ଅସହାୟ ଗୋଲାପୀଙ୍କୁ ବ୍ଲକ ପ୍ରଶାସନ ର ଅଣ ଦେଖା କାହିଁକି ? ବିଡ଼ିଓଙ୍କ ଦୂର ଦୃଷ୍ଟିରେ ଗୋଲାପୀ

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସପଲହରା ପଞ୍ଚାୟତ କଣ୍ଡରେଇଗାଁର ଗୋଲାପୀ ସାହୁ(୭୦)। ସେ ଜଣେ ବିଧବା ମହିଳା |ପରିବାର ବୋଲି କେହି ନଥିବାରୁ ରୋଜଗାର କିଛି ନାହିଁ । କେବଳ ମାସକୁ ଭତ୍ତା ହଜାରେ ଟଙ୍କା ଏବଂ ୫କେଜି ଚାଉଳ ମିଳୁଛି|ଭୂମିହୀନ ବୋଲି ଆବାସ ଖଣ୍ଡେ  ମଧ୍ୟ ନାହିଁ | ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । ସୂଚନା ଅନୁସାରେ ୨୦୧୫ ମସିହା ପୂର୍ବରୁ ସେ ୩୫କିଲୋ ଚାଉଳ ପାଉଥିଲେ। କାର୍ଡ ପଞ୍ଚାୟତ ଅଫିସରେ ହଜିଗଲା ପରେ ତାଙ୍କୁ ନୂତନ ରାସନକାର୍ଡ ହେବାରୁ ବର୍ତ୍ତମାନ ୫ କିଲୋ ଚାଉଳ ମିଳୁଛି। ଯୋଗ୍ୟ ଅସହାୟ ହିତାଧିକାରୀ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ଅନ୍ତୋଦୟରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି। ସରକାର ଗରିବଙ୍କ ପାଇଁ ଯୋଜନା  କରୁଛନ୍ତି | କିନ୍ତୁ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ I ବର୍ଷେ ପୂର୍ବରୁ ଗଜାନନ ଯୁବକ ସଂଘର ଅଶୋକ ସାହୁ ଏବଂ ତପିନ୍ଦ୍ର ସାହୁ ବ୍ଲକ ଅଫିସକୁ ଯାଇ ସରକାରୀ କର୍ମଚାରି ଦେବେନ୍ଦ୍ର ସାମଲଙ୍କୁ ଗୋଲାପୀଙ୍କ ସମସ୍ଯା ବିଷୟରେ ଜଣାଇ ଥିଲେ। କିନ୍ତୁ ଶ୍ରୀ ସାମଲ ସରକାର ଅନ୍ତୋଦୟ ଯୋଜନା ବର୍ତ୍ତମାନ କରି ନାହାନ୍ତି। ଯେବେ ଆସିବ ଆମେ  ବ୍ୟବସ୍ଥା କରିବୁ ବୋଲି କହିଛନ୍ତି। ସରପଞ୍ଚ ଯଦି ଚାହିଁବେ ତାହେଲେ ହୋଇ ପାରିବ। ଅନ୍ୟପକ୍ଷରେ ସରପଞ୍ଚ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅସହାୟ ଗରିବ ମହିଳାଙ୍କୁ ଅନ୍ତୋଦୟ ଯୋଜନା ରେ ସାମିଲ କରିବା ପାଇଁ ସାଧାରଣରେ ଦାବି ହେଉଛି।

ପ୍ୟାରିଲାଲ ଦୁର୍ଗା, କଳାହାଣ୍ଡି ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page