ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ

ବାଲିଅନ୍ତା,୪|୪:ଆଜି ଠାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ l ସରକାରଙ୍କ ଶିକ୍ଷାନୀତି ଅନୁସାରେ ଆଜି ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ଆଜି ବାଲିଅନ୍ତା ବ୍ଲକରେ ଉଭୟ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି l ବାଳକାଟି ଅଞ୍ଚଳର ସର୍ବପୁରାତ୍ତନ ବିଦ୍ୟାଳୟ ପିଜିଏନ ପବ୍ଲିକ ସ୍କୁଲ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ, ଦୀପ ପ୍ରଦାନ କରି ସ୍ୱାଗତ କରିଥିଲେ l ପରେ ପରେ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସିଲଟ, ଖଡ଼ି ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଖଡ଼ି ଛୁଆଁଇ ନୂତନ ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମ ଅନୁକୂଳ କରିଥିଲେ l ଶେଷରେ ପିଲାମାନଙ୍କୁ ଚକଲେଟ ବାଣ୍ଟିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଭାଗ୍ୟଧର ନନ୍ଦୀ, ଅଧ୍ୟକ୍ଷ ତପନ କୁମାର ବେହେରା, ଭଗବାନ ବେହେରା ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଭଲପାଠ ପଢି ବିଦ୍ୟାଳୟ ଏବଂ ଅଞ୍ଚଳର ନାମ ରଖିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ବିଜୁ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ, ଜାମୁତୋଟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିବେକାନନ୍ଦ ବିଦ୍ୟାଳୟ ଆଦି ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page