ରାଜଧାନୀରେ ଖୋଲିଲା ଷ୍ଟିଲକୋ ଫର୍ଣ୍ଣିଚର ସୋରୁମ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି ସବୁଠାରୁ ନିର୍ଭରଯୋଗ୍ୟ ଓ ବିଳାସପୂର୍ଣ୍ଣ ଫର୍ନିଚର ସୋ’ ରୁମ୍ ‘ଷ୍ଟିଲକୋ ଫର୍ନିଚର’ ଏବେ ଏହାର ପ୍ରମୁଖ ଫର୍ନିଚର ଷ୍ଟୋର । ରାଜଧାନୀବାସୀଙ୍କ ଚାହିଦା ମୁତାବକ ସମସ୍ତ ପ୍ରକାର ନୂତନ ଡିଜାଇନ୍କୁ ସଂଗ୍ରହ କରି ଗୋଟିଏ ସ୍ଥାନରେ ବିକି୍ର କରିବାକୁ ଲକ୍ଷ୍ୟ ରଖି ଆରମ୍ଭ ହୋଇଛି ଏହି ଷ୍ଟିଲକୋ

ଫର୍ଣ୍ଣିଚର ସୋରୁମ୍ । ଉଦ୍‌ଘାଟନୀ ଉତ୍ସବରେ ଓଲିଉଡ଼ ଅଭିନେତ୍ରୀ ଶିବାନୀ ସଙ୍ଗୀତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ମିସେସ୍ ଗ୍ଲାମରସ୍, ମିସେସ୍ ଇଣ୍ଡିଆ ଏମ୍ପ୍ରେସ୍ ଅଫ ଦ ନେସନ୍ ୨୦୨୬ର ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ହନି ଏସ୍‌ ସିଂ ଯୋଗଦେଇଥିଲେl ତାଙ୍କ ସହିତ ଭାରତ ଟ୍ରେଡିଂ କମ୍ପାନିର ମ୍ୟାନେଜିଂ ଡାଇରେକ୍ଟର ଷ୍ଟିଲକୋ ରିଶି ବଜାଜ, ଡାଇରେକ୍ଟର ବିନାୟକ ଅଗ୍ରୱାଲ, ହରି ଗ୍ରୁପର ମାଲିକ ସଂଗ୍ରାମ ଦାସ, ଏ.ଏମ .ଏସ.ବି ଇନ୍ଫ୍ରା ବିଲଡର ଆଶୀଷ ମହାନ୍ତି, ଆରିଷ୍ଟ୍ରୋ ଉୟରର ମାଲିକ ବି କେ.ସାହୁ, ରାଜୀବ ଲୋଚନ ପାଢ଼ୀ (ଓସେନୋଭା ଏକ୍ସପୋର୍ଟ୍ସର ସି.ଓ.ଓ), କର୍ଣ୍ଣେଲ ସୁମିତା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ନୂତନ ଭାବେ ତଥା ଅତ୍ୟାଧୁନିକ ଡିଜାଇନ୍ ର ଫର୍ଣ୍ଣିଚର ଆଇଟମ୍ ଉପଲବ୍ଧ ହେବା ସହ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଏବଂ ଉପଯୁକ୍ତ ମାନର ଫର୍ଣ୍ଣିଚର ଉପଲବ୍ଧ କରାଯାଇଛି । ଯାହାକି ଅନ୍ୟ ଠାରୁ ସଂପୂର୍ଣ୍ଣ ଭିନ୍ନ । ତେବେ ଏହି ଫର୍ଣ୍ଣିଚର ସୋରୁମ୍ ର ଉଦ୍ଘାଟନୀ ଅବସରରେ ଏହାର ଆମ୍ବାସଡର ଭାବେ ଚୁଲବୁଲି ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଂଗୀତା ଉପସ୍ଥିତ ରହିବା ସହ ଏହି ଫର୍ଣ୍ଣିଚର ସୋରୁମ୍ ବିଷୟରେ ଗ୍ରାହକଙ୍କୁ ନିଶ୍ଚୟ ଥରେ ଆସନ୍ତୁ ବୋଲି ମଧ୍ୟ କହିଥିଲେ । ବିଶେଷ ଭାବରେ ଅବସରପ୍ରାପ୍ତ ଭାରତୀୟ ପ୍ରତିରକ୍ଷା ବାହିନୀମାନଙ୍କ ପାଇଁ ସ୍ୱତନ୍ତ୍ର ରିହାତି ରହିଛିl ଗ୍ରାହକଙ୍କ ମନଲାଖି ଡିଜାଇନ୍ ଅନୁସାରେ କଷ୍ଟମାଇଜେସନ୍ ମଧ୍ୟ କରାଯାଉଛି। ତେବେ ଷ୍ଟିଲକୋ ଫର୍ଣ୍ଣିଚର ଅନ୍ୟ ଫର୍ନିଚର ସୋ’ ରୁମ୍ ଠୁ ସ୍ୱତନ୍ତ୍ର ବୋଲି ଏହାର ମାଲିକ ଭରତ ମେହେତା ଏବଂ ଅବସରପ୍ରାପ୍ତ ବ୍ରିଗେଡ଼ିଅର ଅଜୟ ଦାସ ମତ ଦେଇଛନ୍ତି। ପ୍ରତ୍ୟେକ ଫର୍ନିଚର ଉପରେ ସ୍ୱତନ୍ତ୍ର ରିହାତି ସହିତ ବଜାଜ ଫାଇନାନ୍ସ ମାଧ୍ୟମରେ ସହଜ କିସ୍ତିରେ ଋଣ ମଧ୍ୟ ଉପଲବ୍ଧ ମଧ୍ୟ କହିଛନ୍ତି ।

Report: Priyabrat Barik, Utkalbulletin

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page