ଚିଲିକା, ୨ । ୯:ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ମାନଙ୍କ ଦ୍ଵାରା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ, ଅଭିମନ୍ୟୁ ସ୍ବାଇଁ ଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର କୁମାର ମହାରଣାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ସଚେତନତା ନାଟକ ନିଶା ମୁକ୍ତି ଅଭିଯାନ ସଫଳତା ର ସହ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ନାଟକର ମୁଖ୍ୟ ପୁରୁଷ ଚରିତ୍ର ରେ ବରିଷ୍ଠ ଅଭିନେତା କିଶୋର ଵେହେରା,ମୁଖ୍ୟ ନାରୀ ଭୂମିକାରେ ପ୍ରତିଷ୍ଠିତା ମଞ୍ଚ ଅଭିନେତ୍ରୀ କଣ୍ଢେଇ କର ଙ୍କ ବଳିଷ୍ଠ ଅଭିନୟ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିବା ବେଳେ ଅନ୍ୟ ଚରିତ୍ର ଭୂମିକାରେ ଅଭିମନ୍ୟୁ ସ୍ବାଇଁ,ଡଲୀ ବେହେରା,ଅନୁପ ପଟ୍ଟନାୟକ, ଉଷାରାଣୀ ମିଶ୍ର ପ୍ରମୁଖ ସଫଳ ଅଭିନୟ କରିଥିଲେ।

ଏହି ଅବସରରେ ନାଟକର ରଚୟିତା ଭିକାରୀ ଚରଣ ପ୍ରଧାନ,ନିର୍ଦ୍ଦେଶକ ଅଭିମନ୍ୟୁ ସ୍ବାଇଁ, ଶ୍ରେଷ୍ଠ ଅଭିନେତା କିଶୋର ଵେହେରା, ଶ୍ରେଷ୍ଠ ଅଭିନେତ୍ରୀ କଣ୍ଢେଇ କର ଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ ପୂର୍ବକ ସମ୍ମାନିତ ହୋଇଛନ୍ତି। ବ୍ୟକ୍ତି ର ସୁନାର ସଂସାର ନିଶା ସକ୍ତ ଫଳରେ କିପରି ଚୁନା ହୋଇଯାଏ ଏବଂ ସାମାଜିକ ସଂସ୍ଥା ର ପ୍ରଭାବ ରେ କିଭଳି ଏହି ପରିବାର ମୁହଁ ରେ ହସ ଫୂଟେ ତାହା ହିଁ ନାଟକର ବାର୍ତ୍ତା ଥିଲା।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି