କଳାହାଣ୍ଡି,୧୨|୪(ପ୍ୟାରିଲାଲ ଦୁର୍ଗା ) କଳାହାଣ୍ଡି ଜିଲ୍ଲାର ଜୁନାଗଡ ଲଙ୍କେଶ୍ବରୀ କ୍ଳବଠାରେ କଲାହାଣ୍ଡି ପଣ୍ଡରା ମାଳି ସମାଜ ଆନୁକୂଲ୍ୟରେ ମହାନ ସମାଜ ସଂସ୍କାରକ ଯୋଗ ଜନ୍ମା ଶିକ୍ଷ୍ୟା ଜ୍ୟୋତି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ୍ ଜନ୍ମ ଜୟନ୍ତୀ ମହା ଧୁମ୍ ଧାମରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଣ୍ଡରା ମାଲି ସମାଜ ସଭାପତି ଶ୍ରୀଯୁକ୍ତ ଇଶ୍ବର ପୁଝାରୀ କଳାହାଣ୍ଡି ଜିଲ୍ଲା କୁଳପତି ଶ୍ରୀଯୁକ୍ତ ପ୍ରକାଶ ନାଏକ ବରିଷ୍ଟ ଆଇନ ଯିବି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ ଯୁବ ବାହିନୀ ସଭାପତି କଳାହାଣ୍ଡି ଶ୍ରୀଯୁକ୍ତ ଭବାନୀ ଶଙ୍କର ବଣିଆ ଯୁବ ବାହିନୀଧର୍ମଗଡ ଏନଏସି ସଭାପତି ସୌମ୍ୟ ରଂଜନ ନାୟକ, ଧନୁର୍ଯ୍ୟ ନାଏକ, ଦୂର୍ଯୋ ଧନ ନାଏକ, ସୁବାସ ନାଏକ, ଦୁଷ୍ମନ୍ତ ନାଏକ, ବାନମ୍ଭାର ନାଏକ, ଶ୍ରବଣ ପୂଜାରୀ , ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ ସମେତ ଅନେକ ବରିଷ୍ଟ ବ୍ୟକ୍ତି ବିଶେଷ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମହାତ୍ମା ଜ୍ୟୋତିବା ଫୁଲେ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଗାମୀ ଦିନରେ ରାଜ୍ୟରେ ମାତା ସାବିତ୍ରୀ ବାଇ ଫୁଲେ ଓ ଜ୍ୟୋତି ବା ଫୁଲେଙ୍କ ଜନ୍ମ ତିଥ୍ କୁ ରାଜ୍ୟରେ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ଏବଂ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

ପ୍ୟାରିଲାଲ ଦୁର୍ଗା