ଓଡିଆ ପକ୍ଷପାଳନ ଅବସରରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ

କଳାହାଣ୍ଡି, ୯|୪(ପ୍ୟାରିଲାଲ ଦୁର୍ଗା) ଓଡିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି ନବମ ଦିନରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ନୂତନଭାବେ ଯୋଗଦେଇଥିବା ଉକ୍ତ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ଉଦଘାଟନ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବନଖଣ୍ଡ ଅଧିକାରୀ ଆର୍. କଲାଇବାନନ, ଏ ସି ଏଫ୍, ପ୍ରଭାକର ବର୍ମା,ବିଶ୍ୱବିଦ୍ୟାଳୟ ର ଡ଼ା. ବିବେଦିତା ନାଥ,ରେଜିଷ୍ଟର ଗୁଣନିଧି ନାଏକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡେପୁଟି ରେଜିଷ୍ଟର ଜୟଦେବ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଶିକ୍ଷାବିତ ଡ଼ା. ଉମେଶ ଚନ୍ଦ୍ର ଶତପଥି ପ୍ରମୁଖ ଯୋଗଦେଇ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମରେ ଖୋଲାଯାଇଥିବା ବୁକଷ୍ଟଲ ବୁଲି ଦେଖିଥିଲେ। ଜିଲ୍ଲାପାଳ ବହି ଷ୍ଟଲ୍ ବୁଲି ଦେଖି ବା ସହିତ ଷ୍ଟଲ୍ ରୁ ବହି କିଣିଥିଲେ ଏବଂ ଭାଷା ସାହିତ୍ୟ ର ଉନ୍ନତି ଓ ପ୍ରସାର ପ୍ରଚାର ପାଇଁ ସମସ୍ତେ ବହିଟିଏ କିଣି ପଢିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଶ୍ୱବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ପ୍ରମୂଖ ବୁକ ଷ୍ଟଲ୍ ରୁ ବହି କିଣିଥିଲେ। ଏହି କାର୍ଯ୍ୟକ୍ରମରେ 56 ହଜାର ଟଙ୍କା ର ବହି ବିକ୍ରୟ କରାଯାଇଥିଲା।

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page