ଜଙ୍ଗଲ ଜମିରେ ‘ଅଫିସ୍‌’—ଶେଷରେ ଚାଲିଲା ବୁଲଡୋଜର…

ରାଉରକେଲା ସର୍କିଟ୍‌ ହାଉସ୍‌ ବନ୍ଧୁକ ଓ ଗ୍ୟାଙ୍ଗ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସହ ସମ୍ପର୍କିତ ଅବୈଧ ନିର୍ମାଣକୁ ଭାଙ୍ଗିଛି ବନ ବିଭାଗ।
ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଏକ କଂକ୍ରିଟ୍‌ ଅଫିସ୍‌ ଉପରେ ଶେଷରେ ଚାଲିଛି ପ୍ରଶାସନର ବୁଲଡୋଜର। ରାଉରକେଲା ସର୍କିଟ୍‌ ହାଉସ୍‌ ବନ୍ଧୁକ ଓ ଗ୍ୟାଙ୍ଗ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ, ନିଲମ୍ବିତ ବିଜେପି ଯୁବନେତା ତଥା ଆରଏମ୍‌ସି ପ୍ରତିନିଧି ପ୍ରକାଶ ପାଶୱାନଙ୍କ ଦ୍ୱାରା ସଂରକ୍ଷିତ ଜଙ୍ଗଲ ଜମିରେ ଏହି ଅବୈଧ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବନ ବିଭାଗ ଏହାକୁ ଭାଙ୍ଗି ଦେଇଛି। ବୁଲଡୋଜର ଆକ୍ସନ ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ସହ ରାଉରକେଲା ପୁଲିସର ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଉଦ୍‌ଘାଟନରୁ ଭଙ୍ଗାଯିବା ଯାଏଁ ଚର୍ଚ୍ଚାରେ ଥିଲା ଏହି କାର୍ଯ୍ୟାଳୟ – ସୂଚନା ଅନୁସାରେ, ଉକ୍ତ କଂକ୍ରିଟ୍‌ ବିଲ୍ଡିଂ ଟି ସଂରକ୍ଷିତ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ନେଇ ବନ ବିଭାଗର ପକ୍ଷରୁ ଆପତ୍ତି ଉଠିଥିଲା।

ତେବେ ଏହି ଅଫିସ୍‌ର ଉଦ୍‌ଘାଟନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ବିଭିନ୍ନ ଦଳୀୟ ନେତାଙ୍କ ଉପସ୍ଥିତିରେ କରାଯାଇଥିବାରୁ ଅଭିଯୋଗର ଗୁରୁତ୍ୱ ଆହୁରି ବଢିଯାଇଥିଲା।ଅବୈଧ ନିର୍ମାଣକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲାବେଳେ ବନ ବିଭାଗ ପକ୍ଷରୁ ଗତ ଅଗଷ୍ଟ ୨୮ ତାରିଖରେ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଅଗଷ୍ଟ ୩୧ ସୁଦ୍ଧା ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା। ଅନ୍ୟପକ୍ଷରେ, ପ୍ରକାଶ ପାଶୱାନଙ୍କ ନାମ ରାଉରକେଲା ସର୍କିଟ୍‌ ହାଉସ୍‌ ବନ୍ଧୁକ ଓ ଗ୍ୟାଙ୍ଗ୍‌ ମାମଲା ସହ ଜଡ଼ିତ ଥିବାରୁ ଏହି ନିର୍ମାଣ ଭଙ୍ଗାଯିବା ଘଟଣା ଆହୁରି ଚର୍ଚ୍ଚାର ବିଷୟ ପାଲଟିଥିଲା।
କଡ଼ା ସୁରକ୍ଷାରେ ଚାଲିଲା ଉଚ୍ଛେଦ ଅଭିଯାନ –
ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜେସିବି ମାଧ୍ୟମରେ ଅବୈଧ ନିର୍ମାଣକୁ ଧ୍ୱଂସ କରିଥିଲେ। ପୁଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ନଜର ରଖିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page