:-ନିଜ ସ୍କୁଲର ଭିତ୍ତିପ୍ରସ୍ତର ଦେଲେ ରୁଦ୍ର -ସୂର୍ଯ୍ୟ
:-୧୮ମାସ ରେ ସରିବ ସ୍ମାଟ କ୍ଲାସ ଓ ଡିଜିଟାଲ ଲ୍ୟାବ କାମ
କାକଟପୁର :-୦୮/୦୬:-ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନିୟ ସଫଳତା ପାଇଁ ପୁରୀ ଜିଲ୍ଲା କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ଗର୍ବର ଦିନ । ଓଡିଶା ସରକାର ଙ୍କ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉନ୍ନୟନ ଯୋଜନା ରେ ଅନ୍ତର୍ଭୂକ୍ତ ହୋଇ ବିଦ୍ୟାଳୟ ଏବେ “ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ “ଭାବେ ନୂଆ ପରିଚୟ ପାଇଛି ।ଦ୍ୱିତୀୟ ପର୍ଯ୍ୟ୍ୟୟ ରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ରବିବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି। ବିଦ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନ ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ଏ ୱାନ ଛାତ୍ର ରୁଦ୍ର ନାରାୟଣ ବିଶ୍ୱାଳ ଓ ସୂର୍ଯ୍ୟ ନାରାୟଣ ଲେଙ୍କା । ଉପସ୍ଥିତ ଥିଲେ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ, ବ୍ଲକ ଅଧକ୍ଷ ଶ୍ରୀଧର ନାୟକ, ଆଲୁମିନି କମିଟି ସଭାପତି ପୀତବାସ ଦୀକ୍ଷିତି, ବରଦା ପ୍ରସାଦ, ସୁରେନ୍ଦ୍ର ନାଥ ମାଣିକ, ଶିକ୍ଷାବିତି ପ୍ରତାପ କୁମାର ରାଉତ, କାକଟପୁର ସରପଞ୍ଚ ଅଭୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।୫କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ୧୮ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଏ ନେଇ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ କହିଛନ୍ତି, ପ୍ରଧାନମନ୍ତ୍ରୀ ଙ୍କ ନୂତନ ଶିକ୍ଷାନୀତି -୨୦୨୦ ଓ ଯୋଜନା ମାଧ୍ୟ୍ୟମରେ ସମ୍ପୂର୍ଣ୍ଣ ରୂପାନ୍ତରଣ ହେବ। ଯୋଜନା ଅନୁଯାୟୀ ସ୍ମାଟ କ୍ଲାସ ରୁମ୍, ପ୍ରତ୍ୟେକ ଶ୍ରେଣୀ ରେ ଡିଜିଟାଲ ବୋର୍ଡ, ଇ-ଲର୍ଣ୍ଣି ସୁବିଧା, ଆଧୁନିକ ଲ୍ୟାବ, ୫ହଜାର ରୁ ଅଧିକ ପୁସ୍ତକ ସହ ଡିଜିଟାଲ ରିଡିଂ ରୁମ୍ । ନୂଆ ଶ୍ରେଣୀ ଗୃହ, ମଧ୍ୟାହ୍ନ ଭୋଜନ ସେଡର ଆଧୁନିକରଣ ହେବ ସହ ଅନେକ ଉର୍ନତି ହେବ। ଏ ୱାନ ଛାତ୍ର ରୁଦ୍ର ଓ ସୂର୍ଯ୍ୟ କହିଛନ୍ତି ‘ଆମ ସ୍କୁଲ ଆଦର୍ଶ ବିଦ୍ୟାଳୟ ହେଲା, ଆମେ ହିଁ ଭିତ୍ତିପ୍ରସ୍ତର ଦେଲୁ । ଏହା ଆମ ପାଇଁ ସବୁଠୁ ବଡ଼ ଉପହାର। ବିଦ୍ୟାଳୟ ଅନ୍ୟ ଜଣେ ଛାତ୍ର କହିଛନ୍ତି “ଲ୍ୟାବ ହେଲେ ଆମେ ବହି ବାହାରେ ବି ପରୀକ୍ଷଣ କରି ବିଜ୍ଞାନ ଶିଖି ପାରିବୁ ।ଖୁସିର ମୁହୂର୍ତ୍ତ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର, ଛାତ୍ରୀ, ପୂର୍ବତନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।