ଚିଲିକା,୯।୪:ଆହ୍ଵାନ ଥିଏଟର୍, ଯାଜପୁର ଦ୍ୱାରା ଆୟୋଜିତ ଦଶମ ଜାତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାରେ ଚିଲିକା ଅଂଚଳର ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ ପଲ୍ଲବୀ ନାଟ୍ୟ କଳା ପରିଷଦ, ମଠପୁର ଦ୍ୱାରା ପରିବେଷିତ ଅଶୋକ କୁମାର ପ୍ରଧାନଙ୍କ ରଚିତ ଓ ପୃଥ୍ୱୀଧର ପ୍ରଧାନଙ୍କ ନିର୍ଦ୍ଧେଶିତ ଶିଶୁ ନାଟକ “ଅନ୍ଧଭକ୍ତି” କୁ ତୃତୀୟ ଶ୍ରେଷ୍ଠ ନାଟକ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଏହି ନାଟକ ରେ ଅଭିନୟ କରିଥିବା ଶିଶୁ ଅଭିନେତ୍ରୀ ପରୀ ବେହେରାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ସୋନାକ୍ଷୀ ବେହେରାଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଅନିଶ କୁମାର ପ୍ରଧାନଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ କରାଯାଇଛି । ସେହିପରି ବିଭିନ୍ନ ଏକକ ନୃତ୍ୟ ପ୍ରତିଯୋଗିତାରେ ଏହି ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ଆଦ୍ୟାଶା ସାହୁ, ଆକାଂକ୍ଷା ମହାପାତ୍ର, ରୋଶନି ଘଡେଇ,ରନିତା ସାହୁ, ସୁଚିସ୍ମିତା ଦାସ, ହିମାଦ୍ରୀ ତନୟା ପ୍ରଧାନ, ଆଦର୍ଶୀ ଦାସ, ଲିକିନା ଗୁରୁ ଏବଂ ସ୍ନେହା ପ୍ରିୟଦର୍ଶିନୀ ମଧ୍ୟ ଜାତୀୟ ପୁରସ୍କାର ଲାଭ କରିଛନ୍ତି । ଚାରି ଦିବସ ବ୍ୟାପୀ ଏହି ନାଟ୍ୟ ଓ ନୃତ୍ୟ ଉତ୍ସବ ର ଉଦଯାପନୀ ଦିବସରେ ଅନୁଷ୍ଠାନର ସମ୍ପାଦକ ବିଶ୍ୱଜିତ ସାହୁ, ଉପଦେଷ୍ଠା ସନ୍ତୋଷ କୁମାର ନନ୍ଦ, ବିଚାରପତି ଶିବଲାଲ ସାଗର ପ୍ରମୁଖ ମାନ୍ୟଗଣ୍ୟ ଅତିଥି ମାନଙ୍କ ହାତରୁ ଏହି ପୁରସ୍କାର ପଲ୍ଲବୀ ନାଟ୍ୟ କଳା ପରିଷଦ ର ସମ୍ପାଦକ ଅଶୋକ କୁମାର ପ୍ରଧାନ ଏବଂ ଉପଦେଷ୍ଟା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି