ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍ସ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

​ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍କୁଲ ଗେମ୍ସ ଟାଇକୋଣ୍ଡୋ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପି.ପି. ଏକାଡେମୀ ହାଇସ୍କୁଲ କନଫରେନ୍ସ ହଲ୍‌ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ​ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା ବେହେରା ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ପାତ୍ର, ପି.ପି. ଏକାଡେମୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ୟୁତିରଞ୍ଜନ ମହାଲିଙ୍ଗ ଏବଂ ବଲାଙ୍ଗୀର ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ଅସୀମ କୁମାର ଭୋଇ ମଞ୍ଚାସୀନ ଥିଲେ। ​ଏହି ପ୍ରତିଯୋଗିତାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟରୁ ଶତାଧିକ ବାଳକ ଓ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଭୟ ଅଣ୍ଡର୍ ୧୪ ଓ ଅଣ୍ଡର୍ ୧୭ ବର୍ଷ ବାଳକ ଓ ବାଳିକା ବର୍ଗରେ କ୍ୟୁଋଗୀ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାତୀୟ ସ୍ତରୀୟ ରେଫରୀ ତଥା ଟାଇକୋଣ୍ଡୋ କୋଚ୍ ଅସୀମ କୁମାର ଭୋଇ ସମସ୍ତ ମ୍ୟାଚ୍‌କୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଆସନ୍ତା ୨୧ ଋ ୨୪ ତାରିଖ ପର୍ୟ୍ୟନ୍ତ କେନ୍ଦୁଝର ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାଋ ୧୬ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବେ ବୋଲି ବଲାଙ୍ଗିର ଶିକ୍ଷା ବିଭାଗ ତରଫରୁ ସୁଚନା ଦିଆ ଯାଇଛି କ୍ଷ ଏହି ଅବସରେ ଅନୁଷ୍ଠିତ ସଭାକୁ ପୀ.ଇ.ଟୀ. ହେମନ୍ତ ପ୍ରଧାନ ପରିଚାଳନା କରିଥିବା ବେଳେ ରଂଜିତା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ I କାର୍ୟ୍ୟକ୍ରମକୁ ସଫଳ କରିବାରେ ଶିକ୍ଷା ବିଭାଗ ତରଫରୁ ନିୟୋଜିତ ସମସ୍ତ ଅଫିସିଆଲ୍‌ସ, ପି.ଇ.ଟି., ପୀ ଇ ଆଈ, ଶିକ୍ଷକ, ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page