ବ୍ରହ୍ମପୁର,୧୯/୫: ସତେ ଯେମିତି ଆପରାଧୀ ମାନଙ୍କର ପୋଲିସକୁ ଏବଂ ଆଇନ୍ କାନୁନ୍କୁ ବେଖାତିର କରିବାରେ ଲାଗିଛନ୍ତି।କିଛି ଦିନ ତଳେ ଡି ଜି ପି, ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସାବାଡ କରିବାପାଇଁ ସିଧା ଏନ୍ କାଉଣ୍ଟର୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ, ପୁଣି ଥରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି ବ୍ରହ୍ମପୁରରେ ଘଟିଛି। ରାଜ୍ୟରେ ଯେମିତି ଅପରାଧୀ ମାନେ ପୋଲିସ୍ କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି,ଏବେ ସବୁ ଆଡ଼େ ଭାଇରାଲ ହବାର ଲାଗିଛି, ଏକ ଭିଡିଓ ଯେଉଁ ଠାରେ କେତେଜଣ ବ୍ୟକ୍ତି ଜଣେ ଯୁବକକୁ ବିଚ୍ ରାସ୍ତା ରେ ତଳେ ପକେଇ ପିଟିବାର ଦୃଶ୍ୟ । ଲୋକମାନେ ଦେଖୁଛନ୍ତି କିନ୍ତୁ କେହି ପ୍ରତିବାଦ କରୁନାହାଁନ୍ତି, ଲୋକମାନେ ନିରବଦ୍ରଷ୍ଟା ପାଲଟିଛନ୍ତି। ଏଠାରେ ପୁଣି ଥରେ ପୋଲିସର ପାରିବା ପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ଟି ବ୍ରହ୍ମପୁର ର ଗିରି ରୋଡ ଛକ ନିକଟରେ ଅଦ୍ଭାବନୀୟ ଘଟଣା ସାମ୍ମା କୁ ଆସିଛି । ରାସ୍ତା ମଝିରେ ଯୁବକ ଙ୍କୁ ଆକ୍ରମଣ, ଆହାତ ଯୁବକ ଏବଂ ଯୁବତୀ ଙ୍କୁ ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ରୁ ଜଣାପଡିଲା ଯେ ପୂର୍ବ ଶତୃତା ରୁ ଆକ୍ରମଣ କରାଯିବାର ଆଶଙ୍କା ହେଉଛି।ମାଡ ମାରିବା ବେଳେ ଜଣେ ଯୁବତୀ ପ୍ରତିବାଦ କରିଥିଲେ, ଯୁବକ ଜଣକ ବ୍ରହ୍ମପୁର ସହରର ବାସିନ୍ଦା ଉମେଶ ରଥ ନାମକ ଜଣେ ଯୁବକ ନିଜ ବାନ୍ଧବୀ ସହିତ ଗିରି ରୋଡ଼ ଛକକୁ ଜଳଖିଆ ଖାଇବା ପାଇଁ ଥିଲେ, ସେହି ସମୟରେ ପାଖାପାଖି ୫ରୁ ୬ଜଣ ଯୁବକ ଆସି ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ, ଯୁକ୍ତିତର୍କ ପରେ ଖଣ୍ଡା ଏବଂ ବାଡିରେ ଆକ୍ରମଣ କରିଥିଲେ, ତାପରେ ଯୁବକ ଜଣଙ୍କ ତଳେ ପଡିଯାଇଥିଲେ,ପଡିବା ପରେ ମଧ୍ୟ ଅପରାଧୀ ମାନେ ତାଙ୍କୁ ନର୍ଦ୍ଧୁମ ମାଡ ମାରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସବୁଠାରୁ ବଡ କଥା ହେଲା ଯେ ଉମେଶ ଙ୍କ ମାଆ ଗଣମାଧ୍ଯମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି, ପୂର୍ବରୁ ଉମେଶଙ୍କୁ ମଧ୍ୟ ଆକ୍ରମଣ କରିବାର ଉଦ୍ୟମ କରାଯାଇଥିଲା । ପ୍ରଥମେ ଉମେଶ ଙ୍କ ଗିରି ରୋଡ଼ ସ୍ଥିତ ବାସଭବନ ଉପରକୁ ଆକ୍ରମଣ କରାଯାଇଥିଲା । ଉମେଶ ଙ୍କ ମାଆ ଅଭିଯୋଗ କରିଛନ୍ତି ଯେ,ରାଜ୍ ମାଲହୋତ୍ରା, ଦିନେଶ, ଆଶିଷ୍,୨୦୨୩ ମସିହାରେ ମୋ ଘରକୁ ପାଖାପାଖି ୨୫ ଲୋକ ଧରି ଆମକୁ ଆକ୍ରମଣ କରିଥିଲେ । ସେଦିନ ଉମେଶଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ଉମେଶଙ୍କ ମାଆ ଅଭିଯୋଗ କରିଛନ୍ତି । ଅପରାଧୀ ମାନେ କହୁଛନ୍ତି B J D ପାର୍ଟିର ଅନିଲ ଆମ ପାଖରେ ଅଛି,କେହି କିଛି ଆମର କରିପାରିବେ ନାହିଁ, ତମେ ଜଉ ଥାନାକୁ ଯାଉଛି ଯାଅ ମୋର କିଛି ବି ହବ ନାହିଁ, ମୋର ଟଙ୍କା ଅଛି, ରାଜନୈତିକ ହାଣ୍ଡ ଅଛି, ଯାହା କରିବାର ଅଛି କର୍ ?ତୋ ପୁଅ ମୋର ୭ ଲକ୍ଷ ଟଙ୍କା କ୍ଷତି କରିଛି ପୋଲିସକୁ ଖବର ଦେଇଛି । ମୋତେ ୭ଲକ୍ଷ ଟଙ୍କା ଦିଅ ନ ହେଲେ ତୋ ପୁଅକୁ ବ୍ରହ୍ମପୁରରେ ରଖେଇ ଦେବି ନାହିଁ । ତାକୁ ମର୍ଡର କରିବୁ । ଆଗରୁ ବ୍ରହ୍ମପୁର SP ସର୍ବର୍ଣ୍ଣା ବିବେକ ଙ୍କୁ ଉମେଶ ଙ୍କ ମାଆ ଏ ବିଷୟରେ ଜଣାଇଥିଲେ ମଧ୍ୟ ପୁଣି ଥରେ ଅପରାଧୀ ମାନେ ଉମେଶ ଙ୍କ ଉପରେ ଆକ୍ରମଣ କରିଛନ୍ତି ।
ପ୍ରିୟବ୍ରତ ବାରିକ,ଉତ୍କଳ ବୁଲେଟିନ୍