ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ I

ଚିଲିକା,୭।୫: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଇଂ କର୍ପୂର ସାହୁ,ଅତିରିକ୍ତ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମନାଭ ବେହେରା ବରେଣ୍ୟ ଅତିଥିଭାବେ ଯୋଗଦେଇଥିଲେ l ସମ୍ମାନିତ ଅତିଥିଭାବେ ବଡକୁମାରୀ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବୋଲଗଡ ୨୫ନଂ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇଥିଲେ l ବୋଲଗଡ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କୈଳାସ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ l

ଏ ବି. ଇ. ଓ ଅମିତା ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ l ନିରଞ୍ଜନ ନାୟକ ଓ ବୋଲଗଡ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା, ଚତୃଭୂଜ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ପୁର ର ପ୍ରଧାନଶିକ୍ଷୟତ୍ରୀ ସୈବlଳିକ ମଲ୍ଲିକ, କାହ୍ନୁ ଚରଣ ବିଦ୍ୟାପୀଠ କଳlଙ୍ଗର ପ୍ରଧାନ ଶିକ୍ଷକ ଯୋଚିନ୍ଦ୍ରଦାସ , ଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଦେଈ, ସରକାରୀ ଉଚ୍ଚ ବିଦ୍ୟାଳୟ ବୋଲଗଡର ବରିଷ୍ଠ ଶିକ୍ଷୟତ୍ରୀ ମୀରା ମଞ୍ଜରୀ ସାହୁ, , ବୋଲଗଡ ଶୈକ୍ଷିକ ଉନ୍ନୟନ ପରିଷଦର କୋଷାଧ୍ୟକ୍ଷ ଲୋକନାଥ ସାହୁ, ବୋଲଗଡ ଶୈକ୍ଷିକ ଉନ୍ନୟନ ପରିଷଦର ମିଡିଆ ସଂଯୋଜକ ଭିକାରୀ ପୃଷ୍ଟି,ସିଆରସି ବିପିନ୍ କୁମାର ସ୍ବାଇଁ, ହୃଷିକେଶ ନାୟକ, ବିଭୁପ୍ରସାଦ ମହାପାତ୍ର ଓ ମହମ୍ମଦ ମୁସ୍ତାଫ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ l ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ କର୍ମଚାରୀ ବିଭୁ ରଞ୍ଜନ ରଥ, ବବ୍ରୁ ବlହାନ ବେହେରା, ସଞ୍ଜୟ କୁମାର ମନ୍ତ୍ରୀ, ଅଜୟ କୁମାର ବଳିୟାର ସିଂହ, ସଞ୍ଜୟ କୁମାର ଦଳାଇ, ଚିନ୍ତାମଣି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

ଶ୍ରୀରାମ ଆଶିଷ ସାହୁ ଓ ବେଣୁଧର ପରିଡ଼ା ସଭା ଆୟୋଜନରେ ସହଯୋଗ କରିଥିଲେ l ପରିଶେଷରେ ବୋଲଗଡ ବ୍ଲକର ସାତ ଜଣ ଏ ୧ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରlରଣି ଦ୍ୱାରି, ସରକାରୀ ଉଚ୍ଚ ବିଦ୍ୟାଳୟ ବୋଲଗଡର ଛାତ୍ରୀ ପ୍ରଜ୍ଞା ପରିମିତl ପ୍ରଧାନ, ଚତ୍ରୁଭୂଜ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ପୁରର ଛାତ୍ରୀ ଭବସ୍ମିତl ମଙ୍ଗରାଜ,ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଆରିକିମାର ଛାତ୍ର ଜିତନ ମହାରଣା ଦେବଗୁରୁ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସ୍ମୃତିସ୍ମିତା ଗଣ୍ଠିଆ , ଓମ୍ ନାରାୟଣ ପ୍ରଧାନ, ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ଟାଙ୍ଗୀ ସାହିର ଛାତ୍ର ଚିନ୍ମୟ କୁମାର ପରିଡ଼ା ପ୍ରମୁଖ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ, ଉତ୍ତରୀୟ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଶତକଡା ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଙ୍ଗ ବସ୍ତ୍ର ଦେଇ ସମ୍ମାନିତ କରିଥିଲେ l ପରିଶେଷରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବୋଲଗଡର ବରିଷ୍ଠ ସହାୟକ ଶେଖ୍ ମୁନିର ଧନ୍ୟବାଦ ଅର୍ପଣ କରିଥିଲେ l

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page