ସୁନ୍ଦରାୟଙ୍କର ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।ସେ କିଛି ଦିନ ଧରି ଦୂରାରୋଗ୍ୟ ରୋଗରେ ପୀଡିତ ଥାଇ ଅସୁସ୍ଥ ଥିଲେ।ଜଣେ ଲୋକପ୍ରିୟ ସରପଞ୍ଚ ଭାବରେ ସେ ଏ ଅଞ୍ଚଳରେ ଜଣାଶୁଣା ଥିଲେ। ପଦବୀରେ ଥାଇ ତାଙ୍କର ଅକାଳ ବିୟୋଗ ଗ୍ରାମପଞ୍ଚାୟତର ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ମତୀ ସୁନ୍ଦରାୟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସୁନ୍ଦରାୟଙ୍କର ସହଧର୍ମିଣୀ। ମୃତ୍ୟୁ ଶଯ୍ୟା ନିକଟରେରେ ସ୍ବାମୀ ପ୍ରଭାତ ସୁନ୍ଦରାୟ, ପୁତ୍ର ତନ୍ମୟ , ପୁତ୍ର ବଧୂ, କନ୍ୟା ଶର୍ମିଳା ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ପୁରୀ ସ୍ବର୍ଗ ଦ୍ବାରକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁତ୍ର ତନ୍ମୟ ମୁଖାଗ୍ନି ଦେଇଥିଲେ ।ସବିତା ସୁନ୍ଦରାୟଙ୍କ ବିୟୋଗରେ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ’ ‘ଜାଗୃତିକା’ର ଉପଦେଷ୍ଟା ଗାୟକ ଦକ୍ଷୀଣ କେଶରୀ ରାମଚ଼ନ୍ଦ୍ର କର, ସଭାପତି ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନ,ସାମ୍ବାଦିକ ଭିକାରୀ ଚରଣ ପ୍ରଧାନ, ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି ଓ ଶିକ୍ଷକ ଦୁଃଯ୍ୟୋଧନ ପ୍ରଧାନ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।


ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page