ଖୋର୍ଦ୍ଧା ତା 02/11/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପୁଜ୍ୟପୂଜା ସଂସ୍କୃତି ପ୍ରାଣ, ବରିଷ୍ଠ ସମାଜସେବୀକା ସ୍ବର୍ଗତା ରଜନୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ନିଜଜନ୍ମ ମାଟି ବରୁଣପଡା ଠାରେ ତାଙ୍କ ପ୍ରତିମୂର୍ତ୍ତି ଓ ସାରସ୍ୱତ ସାଧକ, ଭାଷାପ୍ରାଣ ତଥା ଓଡିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ, ଶିକ୍ଷାବିତ, ସମାଜସେବି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳଙ୍କ ପିତାମାତା ଦୁଇ ସାରସ୍ୱତ ପ୍ରତିଭାଙ୍କ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ୱାରା ସ୍ମୃତି ଚାରଣ ସଭା ପୁସ୍ତକ “ସ୍ମୃତି ମୁକୁଟେ ମସ୍ତକ ମଣ୍ଡିତେ “ଶୁଭ ଉନ୍ମୋଚିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ତଥା ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ପଶ୍ଚିମାଞ୍ଚଳ ରାଜସ୍ବ ଆଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଓଡିଶାର ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶିକ୍ଷାବିତ ସୀତାବଲ୍ଳଭ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହେବା ସହିତ ପୁଜ୍ୟପୂଜା, ମାନବବାଦ, ସମାଜସେବାକୁ ବ୍ୟାପକ ପ୍ରଚାର ପ୍ରସାର କରାଇବା ସହିତ ନୀତିନିଷ୍ଠ, ସରଳ ବ୍ୟକ୍ତିତ୍ୱର ଅଧିକାରୀ ଦୁଇ ବିଶ୍ୱାଳ ଦମ୍ପତି ଜଳଧର ବିଶ୍ୱାଳ ଓ ରଜନୀ ବିଶ୍ୱାଳ ଥିଲେ ବୋଲି ଅତିଥି ମାନେ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ l

ପ୍ରାରମ୍ଭରେରେ ନାମ ସଂକୀର୍ତନ, ଭଜନ ପରିବେଷଣ କରାଯାଇଥିଲା l ଉଦଘାଟକ ଭାବେ ଶ୍ରୀଯୁକ୍ତ ମହାପାତ୍ର ପିତା, ମାତା, ନିଜ ମା,ମାଟି, ମାତୃଭାଷା ପାଇଁ ସମସ୍ତେ ଅନୁରୋକ୍ତ ହେବା ସହିତ ପିତା ମାତାଙ୍କ ସେବା ଯତ୍ନ କରିବା, ମାତୃଭାଷା ପାଇଁ କାର୍ଯ୍ୟ କରିବା ଆଜିର ବହୁ ପ୍ରାସଙ୍ଗିକତା ବୋଲି ପ୍ରଦ୍ୟୁମ୍ନ ଶତପଥୀ ମତ ବ୍ୟକ୍ତ କରିଥିଲେ lଆଜିର ଯୁବପୀଢ଼ି ରାଷ୍ଟ୍ରଭକ୍ତି, ପୁଜ୍ୟପୂଜା, ମାନବିକତାକୁ ପ୍ରାଧ୍ୟାନ୍ୟ ଦିଅନ୍ତୁ ବୋଲି ଡ଼ଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସୀତାଂଶୁ ଶେଖର ମହାରଣା,ସମିତା ମହାରଣା, ସନ୍ତୋଷ ଲେଙ୍କା ସାମ୍ବାଦିକ ଚିରଞ୍ଜିବି ସେଠି, ଉଲ୍ଲାସ ଜେନା, ସୂର୍ଯ୍ୟ ପଣ୍ଡା ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସହଦେଵ ଜୟ ସିଂ