ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ

ଭୁବନ: (Bimal Kumar Rana) ଭୁୁବନ୍ ବ୍ଲକ୍ତ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗୋସେବା କାର୍ଯ୍ୟକ୍ରମ । ପବିତ୍ର ଦୁର୍ଗା ପୂଜା ଅବସରରେ ସାମାଜିକ ଅନୁଷ୍ଠାନ ଉକôଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ଗୋମାତାଙ୍କୁ ସେବା କାର୍ଯ୍ୟ କରାଯାଇଛି । ଏଥିରେ ଗୋମାତାଙ୍କୁ ଚନ୍ଦନ ଓ ସିନ୍ଦୁର ଲଗାଯିବା ପରେ କଦଳୀ ଏବଂ ଘାସ ଖାଇବାକୁ ଦିଆଯାଇଥିଲା । ଏହି ସେବା କାର୍ଯ୍ୟରେ ଉକôଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ସାମ୍ବାଦିକ ବିମଳ କୁମାର ରଣା,

ଭାଗବତ ସେଠୀ, ରଂଜନ କୁମାର ସେଠୀ, ବିକ୍ରମ ରଣା, କୈଳାସ ବେହେରା, ଶ୍ରୀଜିତ୍ ସେନାପତି, ସୌଭାଗ୍ୟ ସେନାପତି ଓ ରଂଜିତ୍ ସାହୁ ଯୋଗଦେଇଥିଲେ । ଗୋମାତାଙ୍କ ସେବା ୩୩ କୋଟି ଦେବାଦେବୀଙ୍କ ସେବା ବୋଲି ଉକôଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ସଂଯୋଜକ ତଥା ସାମ୍ବାଦିକ ବିମଳ କୁମାର ରଣା ପ୍ରକାଶ କରିଛନ୍ତି । ଆଗକୁ ଏପରି ସେବା କାର୍ଯ୍ୟ ତଥା ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା ପ୍ରକାଶ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page