ଚିଲିକା-ନାଚୁଣୀ ସ୍ଥିତ ମାଧଵନନ୍ଦ ଇଂରାଜୀ ମାଧ୍ୟମ ଵିଦ୍ୟାଳୟର ୧୦ମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କାଳିଜାଈ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ-ମୁଖ୍ୟଵକ୍ତା, ପ୍ରାକ୍ତନ ବାଣପୁର ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ,ବଡପୋଖରିଆ

ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ସରସ୍ଵତୀ ଶିଶୁମନ୍ଦିର, ବାଣପୁରର ଅଧ୍ୟକ୍ଷ ଶ୍ରୀ ବତ୍ସ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସତ୍ ଚରିତ୍ର ର ଅଧିକାରୀ ହେବା ହିଁ ଶିକ୍ଷାର ଆଭିମୁଖ୍ୟ ବୋଲି ଅଭିଭାଷଣ ଛଳରେ ଉଦ୍ ଵୋଧନ ଦେଇଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସୁକାନ୍ତ କୁମାର ନନ୍ଦ ସାମଗ୍ରିକ ଭାବେ କାର୍ଯ୍ୟ କ୍ରମର ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷା ରଞ୍ଜିତାଞ୍ଜଳି ମହାପାତ୍ର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା।