ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ

ଭୁବନ: ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ୍ କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିବା ଦେଖାଯାଇଥିଲା। ଏହି ଉତ୍ସବ ଅନୁଷ୍ଠିତ ହେବା ପ୍ରାରମ୍ଭରୁ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବରେ ସଭାପତିତ୍ୱ କରିଥିଲେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରା, ମୁଖ୍ୟବକ୍ତା ସୁବ୍ରତ ବିଶ୍ୱାଳ, ମୁଖ୍ୟ ଅତିଥି ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ସମାଜସେବୀ ତଥା ସାମ୍ବାଦିକ ବିମଳ କୁମାର ରଣା, ସମ୍ମାନୀୟ ଅତିଥି ସ୍କୁଲ୍ କମିଟିର ଭାଇସ ଚେୟାରମ୍ୟାନ କୁନୀତା

ନାଏକ, ସତ୍ୟବାଦୀ ରଣା, ଶିକ୍ଷକ ପ୍ରତାପ ସାହୁ, ଛବିଳ ପରିଡ଼ା, ଶିକ୍ଷୟିତ୍ରୀ ଅର୍ପିତା ବେହେରା, ମାମିନା ରାଉତ, କବିତା ପୃଷ୍ଟି ପ୍ରମୁଖ। ଏହା ପରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ୍

ଧୁମଧାମରେ ଉତ୍ସବକୁ ଆୟୋଜନ କରାଯାଇଥିଲା ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରା ପ୍ରକାଶ କରିଛନ୍ତି। ପ୍ରତ୍ୟେକ ବିଦ୍ୟାଳୟରେ ଏହିଭଳି ପ୍ରତିଯୋଗିତା ଆୟୋଜନ ହେଲେ ଛାତ୍ରଛାତ୍ରୀମାନଙ୍କ ମାନସିକ ଏବଂ ବୌଦ୍ଧିକ ଶକ୍ତିର ବିକାଶ ହେବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା।

ରିପୋର୍ଟ- ବିମଳ କୁମାର ରଣା, ଉତ୍‌କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page