ଚିକିତ୍ସା ପାଇଁ ୪୪ ମାସ ଧାରଣାରେ ସେବା ପ୍ରତିନିଧି

ବାଲିଅନ୍ତା , ଭୁବନେଶ୍ଵର ୧୯/୦୫ :- ରାଜଧାନୀର ପୂରାତନ ପୈ।ର ଚିକିତ୍ସାଳୟ ୧୯୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା।ଆର ଟି ଆଇ ତଥ୍ୟ ଅନୁସାରେ ବର୍ତ୍ତମାନ ୪୧ ଡାକ୍ତରରୁ ୯ ଜଣ ଡାକ୍ତର ଡାକ୍ତରଖାନାରେ ଚିକିତ୍ସା କରୁଅଛନ୍ତି। ଏହାର ପ୍ରତିକାର ପାଇଁ ଜନସାଧାରଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୪୪ ମାସ ଶାନ୍ତି ପୂର୍ଣ୍ଣ ଧାରଣା ଦିଆ ଚାଲିଛି।ପୈ।ର କମିଶନରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଥରକୁ ଥର ଅବଗତ କରାଇଥିଲେ ମଧ୍ୟ ତାହା ସୁଧୁରୁ ନାହିଁ। ଜନସାଧାରଣ ଚିକିତ୍ସା ନିମନ୍ତେ ବାର ଦୁଆର ସୁଣ୍ଡିପିଡା ହେଉଛନ୍ତି। ଅନ୍ୟ ପଟେ ୧୨୫ ଜଣ ପିଜି ଡାକ୍ତର ଦୀର୍ଘ ପାଞ୍ଚ ମାସ ହେବ ସ୍ଵାସ୍ଥ୍ୟ ବିଭାଗରୁ ଦରମା ପାଇ ହାତଗୋଡ଼ ବାନ୍ଧି ପଡି ରହିଛନ୍ତି। ନିଯୁକ୍ତି ନୁହେଁ, ସ୍ଵାସ୍ଥ୍ୟ ବିଭାଗ କେବଳ ପୋଷ୍ଟିଙ୍ଗ କରିବେ।ବରିଷ୍ଠ ଡାକ୍ତରଙ୍କ ଭାଷାରେ ମାସେ ଭିତରେ ପୋଷ୍ଟିଙ୍ଗ କରିବା କଥା। ଅଥଚ ପାଞ୍ଚ ମାସ ହେବ ପଡ଼ିରହିଛନ୍ତି ୧୨୫ ପିଜି ଡାକ୍ତର। ଜନସାଧାରଣଙ୍କ ଠାରୁ ଆଦାୟ କରାଯାଉଥିବା ବିଭିନ୍ନ ପ୍ରକାର ଟିକସର ଅର୍ଥ ଆଖି ଆଗରେ ବାଟ ମାରଣା କରାଯାଉଅଛି। ସ୍ଵାସ୍ଥ୍ୟ ବିଭାଗ ପ୍ରଧାନମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ଜନସାଧାରଣଙ୍କୁ ପ୍ରାଇଭେଟ୍ ଚିକିତ୍ସାଳୟକୁ ଯିବା ପାଇଁ ଏ ଯୋଜନା ବୋଧହୁଏ କରାଯାଇଅଛି।୧୨୫ ପିଜି ଡାକ୍ତର ପାଞ୍ଚ ମାସ ହେବ ସ୍ଵାସ୍ଥ୍ୟ ବିଭାଗରେ ବସି ଦରମା ନେଉଛନ୍ତି। ତାହାକୁ ସ୍ଵାସ୍ଥ୍ୟ ବିଭାଗ ରାଜକୋଷରୁ ଭରଣ କରିବେ ନା ଅନ୍ଯ କେହି? ଏଥିପ୍ରତି ଜନସାଧାରଣ ଦୃଷ୍ଟି ଦେବାକୁ ଶ୍ରୀ ମିଶ୍ର ନିବେଦନ କରିଛନ୍ତି।
ଆଜିର ଧାରଣାରେ ଉଲ୍ଲାସ ଚନ୍ଦ୍ର ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ତାରା ଚରଣ ଆଚାର୍ଯ୍ୟ, ନୟନୀ ଦେଇ ଓ ଅନେକ ଭାଗ ନେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page