ସୁଦର୍ଶନ ଦାରୁପୀଠରେ ରଥାଯାତ୍ରା ଓ ମନ୍ଦିରର ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀ ।

ବାଲିଅନ୍ତା ୧୧/୦୭ :- ବାଲିଅନ୍ତା ବ୍ଲକ ଗଡ କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦାରୁ ପୀଠରେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସଫଳତାର ସହ ପାଳନ ଏବଂ ସୁଦର୍ଶନ ଦାରୁପୀଠର ବିକାଶ ନେଇ ଆଲୋଚନା କରିବା ପାଇଁ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ଆସନ୍ତା ୧୬ ତାରିଖରୁ ସୁଦର୍ଶନ ଦାରୁପୀଠ, ଗଡକଣ୍ଟୁଣିଆଠାରେ ଆରମ୍ଭ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉତ୍ସବର ପ୍ରସ୍ତୁତି, ନିରାପତ୍ତା ବ୍ୟବସ୍ଥା, ଭକ୍ତଙ୍କ ପାଇଁ ସୁବିଧା ଓ ମନ୍ଦିର ପରିସର ବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଅନୁଷ୍ଠାନର ଆଜୀଵନ ନ୍ୟାସୀ ଅଶୋକ କୁମାର ସାହୁ ଯୋଗ ଦେଇ ମହାପ୍ରଭୁଙ୍କ ରଥାଯାତ୍ରାକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଦମକଳ ବାହିନୀ, ପୁଲିସ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଆଦି ପ୍ରଶାସନଙ୍କ ସହଯୋଗ ରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁ ଙ୍କ ଅଧିକ ଭିଡ ଲାଗି ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷଗୁରୁତ୍ୱ ଦିଆଯିବ।ସେହିପରି ଦାରୁପୀଠର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯିବ। ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ସମୟରେ ଶ୍ରୀ ମନ୍ଦିରରେ ପାଳିତ ସମସ୍ତ ନୀତି କନ୍ତିକୁ ଅନୁସରଣ କରି ଉକ୍ତ ପୀଠରେ ପାଳନ ନେଇ ସୂଚନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଚକ୍ରଧର ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର, ସତୀଶ ମିଶ୍ର, ବେଣୁଧର ଭୋଇ,ଦିନବନ୍ଧୁ ଭୋଇ, ଲକ୍ଷ୍ମଣ ଜେନା, ପ୍ରିୟବ୍ରତ ପାତ୍ର, ଉମାକାନ୍ତ ବେହେରା, ସହଦେବ ସ୍ୱାଇଁ ଓ ତରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳବସୀ ଙ୍କ ସହଯୋଗ କାମନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page