ଚିଲିକା, eel ୭: କବି କେବେ ମରେ ନାହିଁ, ଚିରକାଳ ଜିଇଁ ରହିଥାଏ ।ତାର ସାହିତ୍ୟରେ , ତାର ସୃଷ୍ଟି କାବ୍ୟ କବିତାରେ ।ଓଡ଼ିଆ ଭାଷାସାହିତ୍ୟରେ ନିଜର ପ୍ରଚ଼ଣ୍ଡ ବାଗ୍ମିତା, ପ୍ରଗଳ୍ଭ… ବକ୍ତୃତା , ବାଣପୁରଐତିହ୍ୟର ବିଚକ୍ଷଣ ଗବେଷଣା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ବିଶିଷ୍ଟ ଶିକ୍ଷାବିତ, ବାଣପୁରସ୍ଥ ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା କବି ସ୍ଵର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ବିଶିଷ୍ଠ ବ୍ୟକ୍ତିମାନେ ତାଙ୍କ ସ୍ମୃତି ପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜ ନିଜର ବାକ୍ତବ୍ୟ ରଖିଥିଲେ । ବାଣପୁରର ଐତିହାସିକ ପଲଟଣ ପଡ଼ିଆର ସହୀଦ କୃତିବାସ ଭବନରେ ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ମୃତି ସଭାରେ ଚ଼ିଲିକାର ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ, ସାହିତ୍ୟିକ ତଥା ସମାଜ ସେବୀ ଦୁଷ୍ମନ୍ତ ହରିଚନ୍ଦନ, ଖୋରଧା ଜିଲ୍ଲା ପରିଷଦର ଉପାଧକ୍ଷ ଗୋପୀନାଥ ମହାରଣା, କବିକୃଷ୍ଣଚନ୍ଦ୍ରପାଠାଗାରର ପ୍ରମୁଖ ଡ଼ଃ ଚ଼ାନ୍ଦ କିଶୋର ତ୍ରିପାଠୀ , କବି ପୁରୁଷୋତ୍ତମ ମହାପାତ୍ର, ପଞ୍ଚୁଦୋଳଯାତ୍ରା କମିଟିର ସଂପାଦକ ମାଧବଚନ୍ଦ୍ର ବାରିକୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ଶିକ୍ଷାବିତ ଶିଶିର କୁମାର ଦାସ୍, ନାଟ୍ୟ ନିର୍ଦ୍ଦେଶକ ମହେଶ୍ୱର ଜେନା, ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସେନାପତି, ବିଭୂତି ଭୂଷଣ ନନ୍ଦ, ମଧୁସୂଦନ ନନ୍ଦ, ରାଜେନ୍ଦ୍ର ପ୍ରସାଦ ରଥ, ଶିବନାରାୟଣ ପଣ୍ଡା,ଶଶିଭୂଷଣ ବରାଳ ,ଇଁ ବିଭୁନ୍ଦେନ୍ଧୁ ଭୋଳ ,ଅଧ୍ୟାପକ ରାଜକିଶୋର ସାହୁ, ଶରତ କୁମାର ସ୍ୱାଇଁ, ପାଠାଗାରିକ ଲଲାଟେନ୍ଦୁ ଭୋଳ ,ସଂଧ୍ୟାଦେବୀ , ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ, ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରା, ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି,ଡ଼ଃ କୈଳାସ ମହାରଣା, କବି ରଙ୍କ ନାଥ ସେଠୀ, ଲୋକନାଥ ପ୍ରଧାନ, ବାମନଚରଣ ଦାସ, ପ୍ରଭାତ କୁମାର ବେହେରା, ବ୍ରଜ କିଶୋର ଜେନା,ନନ୍ଦ କିଶୋର ବାରିକଙ୍କପରି ସ୍ଥାନୀୟ ଅଞ୍ଚଳରବହୁ ବିଶିଷ୍ଟ ଶିକ୍ଷାବିତ୍ ସାରସ୍ଵତ ସାଧକ, କଳାକାର, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ପତ୍ରକାର , ବିଜ୍ଞପ୍ରାଜ୍ଞ ବ୍ୟକ୍ତିବିଶେଷ ଓପରିବାର ବର୍ଗ ଯୋଗ ଦେଇ ତାଙ୍କ ଆତ୍ମାର ସଦଗତି କାମନା କରି ଇଶ୍ୱରଙ୍କ ନିକଟରେ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କ ସ୍ମୃତିକୁ ନେଇ ପ୍ରସ୍ତୁତ ଦ୍ଵାଦଶାହ ସ୍ମରଣିକା “ସ୍କୃତିର ଶେଫାଳୀ” ଉନ୍ମୋଚିତ ଲୋକାର୍ପିତ ହୋଇଥିଲା । କନ୍ୟା ଏସ୍ ମନୀଷା ମୌସୁମୀ ଏସ୍ ବର୍ଷା ବିଥିକା ଏହାକୁ ପରିଚାଳନା କରିଥିବା ବେଳେ ଯାମାତା ନିରଞ୍ଜନ ସାହୁ ଓ ଦେବା ଶୀଷ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ପରିଶେଷରେ ମହାପ୍ରସାଦ ସେବନରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି