ଛେନାପୋଡ ଆମ ଛେନାପୋଡ
ସ୍ଵତନ୍ତ୍ର ମିଠା ଏ ଓଡିଶା ର
ଯା ପାଇଁ ପ୍ରସିଦ୍ଧ ନୟାଗଡ଼
ଛେନାପୋଡ ଆମ ଛେନାପୋଡ
ଭାରି ମନୋଲୋଭା ସ୍ଵାଦ ତାର
ହାଟରୁ ବଜାର ଗାଁ ଠୁ ସହର
ସବୁଠି ମିଳେ ସେ ଭରପୁର
ଛେନାପୋଡ ଆମ ଛେନାପୋଡ
ପୁଷ୍ଟିସାର ଖାଦ୍ୟ ଛେନା ରୁ ତିଆରି
ପୌଷ୍ଟିକ ତତ୍ତ୍ୱ ରେ ଭରପୁର
ପାଟିରୁ ଛାଡେନି ସ୍ଵାଦ ତାର
ଛେନାପୋଡ ଆମ ଛେନାପୋଡ
ଧନ୍ୟ ରେ ଧନ୍ୟ ତୁ ଛେନାପୋଡ
ମିଠା ଙ୍କ ଭିତରେ ତୁ ସର୍ଦାର
ଓଡ଼ିଆ ଙ୍କ ଠାରୁ ଦେଶ ବିଦେଶରେ
ପ୍ରିୟ ମିଠା ରୂପେ ତୋ ଆଦର
ଛେନାପୋଡ ଆମ ଛେନାପୋଡ 😍😋🤗🎂✍️
ସରୋଜିନୀ ମିଶ୍ର , ଜୟଦେବ ବିହାର ଭୁବନେଶ୍ବର