ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ବନ୍ଦ ହେବାର ନା ନେଉନି । ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଜୋରଦାର ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ ତାହାର ପାଲଟା ଆକ୍ରମଣ ଜାରୀ ରଖିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ୨ଟି ତୈଳ ଟ୍ୟାଙ୍କର ଉପରେ ପୁଣି ହମଲା କରିଛି ଇରାନ । ଆକ୍ରମଣର ଶିକାର ହୋଇଥିବା ଗୋଟିଏ ଜାହାଜ ଆମେରିକା ସହ ଜଡ଼ିତ । ଇରାକ ଉପକୂଳ ଠାରୁ ସାମାନ୍ୟ ଦୂରରେ ଇରାନ ତୈଳ ଟ୍ୟାଙ୍କରକୁ ଟାର୍ଗେଟ କରିଥିବା ବେଳେ ଏଥିରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ତୀବ୍ର ହୋଇଛି । ଷ୍ଟ୍ରେଟ ଅଫ ହର୍ମୁଜ ଦେଇ ଗୋଟିଏ ଲିଟର ତେଲ ଛଡ଼ା ଯିବ ନାହିଁ ଇରାନ କହିବା ପରେ ପ୍ରଥମ ଥର ପାଇଁ ସିଧାସଳଖ କୌଣସି ତୈଳ ଟ୍ୟାଙ୍କର ହମଲା କରିଛି । ମିଳିଥିବା ସୂଚନା ଅନୁସାରେ, ଇରାକ ଅଧିକୃତ ଜଳରେ ଥିବା ଖୋର ଅଲ ଜୁବୈର ପୋର୍ଟ ନିକଟରେ ଇରାନ ଆମେରିକୀୟ କମ୍ପାନୀର ମାଲିକାନା ତଥା ମାର୍ଶଲ ଦ୍ୱୀପପୁଞ୍ଜର ପତାକା ଲାଗିଥିବା ତୈଳ ବୋଝେଇ ଟ୍ୟାଙ୍କରକୁ ଟାର୍ଗେଟ କରିଛି । ସେଫ ସି ବିଷ୍ଣୁ ନାମକ ଏହି ଜାହାଜ ଉପରେ ଇରାନ ଆତ୍ମଘାତୀ ଡଙ୍ଗା ଦ୍ୱାରା ଆକ୍ରମଣ କରି ଧ୍ୱଂସ କରିଛି । ଏଥିଯୋଗୁ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ପରିଚୟ ସାର୍ବଜନୀନ ହୋଇନି ।ଭାରତୀୟ ଜଣଙ୍କ ସେଫ ସି ଜାହାଜରେ ରହିଥିଲେ । ଘଟଣା ପରେ ଜାହାଜରେ ଥିବା ବାକି ୨୭ ଜଣ କ୍ରୁ ସଦସ୍ୟ ଓ କର୍ମଚାରୀଙ୍କୁ ଉଦ୍ଧାର କରି ଇରାକର ବାସ୍ରା ସହରକୁ ନିଆଯାଇଥିବା ଜଣାପଡ଼ିଛି । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶକ୍ତିଶାଳୀ ବିସ୍ଫୋରଣ ପରେ ୨ଟି ଯାକ ତୈଳ ଟ୍ୟାଙ୍କରରେ ନିଆଁ ଲାଗି ଯାଉଛି । ଗୋଟିଏ ଜାହାଜରେ ମାର୍ଶଲ ଦ୍ୱୀପପୁଞ୍ଜ ଓ ଅନ୍ୟ ଗୋଟିଏ ଜାହାଜରେ ମାଲଟୀୟ ପତାକା ଲାଗିଛି । ମାର୍ଶଲ ପତାକା ଲାଗିଥିବା ଜାହାଜ ଗୋଟିଏ ଆମେରୀୟକ କମ୍ପାନୀର । ସେହିପରୀ ମାଲଟା ପତାକା ଲାଗିଥିବା ଜାହାଜର ମାଲିକାନା ଗ୍ରୀସ ଭିତ୍ତିକ କମ୍ପାନୀ ପାଖରେ ରହିଥିଲା । ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଥିଲା । ଦୁଇଟି ଟ୍ୟାଙ୍କର୍ସ ପ୍ରାୟ ୪ ୦୦,୦୦୦ ବ୍ୟାରେଲ ଇରାକର ଅଶୋଧିତ ତୈଳ ରହିଥିଲା । ହେଲେ ଆକ୍ରମଣ ଯୋଗୁ ଏତେ ପରିମାଣର ଅଶୋଧିତ ତୈଳ ନଷ୍ଟ ହୋଇଯାଇଛି ।ଭାରତର ମଧ୍ୟପ୍ରାଚ୍ୟ କୂଟନୀତିକ କାମ ଦେଇଛି । ଗୁରୁବାର ଭାରତୀୟ ତୈଳ ଟ୍ୟାଙ୍କରଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ଖୋଲି ଦେଇଛି ଇରାନ । ଇସ୍ରାଏଲ- ଆମେରିକା ସହ ଯୁଦ୍ଧ ଯୋଗୁ ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ବନ୍ଦ କରି ଦିଆଯାଇଥିଲା । ଏଥିଯୋଗୁ ଭାରତ ଆସିବାକୁ ଥିବା ଜାହାଜ ଗୁଡ଼ିକ ମଧ୍ୟ ତେଲ ଓ ଅନ୍ୟାନ୍ୟ ଜିନିଷ ଧରି ହର୍ମୁଜ ପ୍ରଣାଳୀ ସୁରକ୍ଷିତ ଭାବେ ଅତିକ୍ରମ କରିବାକୁ ସକ୍ଷମ ହେଉଛନ୍ତି । ସ୍ଥିତି ଦିନକୁ ବିଗୁଡ଼ୁ ଥିବାରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ତାଙ୍କ ଇରାନୀୟ ପ୍ରତିପକ୍ଷ ଆବ୍ୱାସ ଅରାଘଚିଙ୍କ ସହ କଥା ହୋଇଥିଲେ । ଭାରତୀୟ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀ ଇରାନ ଖୋଲିବାକୁ ସେ କହିଥିଲେ । ଆବ୍ୱାସଙ୍କ ସହ କଥା ହେବା ପରେ ଭାରତୀୟ ଜାହାଜଗୁଡ଼ିକ ପାଇଁ ଇରାନ ହର୍ମୁଜ ଜଳପଥ ଖୋଲି ଦେଇଛି ।ଏହାପରେ ହର୍ମୁଜ ଜଳପଥ ଦେଇ ସୁରକ୍ଷିତ ଭାବେ ଗୋଟିଏ ତୈଳ ବୋଝେଇ ଜାହାଜ ମୁମ୍ବାଇରେ ପହଞ୍ଚିଥିବା ଜଣାପଡ଼ିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତର ଶକ୍ତି ଯୋଗାଣ ଯେମିତି ଅତୁଟ ରହିବ, ସେବିଷୟରେ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି ।ଷ୍ଟ୍ରେଟ ଅଫ ହର୍ମୁଜ ହେଉଛି ବିଶ୍ୱର ଅନ୍ୟତମ ପ୍ରମୁଖ ଜଳପଥ । ଏହି ରାସ୍ତାରେ ବିଶ୍ୱର ଅଧିକାଂଶ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ପରିବହନ ହୋଇଥାଏ । ହେଲେ ଆମେରିକା ଓ ଇସ୍ରାଏଲ ସହ ଯୁଦ୍ଧ ଯୋଗୁ ଇରାନ ଏହି ରାସ୍ତାକୁ ବନ୍ଦ କରିଦେଇଥିଲା । ସେହିପରି ଏହି ରାସ୍ତା ଅତିକ୍ରମ କରିବା ପାଇଁ ଚେଷ୍ଟା କରୁଥିବା କିଛି ଜାହାଜ ଉପରେ ଇରାନ ମଧ୍ୟ ହମଲା କରିଥିଲା । ଆକ୍ରମଣ ଭୟରେ ଭାରତ ଆସୁଥିବା ଜାହାଜଗୁଡ଼ିକ ମଧ୍ୟ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିପାରି ନଥିଲେ । ଫଳରେ ଭାରତରେ ଗ୍ୟାସ ଓ ତୈଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଜୟଶଙ୍କର ନିଜର ଇରାନ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି । ଅଶୋଧିତ ତୈଳ ଓ ଏଲପିଜି ଯେମିତି ସମୁଦ୍ର ପଥରେ ସୁରକ୍ଷିତ ଭାବେ ଭାରତରେ ପହଞ୍ଚି ପାରିବ, ସେକଥା ଇରାନକୁ ନିଶ୍ଚିତ କରିବାକୁ ମଧ୍ୟ ଜୟଶଙ୍କର କହିଛନ୍ତି । ତାଙ୍କ କଥାରେ ମଧ୍ୟ ଇରାନ ରାଜି ହୋଇ ହର୍ମୁଜ ପ୍ରଣାଳୀ ଭାରତୀୟ ଜାହାଜଗୁଡ଼ିକ ପାଇଁ ଖୋଲି ଦେଇଛି । ଇରାନୀୟ ଅଧିକାରୀମାନେ ଭାରତ ପାଇଁ ଅନୁକମ୍ପ ଦେଖାଇଥିଲେ ହେଁ ଆମେରିକା, ୟୁରୋପ ଓ ଇସ୍ରାଏଲ ସହ ଜଡ଼ିତ ଜାହାଜଗୁଡ଼ିକ ପାଇଁ ପୂର୍ବଭଳି ହର୍ମୁଜ ଜଳପଥ ବନ୍ଦ ରହିଛି । ସମାନ ପ୍ରସଙ୍ଗରେ ଜୟଶଙ୍କର ରୁଷ ଓ ଫ୍ରାନ୍ସ ସହ ମଧ୍ୟ କଥା ହୋଇଛନ୍ତି । ଇରାନର ଅନୁମତି ପରେ ପ୍ରଥମ ପର୍ଯ୍ୟାୟରେ ଲିବିୟା ପତାକା ଲାଗିଥିବା ଗୋଟିଏ ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ଭାରତର ମୁମ୍ବାଇ ପୋର୍ଟରେ ପହଞ୍ଚିଛି । ଝଷରଦ୍ଭକ୍ଷକ୍ଟଦ୍ଭଶ ଝଙ୍କରଚ୍ଛଜ୍ଞବଙ୍ଘ ନାମକ ଜାହାଜଟି ସାଉଦି ଆରବର ରାସ ତାନୌର ପୋର୍ଟରୁ ତେଲ ଧରି ଭାରତ ଅଭିମୁଖ୍ୟ ମାର୍ଚ୍ଚ ୧ରେ ବାହାରିଥିଲା । କିଛି ଦିନ ହର୍ମୁଜ ନିକଟରେ ଅଟକିବା ପରେ ଏବେ ଏହା ସୁରକ୍ଷିତ ଭାବେ ଉକ୍ତ ଜଳପଥ ଦେଇ ଭାରତରେ ପହଞ୍ଚିଛି । ଅନ୍ୟପଟରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧ ଆଜି ୧୩ତମ ଦିନରେ ପ୍ରବେଶ କରିଛି । ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ହମଲା କରୁଥିବା ବେଳେ ତେହରାନ ମଧ୍ୟ ଏହାର ପାଲଟା ଜବାବ ଦେବା ବନ୍ଦ କରିନାହିଁ । ଆମେରିକା ଉପରେ ସିଧାସଳଖ ହମଲା କରିବାରେ ବିଫଳ ହୋଇଥିବା ଇରାନ ମଧ୍ୟପ୍ରାଚ୍ୟରେ ଥିବା ୱାଶିଂଟନର ବିଭିନ୍ନ ବେସକୁ ଟାର୍ଗେଟ କରୁଛି । ସେହିପରି ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳମାର୍ଗ ହର୍ମୁଜକୁ ବନ୍ଦ କରି ଇରାନ ପୂରା ବିଶ୍ୱର ନିଦ ହଜାଇ ଦେଇଛି । ଆମେରିକା ଓ ଇସ୍ରାଏଲ ତୁଳନାରେ ଇରାନ ଅତ୍ୟନ୍ତ ଦୁର୍ବଳ ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା
ମାଣିକାଗୋଡ଼ା, ଖୋର୍ଦ୍ଧା: ଧର୍ମ ଅଲଗା, କିନ୍ତୁ ହୃଦୟ ଏକ। ହିନ୍ଦୁ-ମୁସଲିମ୍ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼
ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଭୁବନ: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ
ଭୁବନ: (Bimal Kumar Rana) ଭୁୁବନ୍ ବ୍ଲକ୍ତ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗୋସେବା କାର୍ଯ୍ୟକ୍ରମ । ପବିତ୍ର ଦୁର୍ଗା ପୂଜା ଅବସରରେ ସାମାଜିକ ଅନୁଷ୍ଠାନ
ମୁଗୁପୁର ସମାଚାରର 15ତମ ବାର୍ଷିକ ଉତ୍ସବ ପାଳିତ
କେନ୍ଦୁଝର /ହାଟଡିହି /ମୁଗୁପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ମୁଗୁପୁର ଅଞ୍ଚଳରୁ ପ୍ରକାଶିତ ଖବରକାଗଜ ମୁଗୁପୁର ସମାଚାରର 15ତମ ସ୍ଵନକ୍ଷତ୍ର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ
ରାଜ୍ୟସ୍ତରୀୟ ୧୨୧ ତମ ସତ୍ୟପ୍ରିୟ ମହାନ୍ତି ଜୟନ୍ତୀ ପାଳିତ
ବାଲିଅନ୍ତା,୨୧|୧୦(ଗୋବର୍ଦ୍ଧନ ଦାସ): ଜଣେ ସମର୍ପିତ ମଣିଷ ଏବଂ ନବ ଓଡିଶା ନିର୍ମାତାର ଅନ୍ୟତମ ବିନ୍ଧାଣି ଥିଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ।
ନବରାତ୍ର ପୂଜା ଅବସରରେ ବରିଷ୍ଠ କଳାକାର ସମ୍ବର୍ଦ୍ଧନା।
ଖୋର୍ଦ୍ଧା,୧୯।୧୦:ଚିଲିକା ସଂଗୀତ ନାଟକ ଏକାଡେମୀ, ବାଲୁଗାଁ ଆୟୋଜିତ ନବରାତ୍ରପୂଜା ଅବସରରେ କୁମାରୀପୂଜା ଓ କଳାକାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପଧାରିଣୀ ଏକାଡେମୀର ସମ୍ପାଦିକା ସୁନିତା ଜେନାଙ୍କ
ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ନୃସିଂହ ଚରଣ ସାମନ୍ତସିଂହାରଙ୍କ ସ୍ମୃତି ସଭା |
ଖୋର୍ଦ୍ଧା,୧୯।୧୦: ଚିଲିକା-ବାଣପୁର ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ସାଂସଦ ତଥା ଓଡିଶା ଭାଗଚାଷ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଡାକ୍ତର ନୃସିଂହଚରଣ ସାମନ୍ତସିଂହାରଙ୍କର ସ୍ମୃତି ସଭା ନୃସିଂହ
ଆଦର୍ଶ ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ
ବୋଲଗଡ଼, ୧୮।୧୦:ବୋଲଗଡ଼ ଶିକ୍ଷା ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ହରିହର ବିଦ୍ୟାପୀଠର ଆଦର୍ଶ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ରଣାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ସମାଜସେବୀ
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ
ଭୁବନେଶ୍ୱର ତା 16 ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା' ହରଚଣ୍ଡୀଙ୍କର ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆଜି 14 ଦିନରେ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ପ୍ରତାପଶାସନ ଡିଗ୍ରୀ କଲେଜରେଦିବ୍ୟରଞ୍ଜନ ସଭାପତି, ସୌମ୍ୟରଞ୍ଜନ ଉପସଭାପତିଛାତ୍ରସଂସଦ ନିର୍ବାଚନ ଫଳାଫଳ
ବାଲିଅନ୍ତା,୧୫|୧୦(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ସ୍ଥିତ ପ୍ରତାପଶାସନ ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି।ଆଜି ୮ ଟାରୁ ଅପରାହ୍ନ ୨ ଟା
ରାଉରକେଲାରେ ରେଳବାଇର ମିଳିତ ମକ୍ ଡ୍ରିଲ୍…ବିପର୍ଯ୍ୟୟ ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟର ପ୍ରସ୍ତୁତି ଉପରେ ଗୁରୁତ୍ୱ…..
ରେଳବାଇରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ତ୍ୱରିତ ଉଦ୍ଧାର କାର୍ଯ୍ୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର
ପଲ୍ୟୁସନ ବୋର୍ଡ ସଦସ୍ୟ ସଚିବଙ୍କୁ ଭେଟିଲା ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୂଜାରେ ଡମପିଙ୍ଗ ୟାର୍ଡ଼କୁ ଅଳିଆଗାଡ଼ି ବନ୍ଦ ନକଲେ ଅନଶନ ନିଷ୍ପତି ଭୁବନେଶ୍ୱର ତା 14 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ସ୍ଥାନାନ୍ତର ପାଇଁ
vମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମକାର୍ଯ୍ୟକ୍ରମ
ଭୁବନ,୧୩: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭୀ” କାର୍ଯ୍ୟକ୍ରମ ଅନୁଷ୍ଠିତପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା
ବାଲିଅନ୍ତା,୧୩|୧୦( ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀ ଅଧିନ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତାପଶାସନ କ୍ଲଷ୍ଟରର ସମସ୍ତ
ସ୍ନିଗ୍ଧା ଏକାଡ଼େମୀର କନ୍ୟାମାନଙ୍କ ଦ୍ୱାରାନବମାତୃକା ପୂଜା
ଭୁବନେଶ୍ୱର, ୧୨.୧୦ : ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ନବମାତୃକା ପୂଜାରେ ଭୁବନେଶ୍ୱର ସ୍ନିଗ୍ଧା ଏକାଡ଼େମୀର ଅଧ୍ୟକ୍ଷା ଶ୍ରୀମତୀ ବିିଚିତ୍ରା ରଥଙ୍କ ନେତୃତ୍ୱରେ ସର୍ବସୁଶ୍ରୀ ରାଜଶ୍ରୀ
@ ଏକାମ୍ର ମା’ ଦୁର୍ଗା ମହୋତ୍ସବ-୨୦୨୬ସ୍ମରଣିକା “ମହାଦେବୀ” ଉନ୍ମୋଚିତ
@ ବରିଷ୍ଠ ମୂର୍ତି କାରିଗର ଶ୍ରୀଯୁକ୍ତ ବିଦ୍ୟୁତ ପ୍ରଧାନ ଓ ବରିଷ୍ଠ ମେଢ କାରିଗର ଶ୍ରୀଯୁକ୍ତ ନବ କିଶୋର ବଟୁଙ୍କୁ “ମହାଦେବୀ ସମ୍ମାନ-୨୦୨୬” @ ଏକାମ୍ର ଭୁବନେଶ୍ଵର
“ମା”ଙ୍କୁ ପୂଜା ସମାଜ ସଂସ୍କାରର ଏକ ଦୃଢବାର୍ତ୍ତା
ବାଚସ୍ପତି ଶ୍ରୀମତୀ ପାଢୀଭଗବାନ ମୀନ ଅବତାର ଥିଲେ ମହର୍ଷି ଦୟାନନ୍ଦ : ପଦ୍ମଶ୍ରୀ ବାବା ବଳିଆଆର୍ଯ୍ୟସମାଜ ପକ୍ଷରୁ ନବମାତୃକା ପୂଜାମହାସମାରୋହରେ ଅନୁଷ୍ଠିତଭୁବନେଶ୍ୱର, ୧୧.୧୦ : ନବରାତ୍ରର ପ୍ରଥମ
ସୈନିକସ୍କୁଲ ପାଖରୁ ଡମ୍ପିୟାର୍ଡ଼ ହଟାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଆଦେଶର ତୁରନ୍ତ ପାଳନ ପାଇଁ ମୁଖ୍ୟସଚିବଙ୍କୁ ଭେଟିବ ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୁଣି ଅଳିଆଗାଡ଼ି ବନ୍ଦ କରିବାପାଇଁ ନିଷ୍ପତି ଭୁବନେଶ୍ୱର ତା 11 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ପାଇଁ ଅଜି ସାରା ଦେଶରେ ଆମକୁ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା
ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ