ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ପଂଚାୟତର ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରା ଓ ସିଆରସିସି ମଣିବ୍ରତ ଦାସ ଅଧ୍ୟକ୍ଷତାରେ ୧୫ଜଣ କମିଟି ମେମ୍ବରଙ୍କୁ ନେଇ ଚେୟାରମ୍ୟାନ ଓ ଭାଇସ୍ ଚେୟାରମ୍ୟାନ ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସମାଜସେବୀ ବିମଳ କୁମାର ରଣା ପରିଚାଳନା କମିଟି ଅଧ୍ୟକ୍ଷ ଓ ଆନି ସେନାପତି ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ସଦସ୍ୟମାନେ ହେଲେ ଅଶେଷ କୁମାର ରଣା, କବୀର ପାତ୍ର, କାଳନ୍ଦି ନାଏକ, ରତ୍ନାକର ନାଏକ , କୈଳାସ ବେହେରା, ତିଆରି ନାଏକ, ଉକôଳ ଷଣ୍ଢ, ଶାନ୍ତିଲତା ପାତ୍ର, କୁନୀତା ବେହେରା, ସସ୍ମିତା ଷଣ୍ଢ, ପ୍ରଭାତି ଦେହୁରୀ, ଜୟନ୍ତି ରଣା ଓ ସଂଗୀତା ରାଉଳ ଉପସ୍ଥିତ ରହିଥିଲେ ।
