ପୁଣି କରୋନା ଭୟ, ୫ ଜିଲ୍ଲାରେ ହାଇଆଲର୍ଟ

ଭୁବନେଶ୍ୱର: କିଛି ବର୍ଷର ବ୍ୟବଧାନ ପରେ ପୁଣି ଘାରିଲା କୋଭିଡ୍ ଭୟ । ଆନ୍ଧ୍ରର କଡ଼ପା ଜିଲ୍ଲାରେ କୋଭିଡ୍ରେ ୨ଜଣଙ୍କ ମୃତ୍ୟୁ ଓ ୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ଚିନ୍ତା ବଢ଼ିଛି । ବିଶେଷକରି ଆନ୍ଧ୍ର ସୀମାନ୍ତ ଜିଲ୍ଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ କିଟ୍ ମହଜୁଦ ରଖିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ତେବେ ଆଉ ଦୁଇଦିନ ପରେ ଓଡ଼ିଶାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗନ ହେଉଥିବାରୁ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବଢ଼ ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି, କୋଭିଡ୍କୁ ନେଇ ସର୍ବଦା ସତର୍କତା ଚାଲୁ ରହିଛି । ରାଜ୍ୟରେ ବର୍ତ୍ତମାନ ଯେଉଁ ଲୋକଙ୍କ କୋଭିଡ୍ ଟେଷ୍ଟିଂ ହେଉଛି, କେହି ବି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି । କୋଭିଡ୍ ନିୟମାବଳୀକୁ ପାଳନ କରିବା ଲାଗି ଓଡ଼ିଶାର ସୀମାନ୍ତ ଜିଲ୍ଲା ସହ ଅନ୍ୟ ସିଡିଏମ୍ଓମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟେଷ୍ଟ କରାଯାଉଛି । ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଲୋକଙ୍କ ଯିବା ଆସିବା ଲାଗି ରହିଛି । ତେବେ ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ରହିଛି ସେମାନେ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରାଇନେବା ଉଚିତ୍ । ଓଡ଼ିଶାରେ ବର୍ତ୍ତମାନସୁଦ୍ଧା କେହି କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିବାରୁ ଜନସାଧାରଣ ବ୍ୟସ୍ଥ ହେବାର କୌଣସି କାରଣ ନାହିଁ । ପ୍ରଫେସର ଡା.ଜୟନ୍ତ ପଣ୍ଡା କହିଛନ୍ତି, କେବଳ ଆନ୍ଧ୍ର ନୁହେଁ, ତାମିଲନାଡୁର କୋଏମ୍ବାଟୁରରେ ମଧ୍ୟ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page