ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ବନ୍ଦ ହେବାର ନା ନେଉନି । ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଜୋରଦାର ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ ତାହାର ପାଲଟା ଆକ୍ରମଣ ଜାରୀ ରଖିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ୨ଟି ତୈଳ ଟ୍ୟାଙ୍କର ଉପରେ ପୁଣି ହମଲା କରିଛି ଇରାନ । ଆକ୍ରମଣର ଶିକାର ହୋଇଥିବା ଗୋଟିଏ ଜାହାଜ ଆମେରିକା ସହ ଜଡ଼ିତ । ଇରାକ ଉପକୂଳ ଠାରୁ ସାମାନ୍ୟ ଦୂରରେ ଇରାନ ତୈଳ ଟ୍ୟାଙ୍କରକୁ ଟାର୍ଗେଟ କରିଥିବା ବେଳେ ଏଥିରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ତୀବ୍ର ହୋଇଛି । ଷ୍ଟ୍ରେଟ ଅଫ ହର୍ମୁଜ ଦେଇ ଗୋଟିଏ ଲିଟର ତେଲ ଛଡ଼ା ଯିବ ନାହିଁ ଇରାନ କହିବା ପରେ ପ୍ରଥମ ଥର ପାଇଁ ସିଧାସଳଖ କୌଣସି ତୈଳ ଟ୍ୟାଙ୍କର ହମଲା କରିଛି । ମିଳିଥିବା ସୂଚନା ଅନୁସାରେ, ଇରାକ ଅଧିକୃତ ଜଳରେ ଥିବା ଖୋର ଅଲ ଜୁବୈର ପୋର୍ଟ ନିକଟରେ ଇରାନ ଆମେରିକୀୟ କମ୍ପାନୀର ମାଲିକାନା ତଥା ମାର୍ଶଲ ଦ୍ୱୀପପୁଞ୍ଜର ପତାକା ଲାଗିଥିବା ତୈଳ ବୋଝେଇ ଟ୍ୟାଙ୍କରକୁ ଟାର୍ଗେଟ କରିଛି । ସେଫ ସି ବିଷ୍ଣୁ ନାମକ ଏହି ଜାହାଜ ଉପରେ ଇରାନ ଆତ୍ମଘାତୀ ଡଙ୍ଗା ଦ୍ୱାରା ଆକ୍ରମଣ କରି ଧ୍ୱଂସ କରିଛି । ଏଥିଯୋଗୁ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ପରିଚୟ ସାର୍ବଜନୀନ ହୋଇନି ।ଭାରତୀୟ ଜଣଙ୍କ ସେଫ ସି ଜାହାଜରେ ରହିଥିଲେ । ଘଟଣା ପରେ ଜାହାଜରେ ଥିବା ବାକି ୨୭ ଜଣ କ୍ରୁ ସଦସ୍ୟ ଓ କର୍ମଚାରୀଙ୍କୁ ଉଦ୍ଧାର କରି ଇରାକର ବାସ୍ରା ସହରକୁ ନିଆଯାଇଥିବା ଜଣାପଡ଼ିଛି । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶକ୍ତିଶାଳୀ ବିସ୍ଫୋରଣ ପରେ ୨ଟି ଯାକ ତୈଳ ଟ୍ୟାଙ୍କରରେ ନିଆଁ ଲାଗି ଯାଉଛି । ଗୋଟିଏ ଜାହାଜରେ ମାର୍ଶଲ ଦ୍ୱୀପପୁଞ୍ଜ ଓ ଅନ୍ୟ ଗୋଟିଏ ଜାହାଜରେ ମାଲଟୀୟ ପତାକା ଲାଗିଛି । ମାର୍ଶଲ ପତାକା ଲାଗିଥିବା ଜାହାଜ ଗୋଟିଏ ଆମେରୀୟକ କମ୍ପାନୀର । ସେହିପରୀ ମାଲଟା ପତାକା ଲାଗିଥିବା ଜାହାଜର ମାଲିକାନା ଗ୍ରୀସ ଭିତ୍ତିକ କମ୍ପାନୀ ପାଖରେ ରହିଥିଲା । ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଥିଲା । ଦୁଇଟି ଟ୍ୟାଙ୍କର୍ସ ପ୍ରାୟ ୪ ୦୦,୦୦୦ ବ୍ୟାରେଲ ଇରାକର ଅଶୋଧିତ ତୈଳ ରହିଥିଲା । ହେଲେ ଆକ୍ରମଣ ଯୋଗୁ ଏତେ ପରିମାଣର ଅଶୋଧିତ ତୈଳ ନଷ୍ଟ ହୋଇଯାଇଛି ।ଭାରତର ମଧ୍ୟପ୍ରାଚ୍ୟ କୂଟନୀତିକ କାମ ଦେଇଛି । ଗୁରୁବାର ଭାରତୀୟ ତୈଳ ଟ୍ୟାଙ୍କରଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ଖୋଲି ଦେଇଛି ଇରାନ । ଇସ୍ରାଏଲ- ଆମେରିକା ସହ ଯୁଦ୍ଧ ଯୋଗୁ ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ବନ୍ଦ କରି ଦିଆଯାଇଥିଲା । ଏଥିଯୋଗୁ ଭାରତ ଆସିବାକୁ ଥିବା ଜାହାଜ ଗୁଡ଼ିକ ମଧ୍ୟ ତେଲ ଓ ଅନ୍ୟାନ୍ୟ ଜିନିଷ ଧରି ହର୍ମୁଜ ପ୍ରଣାଳୀ ସୁରକ୍ଷିତ ଭାବେ ଅତିକ୍ରମ କରିବାକୁ ସକ୍ଷମ ହେଉଛନ୍ତି । ସ୍ଥିତି ଦିନକୁ ବିଗୁଡ଼ୁ ଥିବାରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ତାଙ୍କ ଇରାନୀୟ ପ୍ରତିପକ୍ଷ ଆବ୍ୱାସ ଅରାଘଚିଙ୍କ ସହ କଥା ହୋଇଥିଲେ । ଭାରତୀୟ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀ ଇରାନ ଖୋଲିବାକୁ ସେ କହିଥିଲେ । ଆବ୍ୱାସଙ୍କ ସହ କଥା ହେବା ପରେ ଭାରତୀୟ ଜାହାଜଗୁଡ଼ିକ ପାଇଁ ଇରାନ ହର୍ମୁଜ ଜଳପଥ ଖୋଲି ଦେଇଛି ।ଏହାପରେ ହର୍ମୁଜ ଜଳପଥ ଦେଇ ସୁରକ୍ଷିତ ଭାବେ ଗୋଟିଏ ତୈଳ ବୋଝେଇ ଜାହାଜ ମୁମ୍ବାଇରେ ପହଞ୍ଚିଥିବା ଜଣାପଡ଼ିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତର ଶକ୍ତି ଯୋଗାଣ ଯେମିତି ଅତୁଟ ରହିବ, ସେବିଷୟରେ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି ।ଷ୍ଟ୍ରେଟ ଅଫ ହର୍ମୁଜ ହେଉଛି ବିଶ୍ୱର ଅନ୍ୟତମ ପ୍ରମୁଖ ଜଳପଥ । ଏହି ରାସ୍ତାରେ ବିଶ୍ୱର ଅଧିକାଂଶ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ପରିବହନ ହୋଇଥାଏ । ହେଲେ ଆମେରିକା ଓ ଇସ୍ରାଏଲ ସହ ଯୁଦ୍ଧ ଯୋଗୁ ଇରାନ ଏହି ରାସ୍ତାକୁ ବନ୍ଦ କରିଦେଇଥିଲା । ସେହିପରି ଏହି ରାସ୍ତା ଅତିକ୍ରମ କରିବା ପାଇଁ ଚେଷ୍ଟା କରୁଥିବା କିଛି ଜାହାଜ ଉପରେ ଇରାନ ମଧ୍ୟ ହମଲା କରିଥିଲା । ଆକ୍ରମଣ ଭୟରେ ଭାରତ ଆସୁଥିବା ଜାହାଜଗୁଡ଼ିକ ମଧ୍ୟ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିପାରି ନଥିଲେ । ଫଳରେ ଭାରତରେ ଗ୍ୟାସ ଓ ତୈଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଜୟଶଙ୍କର ନିଜର ଇରାନ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି । ଅଶୋଧିତ ତୈଳ ଓ ଏଲପିଜି ଯେମିତି ସମୁଦ୍ର ପଥରେ ସୁରକ୍ଷିତ ଭାବେ ଭାରତରେ ପହଞ୍ଚି ପାରିବ, ସେକଥା ଇରାନକୁ ନିଶ୍ଚିତ କରିବାକୁ ମଧ୍ୟ ଜୟଶଙ୍କର କହିଛନ୍ତି । ତାଙ୍କ କଥାରେ ମଧ୍ୟ ଇରାନ ରାଜି ହୋଇ ହର୍ମୁଜ ପ୍ରଣାଳୀ ଭାରତୀୟ ଜାହାଜଗୁଡ଼ିକ ପାଇଁ ଖୋଲି ଦେଇଛି । ଇରାନୀୟ ଅଧିକାରୀମାନେ ଭାରତ ପାଇଁ ଅନୁକମ୍ପ ଦେଖାଇଥିଲେ ହେଁ ଆମେରିକା, ୟୁରୋପ ଓ ଇସ୍ରାଏଲ ସହ ଜଡ଼ିତ ଜାହାଜଗୁଡ଼ିକ ପାଇଁ ପୂର୍ବଭଳି ହର୍ମୁଜ ଜଳପଥ ବନ୍ଦ ରହିଛି । ସମାନ ପ୍ରସଙ୍ଗରେ ଜୟଶଙ୍କର ରୁଷ ଓ ଫ୍ରାନ୍ସ ସହ ମଧ୍ୟ କଥା ହୋଇଛନ୍ତି । ଇରାନର ଅନୁମତି ପରେ ପ୍ରଥମ ପର୍ଯ୍ୟାୟରେ ଲିବିୟା ପତାକା ଲାଗିଥିବା ଗୋଟିଏ ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ଭାରତର ମୁମ୍ବାଇ ପୋର୍ଟରେ ପହଞ୍ଚିଛି । ଝଷରଦ୍ଭକ୍ଷକ୍ଟଦ୍ଭଶ ଝଙ୍କରଚ୍ଛଜ୍ଞବଙ୍ଘ ନାମକ ଜାହାଜଟି ସାଉଦି ଆରବର ରାସ ତାନୌର ପୋର୍ଟରୁ ତେଲ ଧରି ଭାରତ ଅଭିମୁଖ୍ୟ ମାର୍ଚ୍ଚ ୧ରେ ବାହାରିଥିଲା । କିଛି ଦିନ ହର୍ମୁଜ ନିକଟରେ ଅଟକିବା ପରେ ଏବେ ଏହା ସୁରକ୍ଷିତ ଭାବେ ଉକ୍ତ ଜଳପଥ ଦେଇ ଭାରତରେ ପହଞ୍ଚିଛି । ଅନ୍ୟପଟରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧ ଆଜି ୧୩ତମ ଦିନରେ ପ୍ରବେଶ କରିଛି । ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ହମଲା କରୁଥିବା ବେଳେ ତେହରାନ ମଧ୍ୟ ଏହାର ପାଲଟା ଜବାବ ଦେବା ବନ୍ଦ କରିନାହିଁ । ଆମେରିକା ଉପରେ ସିଧାସଳଖ ହମଲା କରିବାରେ ବିଫଳ ହୋଇଥିବା ଇରାନ ମଧ୍ୟପ୍ରାଚ୍ୟରେ ଥିବା ୱାଶିଂଟନର ବିଭିନ୍ନ ବେସକୁ ଟାର୍ଗେଟ କରୁଛି । ସେହିପରି ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳମାର୍ଗ ହର୍ମୁଜକୁ ବନ୍ଦ କରି ଇରାନ ପୂରା ବିଶ୍ୱର ନିଦ ହଜାଇ ଦେଇଛି । ଆମେରିକା ଓ ଇସ୍ରାଏଲ ତୁଳନାରେ ଇରାନ ଅତ୍ୟନ୍ତ ଦୁର୍ବଳ ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପୁରସ୍କାର ବିତରଣ ଉତ୍ସବ
ଭଦ୍ରକ: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଜ୍ଞାନ ପରିପୋଷଣ ପାଇଁ ପଞ୍ଚମ ଶ୍ରେଣୀରୁ ମହାବିଦ୍ୟାଳୟ ପର୍ୟ୍ୟନ୍ତ ପ୍ରତିବର୍ଷ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କରି ଜିଲ୍ଲାସ୍ତରୀୟ କୃତ୍ତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରେ I
ବୋଲଗଡ଼ ବ୍ଲକସ୍ତରୀୟ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନଙ୍କୁ ସମ୍ବଦ୍ଧନା
ଚିଲିକା, ୬।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ଆବାହକତ୍ୱରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କର ସମ୍ବର୍ଦ୍ଧନା ଉତ୍ସବ
ବନ୍ୟା ଯୋଦ୍ଧା ସମ୍ମାନ ପ୍ରଦାନଆଶାର ଦିଶା ଫାଉଣ୍ଡେସନ ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର; ଜୟଦେଵ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଆଶାର ଦିଶା ଫାଉଣ୍ଡେସନର ନବମ ବାର୍ଷିକ ଉତ୍ସବ । ଏହି ସଂଗଠନ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅନେକ କର୍କଟ ପିଡୀତଙ୍କ ମୁହଁରେ ହସ ଫୁଟେଇ ପାରିଛି । ଚଳିତ
ଜଙ୍ଗଲ ଜମିରେ ‘ଅଫିସ୍’—ଶେଷରେ ଚାଲିଲା ବୁଲଡୋଜର…
ରାଉରକେଲା ସର୍କିଟ୍ ହାଉସ୍ ବନ୍ଧୁକ ଓ ଗ୍ୟାଙ୍ଗ୍ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସହ ସମ୍ପର୍କିତ ଅବୈଧ ନିର୍ମାଣକୁ ଭାଙ୍ଗିଛି ବନ ବିଭାଗ।ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଏକ କଂକ୍ରିଟ୍ ଅଫିସ୍ ଉପରେ ଶେଷରେ ଚାଲିଛି ପ୍ରଶାସନର
ଜାଗୃତିକା ତରଫରୁ ନନ୍ଦ ଉତ୍ସବ ପାଳିତ ।
ଚିଲିକା, ୫ ।୯: ପ୍ରତିବର୍ଷ ପରି ଚଳିତ ବର୍ଷ ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ 'ଆଶିଷ ଭବନ' ଠାରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର
୧୨ ଜଣ ଶିକ୍ଷକ ପାଇଲେ ଜୟଦେବ ଶିକ୍ଷକ ସମ୍ମାନ ୨୦୨୬
ବାଲିଅନ୍ତା ୦୫/୦୯( ଗୋବର୍ଦ୍ଧନ ଦାସ):-ଶାନ୍ତିସ୍ତୁପ, ଗ୍ରୀନ ଜୟଦେବ ଟ୍ରଷ୍ଟ ଏବଂ ନିର୍ମାଣ ଶିକ୍ଷା ଅନୁଷ୍ଠାନର ମିଳିତ ସହଯୋଗରେ ପବିତ୍ର ଗୁରୁ ଦିବସ ଅବସରରେ ନିର୍ମାଣ କଲେଜ ଅଡିଟୋରିୟମରେ ‘ଜୟଦେବ ଶିକ୍ଷକ ସମ୍ମାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସ୍ତୁପର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ
କୁମାଣ୍ଡଳ ଯୁବ ଜ୍ୟୋତି ହାଇସ୍କୁଲରେ ଗୁରୁଦିବସ ପାଳିତ
ଚିଲିକା, ୫ । ୯: ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡଳସ୍ଥ ଯୁବଜ୍ୟୋତି ହାଇସ୍କୁଲ ଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା 'ଗୁରୁଦିବସ' ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଅତିଥିମାନେ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ଧୂପ
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ଚିଲିକା, ୫ । ୯:ଆଜି ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷି ବିଭାଗ ତରଫରୁ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭାଗୀୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ପରିଡା, କୃଷି ସହାୟକ କୃଷ୍ଣ ଚନ୍ଦ୍ର
ବାଲିଡିହି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ଚିଲିକା, ୫।୯:ଗଣଶିକ୍ଷା ବିଭାଗର ପୂର୍ବ ନିର୍ଦ୍ଦେଶ କ୍ରମେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାଲିଡିହି ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ସେଠୀଙ୍କ ସଭାପତିତ୍ବରେ ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଅଛି। ସର୍ବ ପ୍ରଥମେ ଅଥିତି ଗୁରୁଜୀ ମାନଙ୍କୁ
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ
ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିମାପକ /ଡ଼ଃ ବୁଦ୍ଧଦେବ ମିଶ୍ର ପ୍ରଥମ ପିତୃ ଦିବସ ସମ୍ମାନରେ ସମ୍ମାନିତ
ଭୁବନେଶ୍ୱର ତା 03/09/26 ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା,ନୈତିକ ମୂଲ୍ୟବୋଧ,ଅବକ୍ଷେୟୀ ଲୋକ ଚରିତ୍ର,ମାନବବାଦ ତଥା ମାତା ପିତୃ ପୂଜନ ପ୍ରମୁଖ ଧୀରେ ଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ "ପିତୃ ଦିବସ " କାର୍ଯ୍ୟକ୍ରମ ଆସନ୍ତା ବର୍ଷ 2027
ବୋଲଗଡ଼ରେ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ ।
ଚିଲିକା,୩ ।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବଙ୍କୋଇ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଲ୍ଲାସ ତାଲିମ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ
ବାଲୁଗାଁ ଏନ୍.ଏ.ସି. ତରଫରୁ ନିଶାମୁକ୍ତି ଅଭିଯାନ ମଞ୍ଚସ୍ଥ |
ଚିଲିକା, ୨ । ୯:ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ମାନଙ୍କ ଦ୍ଵାରା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ, ଅଭିମନ୍ୟୁ ସ୍ବାଇଁ ଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର କୁମାର ମହାରଣାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ସଚେତନତା ନାଟକ ନିଶା
ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ ନଦୀ ଅବବାହିକା ଭିତ୍ତିକ ସମାଧାନ – ମହାନଦୀ ବଞ୍ଚାଅ ଆନ୍ଦୋଳନ
ମହାନଦୀ ବଞ୍ଚାଅ ଆନ୍ଦୋଳନ୧ ସେପ୍ଟେମ୍ବର ୨୦୨୬ ଭୁବନେଶ୍ୱର ତା ୧l ୯ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ସୋନ୍ ନଦୀ ଜଳ ବଣ୍ଟନ ନେଇ ହୋଇଥିବା ବୁଝାମଣାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ
ବାଲୁଗାଁରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ସମୃଦ୍ଧ ସହର ଗଠନ ଲକ୍ଷ୍ୟ I
ଚିଲିକା, ୩୧। ୮:ଆଜି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ-୨୦୨୬ ମହା ସମାରୋହରେ ପାଳନ କରାଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ ।ଏହି
ଗଙ୍ଗୋତ୍ରୀରୁ ବାଲୁଗାଁ: ଦିର୍ଘ ୨ମାସ ୯ ଦିନର ପଦଯାତ୍ରା ପରେ ବାବା ଉମା ମହେଶ୍ୱର ଦେବଙ୍କ ପୀଠରେ ପହଞ୍ଚିଲେ ୪ କାଉଡ଼ିଆ I
ଚିଲିକା, ୩୧।୮: ବାବା ଉମା ମହେଶ୍ୱରଙ୍କ ପ୍ରତି ଅପାର ଭକ୍ତି । ବାଲୁଗାଁ ପାଟଣାସାହିର ୪ କାଉଡ଼ିଆ ୨ ମାସ ୯ଦିନ ଧରି ପାଦରେ ଚାଲି ଚାଲି ଗଙ୍ଗୋତ୍ରୀରୁ ଜଳ ଆଣି ଆଜି ବାଲୁଗାଁ ଉମାମହେଶ୍ୱର ଦେବଙ୍କପୀଠରେ ଜଳ ଢାଳିଛନ୍ତି ।ଜଙ୍ଗଲ,
ବାଲୁଗାଁରେ ଧୁମଧାମରେ ପାଳିତ ହେଉଛି ଖୁଦୁରୁକୁଣୀ ଓଷା
ଚିଲିକା, ୩ଠା ୮: ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଖୁଦୁରୁକୁଣୀ ଓଷା | ବାଲୁଗାଁରେ ପ୍ରତ୍ୟେକ ଗାଁ ମୁଣ୍ଡରେ ଝିଅ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।ଆଜି ଭାଦ୍ରବ ମାସ ପ୍ରଥମ ରବିବାରରୁ ସାରା ଓଡ଼ିଶା ସହ ବାଲୁଗାଁ
ବାଲୁଗାଁ ପୋଲିସ୍ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଚିଲିକା,୩୦ା୮: ନିଶା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପୋଲିସ୍ ନିର୍ଦ୍ଦେଶକ୍ରମେ ବାଲୁଗାଁ ପୋଲିସ୍ ପକ୍ଷରୁ ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ
ସାଧାରଣ ନାଗରିକଙ୍କୁ ମିଳୁ ସମ୍ମାନ, ଅସାମାଜିକ ତତ୍ତ୍ୱଙ୍କ ବିରୋଧରେହେଉ ଜିରୋ ଟଲରେନ୍ସ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର୨୯ ଅଗଷ୍ଟ ୨୦୨୬ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର