ନିଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ବାର୍ଷିକ ବୈଠକ ଅନୁଷ୍ଠିତ

ବାଲିଅନ୍ତା,୧0|୪():ଭୁବନେଶ୍ୱର ସ୍ଥିତ ନିଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ବାର୍ଷିକ ବୈଠକ ଆଜି ଶ୍ରୀରାମନଗର ସ୍ଥିତ ରୁଚିକା ସମାଜ ମଙ୍ଗଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଗୌରାଙ୍ଗ ଚରଣ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ବରିଷ୍ଠ ନାଗରୀକ ମଞ୍ଚର ସମ୍ପାଦକ ଡ଼. ଯୁଗଳ କିଶୋର ସାହୁ ଯୋଗଦେଇ ବରିଷ୍ଠ ନାଗରୀକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାର ଆଶୁ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବେ ବୋଲି ପ୍ରତିଶୃତି ଦେଇଥିଲେ l ହୃଦରୋଗ ବିଶେଷଜ୍ଞ ଡ଼ା. ବେରୀଆନ ସ୍ୱାଇଁ ବରିଷ୍ଠ ନାଗରୀକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ କେତେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ l ସମ୍ପାଦକ ରମାଶଙ୍କର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଯୁଗ୍ମ ସମ୍ପାଦକ ବିଷ୍ଣୁଚରଣ ପତି ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ଲିଙ୍ଗିପୁର, ଶିଶୁପାଳଗଡ଼ ସମେତ ଆଖପାଖ କଲୋନୀର ସଦସ୍ୟ ଯୋଗଦେଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page