ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ସି.ଏ. ରମେଶ କେଜ୍ରିୱାଲ ଙ୍କୁ ସମ୍ଭର୍ଦ୍ଧନା

ବାଲିଅନ୍ତା, ୩|୭(ଗୋବର୍ଦ୍ଧନ ଦାସ):ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନୀଜୀବୀ ସି.ଏ. ରମେଶ କେଜ୍ରିୱାଲ ଓ ସିଏ ଦେବାଶିଷ ମିଶ୍ର ଙ୍କୁ ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ରୋଟାରି କ୍ଳବ ତରଫରୁ ଡିଜି ଶ୍ରୀ ଅନିଲ କୁମାର ସାମଲ (IAS) ଓ ଫାଷ୍ଟ ଲେଡି ସୁବ୍ରତା ସାମଲ ସମ୍ଭର୍ଦ୍ଧନା କରିଛନ୍ତି. ସି ଏ କେଜ୍ରିୱାଲ ଜଣେ ବରିଷ୍ଟ ଅର୍ଥନୀତିଜ୍ଞ ଓ କର ସେବା କ୍ଷେତ୍ର ରେ ତାଙ୍କର ଓଡିଶା ତଥା ଭାରତ ପାଇଁ ଅବଦାନ ଅତୁଳନୀୟ, ବିଭିନ୍ନ ସମୟ ରେ ସେ ଅର୍ଥ ପରାମର୍ଶ ଦାତା ମଧ୍ୟ ରହିଛନ୍ତି, ସମାଜ ସେବା କ୍ଷେତ୍ର ରେ ତାଙ୍କର ବଳିଷ୍ଠ ଉଦ୍ୟମ ରହିଛି. ସେ ବିଭିନ୍ନ ପରୋପକାର କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବା ସହ ହିସାବ ରଖିବା କ୍ଷେତ୍ର ରେ, ଆଇନୀ ସେବା କ୍ଷେତ୍ର ରେ ନିଜ କୁ ନିୟୋଜିତ କରିବା ସହ ସାଧାରଣ ଲୋକଙ୍କ ଅଧିକାର କୁ ସାବ୍ୟସ୍ତ କରିବା ଦିଗ ରେ ବହୁତ ପଦକ୍ଷେପ ନେଇଛନ୍ତି. ଉକ୍ତ ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ବିଭୁତି ଭୂଷଣ କର, ଆଇନିଜିବି ପ୍ରଶାନ୍ତ କୁମାର ସାହୁ, ଡାକ୍ତର ଶରତଚନ୍ଦ୍ର ପାଢ଼ୀ, ଡାକ୍ତର ସ୍ମିତା ପାଢ଼ୀ, ସଞ୍ଜୟ ଚୌଧୁରୀ, ଆଶିଷ ପରିଡା (ସଭାପତି ରୋଟାରୀ କ୍ଳବ ଭୁବନେଶ୍ୱର ରୟାଲ), ଦୀପକ ସେଇଘଲ, ପ୍ରମୁଖ ଉପସ୍ଥିତ ଥିଲେ. ଏହି ସମ୍ବର୍ଦ୍ଧନା ଉତ୍ସବ ପରେ ଶ୍ରୀ କେଜ୍ରିୱାଲ ଙ୍କ ପାଖକୁ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଏବଂ ରାଜଧାନୀ ର ବୁଦ୍ଧିଜୀବୀ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି.

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page