ଉତ୍ତର ଓଡ଼ିଶାର ବନ୍ୟା ପ୍ରଭାବିତ ଚିଙ୍ଗୁଡ଼ି ଚାଷୀ ପରିବାରଙ୍କ ପାଖରେ ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପହଞ୍ଚାଇଲା ଆକ୍ୱାପଲ୍ସ
ଭୁବନେଶ୍ୱରସ୍ଥିତ ପଣ୍ଡ-ଟୁ-ପୋର୍ଟ ଚିଙ୍ଗୁଡ଼ି ଚାଷ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀ ଆକ୍ୱାପଲ୍ସ (Phoenix Marine Exports and Solution Pvt. Ltd.) ଜୁଲାଇ ଶେଷ ଓ ଅଗଷ୍ଟ ମାସରେ ଉତ୍ତର ଓଡ଼ିଶାରେ ଆସିଥିବା ବନ୍ୟା ପରେ ନିଜର ସର୍ବାଧିକ କ୍ଷତିଗ୍ରସ୍ତ କ୍ଲଷ୍ଟରଗୁଡ଼ିକର ଚାଷୀ ପରିବାରଙ୍କୁ ବନ୍ୟା ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗାଇବା ଅଭିଯାନ ସମ୍ପୂର୍ଣ୍ଣ କରିଛି। ଆକ୍ୱାପଲ୍ସର ଫିଲ୍ଡ ଟିମ୍ ସ୍ଥାନୀୟ ଆକ୍ୱାପ୍ରିନିୟରମାନଙ୍କ ସହ ମିଶି ଗାଁକୁ ଗାଁ ଯାଇ ଶୁଖିଲା ରାଶନ, ପିଇବା ପାଣି, ତାରପୋଲିନ ଓ ଦୈନନ୍ଦିନ ଜରୁରୀ ସାମଗ୍ରୀ ବଣ୍ଟନ କରିଥିଲେ। ନିଜେ ଚାଷୀ ହୋଇ ଏହି ସମ୍ପ୍ରଦାୟରେ ମୂଳରୁ ଜଡ଼ିତ ଥିବା ଆକ୍ୱାପ୍ରିନିୟରମାନେ ପ୍ରତ୍ୟେକ କ୍ଲଷ୍ଟରରେ ସର୍ବାଧିକ ଆବଶ୍ୟକତା ଥିବା ପରିବାରଙ୍କୁ ଚିହ୍ନଟ କରିଥିଲେ ଯାହା ଫଳରେ ଘର ଓ ଜୀବିକା ଉଭୟ ହରାଇଥିବା ପରିବାରଙ୍କ ପାଖରେ ସହାୟତା ପହଞ୍ଚିପାରିଲା। ଦୁଇଟି କ୍ରମାଗତ ବନ୍ୟା ଦ୍ୱାରା ଜୁଲାଇ ଶେଷରେ ବୁଢ଼ାବଳଙ୍ଗ ନଦୀର ଜଳସ୍ଫୀତି ଏବଂ ଅଗଷ୍ଟ ମଝିରେ ବୈତରଣୀ ଓ ବ୍ରାହ୍ମଣୀ ନଦୀର ପ୍ରଳୟ ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚିଙ୍ଗୁଡ଼ି ପୋଖରୀକୁ ଜଳମଗ୍ନ କରିଥିଲା। ଅନେକ ଚାଷୀ ପରିବାର ଅମଳର କିଛି ସପ୍ତାହ ପୂର୍ବରୁ ଠିଆ ଫସଲ ହରାଇଲେ ଏବଂ ଛୋଟ ଆକାରର ଚିଙ୍ଗୁଡ଼ିକୁ ବାଧ୍ୟ ହୋଇ କମ୍ ଦରରେ ବିକ୍ରି କରିବାକୁ ପଡ଼ିଥିଲା ଯେତେବେଳେ ସେମାନଙ୍କ ଘର ଓ ଗାଁ ପାଣିରେ ବୁଡ଼ି ରହିଥିଲା। ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନଅ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। “ଏମାନେ ସେହି ପରିବାର, ଯେଉଁମାନଙ୍କ ସହ ଆକ୍ୱାପଲ୍ସ ପ୍ରତିଦିନ କାମ କରେ l ଯେଉଁମାନଙ୍କ ପୋଖରୀ ଉପରେ ଆକ୍ଵାପଲ୍ସ ବ୍ୟବସାୟ ଠିଆ ହୋଇଛି। ଯେତେବେଳେ ସେମାନଙ୍କ ଘର ପାଣିରେ ବୁଡ଼ିଗଲା, ପ୍ରଥମ ଦାୟିତ୍ୱ ଥିଲା ସେମାନେ ଖାଇପାରନ୍ତୁ ଓ ଶୁଖିଲା ଜାଗାରେ ରହିପାରନ୍ତୁ ବୋଲି ଆକ୍ୱାପଲ୍ସ ର ସହ-ପ୍ରତିଷ୍ଠାତା ଓ ଚିଫ୍ ଗ୍ରୋଥ୍ ଅଫିସର ଅଭିଳାଷ ଦ୍ୱିବେଦୀ କହିଛନ୍ତି l “ପୋଖରୀ ଓ ଠିଆ ଫସଲର କ୍ଷତିରୁ ମୁକୁଳିବାକୁ ପୂରା ଏକ ସିଜନ କିମ୍ବା ତା’ଠାରୁ ଅଧିକ ସମୟ ଲାଗିବ। ଏକ ଆଗ୍ରିଗେଟର ଭାବରେ ଆମର କାମ ହେଉଛି ପୁନଃ-ଷ୍ଟକିଂରେ ଆମ ଚାଷୀଙ୍କ ପାଖରେ ଠିଆ ହେବା ଏବଂ କ୍ଷତି ଆକଳନ ଓ କ୍ଷତିପୂରଣ ପ୍ରକ୍ରିୟାରେ କ୍ଷୁଦ୍ର ଚିଙ୍ଗୁଡ଼ି ଚାଷୀମାନେ ପୂର୍ଣ୍ଣ ଭାବରେ ଗଣାଯାଆନ୍ତୁ ବୋଲି ପ୍ରଶାସନ ସହ କାମ କରିବା,” ବୋଲି ଆକ୍ୱାପଲ୍ସର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ଅଭିଷେକ ଦ୍ୱିବେଦୀ କହିଛନ୍ତି lରାଜ୍ୟ ସରକାରଙ୍କ ୧,୦୦୦ କୋଟି ଟଙ୍କାର ରିଲିଫ ପ୍ୟାକେଜ ଅଧୀନରେ ପୋଖରୀ, ଡଙ୍ଗା ଓ ମାଛଧରା ଜାଲ ଉପରେ ନିର୍ଭରଶୀଳ ପରିବାରଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। କ୍ଷତି ଆକଳନ ପାଇଁ ପୋଖରୀ ଓ ଫସଲ କ୍ଷତିର ଦଲିଲୀକରଣରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିଜ ଫିଲ୍ଡ ଟିମ୍ ସହଯୋଗ ଜାରି ରଖିବ ବୋଲି ଆକ୍ୱାପଲ୍ସ କହିଛି।ଆକ୍ୱାପଲ୍ସ ୨୦୨୩ରେ ପ୍ରତିଷ୍ଠିତ ଆକ୍ୱାପଲ୍ସ (Phoenix Marine Exports and Solution Pvt. Ltd.) ଚାଷୀ ଏକତ୍ରୀକରଣ, ଅମଳ-ପୂର୍ବ ଟେକ୍ନୋଲୋଜି, ପ୍ରୋସେସିଂ, କୋଲ୍ଡ ଚେନ୍, ରପ୍ତାନି ଅନୁପାଳନ ଓ ବଜାର ପ୍ରବେଶକୁ ନେଇ ଏକ ସମନ୍ୱିତ ପଣ୍ଡ-ଟୁ-ପୋର୍ଟ ମଡେଲ ମାଧ୍ୟମରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର କ୍ଷୁଦ୍ର ଚିଙ୍ଗୁଡ଼ି ଚାଷୀ ଭାଲ୍ୟୁ ଚେନ୍କୁ ସଂଗଠିତ କରୁଛି।
ଦୁଇଟି କ୍ରମାଗତ ବନ୍ୟା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉପକୂଳ ଅଞ୍ଚଳର ଚାଷୀ କ୍ଲଷ୍ଟରଗୁଡ଼ିକରେ ରିଲିଫ ଅଭିଯାନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
କୁମାଣ୍ଡୋଳ ପାଟଣା ମହିଳା ସରପଞ୍ଚଙ୍କ ଅକାଳ ବିୟୋଗ |
ଚିଲିକା, ୨୫|୮:ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ସବିତା ସୁନ୍ଦରାୟଙ୍କର ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।ସେ କିଛି ଦିନ ଧରି ଦୂରାରୋଗ୍ୟ ରୋଗରେ ପୀଡିତ ଥାଇ ଅସୁସ୍ଥ ଥିଲେ।ଜଣେ ଲୋକପ୍ରିୟ
ଦୁଇଟି କ୍ରମାଗତ ବନ୍ୟା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉପକୂଳ ଅଞ୍ଚଳର ଚାଷୀ କ୍ଲଷ୍ଟରଗୁଡ଼ିକରେ ରିଲିଫ ଅଭିଯାନ
ଉତ୍ତର ଓଡ଼ିଶାର ବନ୍ୟା ପ୍ରଭାବିତ ଚିଙ୍ଗୁଡ଼ି ଚାଷୀ ପରିବାରଙ୍କ ପାଖରେ ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପହଞ୍ଚାଇଲା ଆକ୍ୱାପଲ୍ସଭୁବନେଶ୍ୱରସ୍ଥିତ ପଣ୍ଡ-ଟୁ-ପୋର୍ଟ ଚିଙ୍ଗୁଡ଼ି ଚାଷ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀ ଆକ୍ୱାପଲ୍ସ (Phoenix Marine Exports and Solution Pvt.
ଚଳିତ ବର୍ଷ କେଉଁ ଦିନ ପାଳନ କରିବେ ରକ୍ଷାବନ୍ଧନ
ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା, ଭାରତୀୟ ସଂସ୍କୃତି ପରମ୍ପରା ର ଆଉ ଏକ ବଡ ପର୍ବ । ଯେଉଁଠାରେ ଦ୍ଭାଇ-ଭଉଣୀ ର ଅନାବିଳ ସ୍ନେହ ପ୍ରେମ, ଭଲ ପାଇବାକୁ ବୁଝାଯାଏ । ଭାଇଟିଏ ପ୍ରତ୍ୟେକ ବର୍ଷ ଚାହିଁ ରହିଥାଏ କେବେ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର
ପାଣିକୋଇଲି: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ପ୍ରଶିକ୍ଷଣ ଶିବିର ଷଠିପୁର ବିଜେବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା, ପୁରୀ, ଭୁବନେଶ୍ଵର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ୧୨ଟି
ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସୂଚନାରେ ବଡ଼ ସଫଳତା: ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ଗୁପ୍ତ ଅସ୍ତ୍ରଭଣ୍ଡାର
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ବିସ୍ତୃତ ପଚରାଉଚରା ବେଳେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ ରାଉରକେଲା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି।କେ.ବଲାଙ୍ଗ ଥାନା ଅଧୀନସ୍ତ ସିଲକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗଚ୍ଛିତ ରଖିଥିବା ବିପୁଳ ଅସ୍ତ୍ର ଭଣ୍ଡାର କୁ ରାଉରକେଲା
ସ୍ଥାନୀୟ ଖାରବେଳ ନଗରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ଷୋହଳତମ କବିତା ସଂକଳନ “
ହେ ବୁଦ୍ଧ! ତୁମକୁ ପ୍ରଣାମ "ଲୋକାର୍ପିତ ହେବା ସହିତ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟିକା ସରୋଜିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ
ସର୍କିଟ ହାଉସ୍ ମାମଲା: ତଦନ୍ତକୁ ଆହୁରି ତୀବ୍ର କଲା ପୋଲିସ୍, ଫେରାର ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ରାଜ୍ୟ ବାହାରେ ୪ ଟିମ୍…
ରାଉରକେଲା, ୨୩ ଅଗଷ୍ଟ: ବହୁଚର୍ଚ୍ଚିତ ସର୍କିଟ ହାଉସ୍ ମାମଲାରେ ରାଉରକେଲା ପୋଲିସ୍ ତଦନ୍ତକୁ ଆହୁରି କ୍ରିୟାଶୀଳ କରିଛି। ଶନିବାର ମାମଲାରେ ଗିରଫ ହୋଇଥିବା ପ୍ରକାଶ ପାଶୱାନ ଦୁଇ ସହଯୋଗୀ ସୂରଜ ଗୁପ୍ତା ଓ ଆଦର୍ଶ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏପଟେ ଫେରାର
ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତାଳ ଚାରା ରୋପଣ
ବାଲିଅନ୍ତା,୨୩|୮(ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷା ଓ ଜନସୁରକ୍ଷା ପାଇଁ ଉତ୍ତରା ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଆଜି ତାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଭଳି ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି ବରିଷ୍ଠ ନାଗରୀକ
ନିର୍ମାଣ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଆଲୋଚନା ଚକ୍ର
ବାଲିଅନ୍ତା,୨୩|୮( ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ନିର୍ମାଣ ଶିକ୍ଷା ଅନୁଷ୍ଠାନ ଓ 'ଅରଟେକ୍ ଆଇ.ଟି.ଆଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଶୃଙ୍ଖଳା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତିଙ୍କ
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର
ଚିଲିକା,୨୨ ।୮:ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଣପୁରର ଦିବ୍ୟଜ୍ୟୋତି ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମକୁମାରୀ ସୁଜାତା ମୁଖ୍ୟ ସଞ୍ଚାଳିକା ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରରେ ଯୁବ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଂଗଠକ
ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭୁବନେଶ୍ୱର ତା 21/08/26 ଯୁବ ସଂଗଠକ, କର୍ପୋରେଟ ପ୍ରତିଭା, ହାସ୍ୟ ଅଭିନେତା ତଥା ସମାଜସେବୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ "ସ୍ମୃତି ଅର୍ଘ୍ୟ "ସହିତ ସ୍ମୃତିଚାରଣ ସଭା "ମୃତ୍ୟୁଞ୍ଜୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l
ବାଲୁଗାଁ ମହାବଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ।
ଚିଲିକା, ୨୧। ୮: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ପ୍ରୋତ୍ସାହନରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଦ୍ୱାରା ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।
ରାଜଧାନୀରେ ଖୋଲିଲା ଷ୍ଟିଲକୋ ଫର୍ଣ୍ଣିଚର ସୋରୁମ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଛକ ନିକଟରେ ଉଦ୍ଘାଟିତ ହୋଇଯାଇଛି ସବୁଠାରୁ ନିର୍ଭରଯୋଗ୍ୟ ଓ ବିଳାସପୂର୍ଣ୍ଣ ଫର୍ନିଚର ସୋ' ରୁମ୍ ‘ଷ୍ଟିଲକୋ ଫର୍ନିଚର’ ଏବେ ଏହାର ପ୍ରମୁଖ ଫର୍ନିଚର ଷ୍ଟୋର । ରାଜଧାନୀବାସୀଙ୍କ ଚାହିଦା ମୁତାବକ ସମସ୍ତ ପ୍ରକାର ନୂତନ ଡିଜାଇନ୍କୁ
ଚତୁର୍ଥ ଦିନରେ ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ ! ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ ଜାରିରହିଛି ଆଲୋଚନା l
ଆଜି ମଧ୍ୟ ପହଂଚି ସମର୍ଥନ ଜଣାଇଲେ ବରିଷ୍ଠ ରାଜନେତା,ଗଣ ସଂଗଠନ, ବୁଦ୍ଧିଜୀବୀ, ଛାତ୍ରନେତା, ଅଭିଭାବକଭୁବନେଶ୍ୱର ତା 20 ରିଖ lପ୍ରଥମ ରୁ ଅଷ୍ଟମ ପଯ୍ୟନ୍ତ ଭୁଲ ବହିକୁ ତୁରନ୍ତ ପ୍ରତ୍ୟାହାର, ପ୍ରାଇଭେଟ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 25
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଲାଶାଙ୍କୁ ସ୍ୱର୍ଣ୍ଣ ପଦକ
ସୀଆଈଏସସୀଇ ନେଶନlଲ ଜିବେ ଅଭିଳାଷl ଟିଟଲାଗଡ଼ସ୍ଥିତ ସେଣ୍ଟ ଆନ୍ ସ୍କୁଲ ପରିସରରେ ସୀଆଈଏସସୀଇ ରିଜିଓନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନର ଛାତ୍ରୀ ଅଭିଲାଶା ଚୌଧୁରୀ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ
କାଳୀପ୍ରସାଦ ସାମନ୍ତରାୟ ଥିଲେ ଶିକ୍ଷା ଓ ସମାଜସେବାର ସମର୍ପିତ ପ୍ରତିଭା
ଭୁବନେଶ୍ୱର ତା 19/08/26 ବହୁମୁଖୀ ପ୍ରତିଭାଦୀପ୍ତ,ବିଶିଷ୍ଟ ସମାଜସେବୀ, ପରିବେଶବିତ ତଥା ବିଜୁପଟନାୟକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ କାଳୀପ୍ରସାଦ ସାମନ୍ତରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବିଜୁ ପଟନାୟକ କମ୍ପୁଟର ଏକାଡେମୀ ପକ୍ଷରୁ ସ୍ଥାନୀୟ ବମିଖାଲସ୍ଥିତ ବିଜୁପଟନାୟକ କମ୍ପ୍ୟୁଟର
ଖୋର୍ଦ୍ଧା ଜିଲ୍ଲାରେ ନିଶା ବିରୋଧୀ ଜାତୀୟ ଶପଥ ନେଲେ ୯୬୭ ଜଣ
ଚିଲିକା, ୨୦।୮:ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଦେଶବ୍ୟାପୀ ଚାଲିଥିବା ନିଶା ମୁକ୍ତ ଭାରତ ଅଭିଯାନ’ର ଅଂଶ ଭାବେ ଖୋର୍ଦ୍ଧା ଜିଲ୍ଲାରେ ନିଶା ବିରୋଧୀ ସଚେତନତାକୁ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ ୯୬୭ ଜଣ ନିଶା ବିରୋଧୀ
ଚିଲିକାର ସମାଜସେବୀଙ୍କ ସ୍ୱାସ୍ଥ୍ୟ ବୁଝିଲେ ଆଇନ ମନ୍ତ୍ରୀ
ବାଲୁଗାଁ ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀ ଶଙ୍କର ପାଇକରାୟ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଖବର ପାଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ହସ୍ପିଟାଲରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି
ମ୍ୟୁସିକ୍ ଭିଡିଓରେ ଫୁଣି ଚମକିଲେ ଶୁଭୋଜିତ୍
ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ନୂଆଁ ମ୍ୟୁସିକ୍ ଭିଡିଓ "ଜୀବନ ଏମିତି ଚାଲିଥାଉ" ରିଲିଜ୍ ହୋଇଯାଇଛି। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଜଣାଶୁଣା ଟିଭି ଉପସ୍ଥାପକ ସୁଭୋଜିତ୍ ପଣ୍ଡା । ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି ଅନନ୍ୟା, ଆସ୍ଥା,
ସୁଖ ମୃତୁ୍ୟ ପରମାତ୍ମାଙ୍କର ଆଶୀର୍ବାଦଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରାଦ୍ଧ ସଭୋର ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
ଭୁବେନଶ୍ୱର, ୧୮.୮ : ଆର୍ଯ୍ୟ ସମାଜ, ଓଡ଼ିଶାର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠୋର ଓଡ଼ିଶାର ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟନ କରି କହେିଲ ଯେ, ସଂସାରେର
Politics
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
କୁମାଣ୍ଡୋଳ ପାଟଣା ମହିଳା ସରପଞ୍ଚଙ୍କ ଅକାଳ ବିୟୋଗ |
ଚଳିତ ବର୍ଷ କେଉଁ ଦିନ ପାଳନ କରିବେ ରକ୍ଷାବନ୍ଧନ